ମହାଶିବରାତ୍ରି ଦିନ ନିଶ୍ଚିତ ଭାବେ ଖାଇ ଦିଅନ୍ତୁ ଏହି 1 ଜିନିଷ, ମହାଦେବ ପ୍ରସନ୍ନ ହେବେ ଓ ପୁରା ବର୍ଷ କରିବେ ଧନର ବର୍ଷା (Maha Shivaratri 2023)

ଆସନ୍ତା 18 ଫେବୃୟାରୀ ଦିନ ପାଳିତ ହେବାକୁ ଯାଉଛି ମହାଶିବରାତ୍ରି । ଏହି ଦିନଟି ଭଗବାନ ଶିବଙ୍କର ଅତିପ୍ରିୟ ହୋଇଥିବା ବେଳେ ତାଙ୍କୁ ସମର୍ପିତ କରାଯାଇଛି । ଜ୍ୟୋତିଷ ଅନୁଯାୟୀ ମହାଶିବରାତ୍ରି ଦିନ ସିଦ୍ଧି ଯୋଗ ବନୁଛି । ଫଳରେ ଏହାର ପ୍ରଭାବ କିଛି ଲୋକଙ୍କ ଉପରେ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ କହିବୁ କି ମହାଶିବରାତ୍ରି ଦିନ କେଉଁ ଗୋଟିଏ ଜିନିଷ ଖାଇଦେଲେ ଆପଣଙ୍କ ଜୀବନ ଧନ ଓ ସମୃଦ୍ଧିରେ ପୂରି ଉଠିବ । ଏହାଦ୍ବାରା ଭଗବାନ ଶିବଙ୍କ କୃପା ସର୍ବଦା ଲାଗି ରହିବ ।

ହିନ୍ଦୁଧର୍ମ ପରମ୍ପରାରେ ମହାଶିବରାତ୍ରିର ଖୁବ ମହତ୍ଵ ରହିଛି । ଫାଲଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଏହି ପର୍ବ ପାଳନ କରାଯାଏ । ମାନ୍ୟତା ରହିଛି କି ଏହିଦିନ ଭଗବାନ ଶିବ ପ୍ରକାଶ ଉପରେ ପ୍ରକଟ ହୋଇଥିଲେ ଏବଂ ଏହିଦିନ ମାତା ପାର୍ବତୀଙ୍କ ସହ ତାଙ୍କର ବିବାହ ମଧ୍ୟ ହୋଇଥିଲା । ଏହିଦିନ ଶ୍ରଦ୍ଧାପୂର୍ବକ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ଦଶଗୁଣା ଫଳ ପ୍ରାପ୍ତି ହୋଇଥାଏ । ଏହିଦିନ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ପ୍ରକାରର ପ୍ରୟୋଗ କରା ଯାଇଥାଏ ।

କିନ୍ତୁ ଅଜାଣତରେ କିଛି ଭୁଲ ଯୋଗୁଁ ମଧ୍ୟ ଆମର ପୂଜାପାଠ ନିଷ୍ଫଳ ହୋଇଯାଏ । ଯେପରିକି ଆପଣ ମନ୍ଦିରରେ ଶିବଲିଙ୍ଗରେ ଜଳ ଢାଳିବା ପରେ ଏହି ଜଳ ଯେଉଁ ବାଟ ଦେଇ ବାହାରକୁ ଯାଇଥିବ ସେହି ବାଟ କେବେବି ଡେଇଁ କରି ଯିବା ଉଚିତ ନୁହେଁ । ନଚେତ ଆପଣଙ୍କୁ ଅନେକ ଦୋଷ ଲାଗିବା ସହ ଦେହ ମଧ୍ୟ ଅସୁସ୍ଥ ହେବାର ସମ୍ଭାବନା ରହିଥାଏ । ଆପଣ ଭଗବାନ ଶିବଙ୍କ ମନ୍ଦିର ସବୁବେଳେ ଅଧା ପରିକ୍ରମା କରନ୍ତୁ ।

