ମହା ଶିବରାତ୍ରି (11 ମାର୍ଚ୍ଚ) ଦିନ ନନ୍ଦୀ କାନରେ କହଦିଅ ଏହି 1 କଥା, ମାତ୍ର 24 ଘଣ୍ଟାରେ ହେବ ସବୁ ଇଚ୍ଛା ପୂର୍ଣ୍ଣ – Shivratri Special

ଶିବ ରାତ୍ରି ହିନ୍ଦୁମାନଙ୍କର ଏକ ବଡ ପବିତ୍ର ଦିନ ବା ପର୍ବ ହୋଇଥାଏ । ଏହି ଦିନ ହିନ୍ଦୁ ସାତ୍ରରେ ମାନ୍ୟତା ଅଛି କି ଶିବ ଓ ପାବର୍ତ୍ତିଙ୍କର ବିବାହ ହୋଇଥିଲା । ଏଥିପାଇଁ ଏହି ଦିନଟିର ବହୁତ ମହତ୍ଵ ଥାଏ । ଏହି ଦିନ  ଶିବ ଓ ପାର୍ବତୀଙ୍କୁ ଭକ୍ତି ଭାବରେ ପୂଜା କଲେ ସବୁ ଭକ୍ତମାନଙ୍କର ମନସ୍କାମନା ପୂର୍ଣ ହୋଇଥାଏ । ଏହା ସହ ଭଗବାନ ଶିବଙ୍କର ପ୍ରମୁଖ ବାହାନ ନନ୍ଦିର ମଧ୍ୟ ଏହିଦିନରେ ବହୁତ ଗୁରୁତ୍ୱ ଥାଏ । ଆପଣ ମାନେ  ସମସ୍ତେ ଦେଖିଥିବେ କି ସବୁ ମନ୍ଦିରରେ ଭଗବାନ ଶିବଙ୍କର ସମ୍ମୁଖରେ ନନ୍ଦି  କୁ ବିରାଜମାନ ଥିବାର ।

ନନ୍ଦି ଭଗବାନ ଶିବଙ୍କର ବାହାନ ଅଟେ । ଏଥିପାଇଁ ସବୁ ବ୍ୟକ୍ତି ନନ୍ଦିର କାନରେ ନିଜ ଗୁହାରି ଜଣାଇଥାନ୍ତି । ଏବେ ଆସନ୍ତୁ ଜାଣିବା ନନ୍ଦି କାନରେ କଣ କହିବେ । ଯେଉଁ ବ୍ୟକ୍ତି ନନ୍ଦି କାନରେ କିଛି ବି କକକୁହାନ୍ତି ସେଥିରେ ନିଜର ବିଶ୍ୱାସ ଥିବା ଆବଶ୍ୟକ । କାହିଁକିନା ଯଦି ବିଶ୍ୱାସ ନଥାଏ ତେବେ ଏହାର କୌଣସି ଫଳ ମିଳିନଥାଏ ।

ହୃଦୟରୁ କହିଥିବା କଥାରେ ଗୁରୁତ୍ୱ ଥାଏ । ସେଥିପାଇଁ ବିଶ୍ୱାସର ସହ ନନ୍ଦି କାନରେ କହିବା ଉଚିତ । କାହିଁକି ନା ହୃଦୟରୁ କହିଥିବା କଥାରେ ଶୁଭ ଫଳ ମିଳିଥାଏ । କିନ୍ତୁ କାହାର ବିପକ୍ଷରେ କିମ୍ବା କ୍ଷତି ବିଷୟରେ କହିବା ଅନୁଚିତ ହୋଇଥାଏ ।