ଭୁଲରେ ବି ଭଗବାନ ଶିବଙ୍କୁ ତୁଳସୀପତ୍ର, ହଳଦୀ କିମ୍ବା ସିନ୍ଦୂର ଆଦି ଅର୍ପଣ କରନ୍ତୁ ନାହିଁ । ମହାଶିବରାତ୍ରି ଦିନ ଧଳା କିମ୍ବା ଲାଲ ରଙ୍ଗର ବସ୍ତ୍ର ପିନ୍ଧିବାକୁ ଚେଷ୍ଟା କରନ୍ତୁ । ଶିବଲିଙ୍ଗରେ ଜଳ ସହ କ୍ଷୀର, ଦହି, ଘିଅ, ମହୁ ଓ ଚିନି ଆଦି ମଧ୍ୟ ଅର୍ପଣ କରିପାରିବେ । ହେଲେ ଶିବଲିଙ୍ଗରେ କେବେ ହେଲେ ପ୍ରସାଦ ଅର୍ପଣ କରନ୍ତୁ ନାହିଁ । ଆପଣ ଚାହିଁଲେ କୌଣସି ଏକ ପାତ୍ରରେ ପ୍ରସାଦ ନେଇ ଶିବଲିଙ୍ଗ ପାଖରେ ତାହା ରଖିପାରିବେ ।

ଶିବଙ୍କ ସହ ପାର୍ବତୀକୁ ପୂଜା କରନ୍ତୁ ଏବଂ ବେଲପତ୍ର ବିନା ଶିବଙ୍କ ପୂଜା ଅଧୁରା ରହି ଯାଇଥାଏ । ତେଣୁ ବେଲପତ୍ର ନିଶ୍ଚୟ ଅର୍ପଣ କରନ୍ତୁ ଏବଂ ପୂଜାରେ ଅକ୍ଷତ ମଧ୍ୟ ନିଶ୍ଚୟ ଅର୍ପଣ କରନ୍ତୁ । ଏହାଦ୍ବାରା ଜୀବନରେ କେବେବି ଧନର ଅଭାବ ହୋଇ ନଥାଏ । କେବେବି କଳା ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ଶିବଙ୍କ ପୂଜା କରନ୍ତୁ ନାହିଁ ।

ଏହିଦିନ ସୁର୍ଜ୍ୟୋଦୟ ପୂର୍ବରୁ ଉଠିବା ସହ ସ୍ନାନାଦି ଶେଷ କରିଦିଅନ୍ତୁ । କେବେବି ଭଗବାନ ଶିବଙ୍କୁ ପ୍ଲାଷ୍ଟିକ ଲୋଟାରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ଭଗବାସିନ ଶିବ ଗ୍ରହଣ କରନ୍ତି ନାହିଁ । ଶିବପୁରାଣ ଅନୁସାରେ ମାନାଯାଏ କି, ମହାଶିବରାତ୍ରି ଦିନ ବ୍ରତ ରଖିଥିବା ଲୋକମାନେ ଦୁର୍ଦୁରା ଗଛର ଫଳ ଖାଇବା ଉଚିତ ।

ହେଲେ ଏହାର ମଞ୍ଜି ବିଷାକ୍ତ ହୋଇଥିବାରୁ ଏହାକୁ ଚାଖି ନିଅନ୍ତୁ କିମ୍ବା ଟିକିଏ ଖାଆନ୍ତୁ । ଏହାଦ୍ଵାରା ଆପଣଙ୍କ ବ୍ରତ ସଂପୂର୍ଣ୍ଣ ହୋଇଥାଏ । ଏହିଦିନ ଭାଙ୍ଗ ଖାଇବା କିମ୍ବା ଚାଖିବା ଦ୍ଵାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ସଂପୂର୍ଣ୍ଣ ଫଳ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।