ନନ୍ଦି କାନରେ କହିଥିବା କଥା ଭଗବାନଙ୍କ ପାଖରେ ପହଂଚିଥାଏ । ଯେଉଁ ଭକ୍ତିଭାବରେ ନନ୍ଦି କାନରେ ଗୁହାରି ଜଣାଇଥିବେ ସେହି ଭାବରେ ଭଗବାନଙ୍କ ପାଖରେ ଆପଣଙ୍କ କଥା ପହଂଚିଥାଏ । ଆପଣ ଚିନ୍ତା କରୁଥିବେ କି ଭଗବାନଙ୍କୁ ସିଧା ସିଧା ନଜଣାଇ ନନ୍ଦି କାନରେ କାହିଁକି କହିବେ । ଏହାର ଏକ ରହସ୍ୟ ରହିଚି । ନନ୍ଦି ଭଗବାନ ଶିବଙ୍କର ଏକ ପ୍ରମୁଖ ବାହାନ ଅଟନ୍ତି । ନନ୍ଦି ପୂର୍ବ ଜନ୍ମରେ ଶିଲାଡ଼ ଋଷି ଥିଲେ ।

ସେ ହଜାର ବର୍ଷ ପର୍ଯ୍ୟନ୍ତ ଭଗବାନ ଶିବଙ୍କୁ ତାପସ୍ୟାକରି ପ୍ରସନ୍ନ କରି ଆଶୀର୍ବାଦ ସ୍ୱରୂପ ଏହି ବରଦାନ ମାଗିଥିଲେ କି ଶିଳାଦ ଋଷି  ଭଗବାନ ଶିବଙ୍କ ପାଖରେ ସବୁବେଳେ ରହିବା ପାଇଁ । ଏଥିପାଇଁ ଭଗବାନ ଶିବ ତାଙ୍କୁ ନିଜ ପାଖରେ ବାହାନ ଭାବରେ ରଖିବା ପାଇଁ ପ୍ରତିସୂତି ଦେଇଥିଲେ । ସେବେଠାରୁ ସେ ନନ୍ଦି ରୂପରେ ଭାଗବାନ ଶିବଙ୍କର ବାହାନ ନନ୍ଦି ରୂପରେ ତାଙ୍କ ଲାଖରେ ରହିଲେ । ଭଗବାନ ଶିବ ସବୁବେଳେ ତପସ୍ୟାରେ ଲିନ ରହୁଥିଲେ ବି ସଂସାରର ସବୁ କଥା ଯାଉଥିଲେ ।

ଏଥିପାଇଁ ନନ୍ଦି ଚେତନ ଅବସ୍ଥାରେ ସବୁ ଆଖି ଓ କାନ ଖୋଲା ରଖି ସବୁ ଦେଖୁଥିଲେ ଓ ଶୁଣୁଥିଲେ । ଭଗବାନ ଶିବଙ୍କର ତାପସ୍ୟାରେ  ବିଘ୍ନ ନହେବା ପାଇଁ  ଶିବଙ୍କ ପାଖକୁ ଗୁହାରି ନେଇ ଆଶୁଥିବା ବ୍ୟକ୍ତି ନନ୍ଦିର କାନରେ କହିଥାନ୍ତି ଭଗବାନ ଶିବ ତପସ୍ୟାରୁ ଆସିବା ପରେ ନନ୍ଦି ସବୁ ଭକ୍ତ ଙ୍କର ଗୁଜାରୀ ଶିବଙ୍କୁ ଜଣାଇଥାନ୍ତି । ଯାହାକି ସେହି ଗୁହାରୀ ଭଗବାନ ଶିବଙ୍କ ପାଖରେ ପହଂଚିଥାଏ । ଏହା ଆପଣ କିପରି କହିବେ ଜାଣିବା ।

ଆପଣ ଯାହା ବି କହୁଛନ୍ତି କେବଳ ନନ୍ଦି ଓ ଆପଣଙ୍କ ମଧ୍ୟରେ ରହିବା ଆବଶ୍ୟକ । ଆପଣ ନିଜର ମନୋସକାମନା ନନ୍ଦି କାନରେ ଚୁପଚୁପ କରି କହିବେ । ଆପଣଙ୍କ ମନସ୍କାମନା କହିଲା ବେଳେ ଆସ୍ତେ ଆସ୍ତେ ଓ ପାଟିର ଦୁଇପାଖରେ ହାତ ଦେଇ କୁହନ୍ତୁ ଯେପରିକି ଆପଣଙ୍କ କଥା ବାହାରକୁ ନ ଯିବ । ଏହା ନନ୍ଦିର ବାମ କାନରେ କହିବେ । ନନ୍ଦି କାନରେ କାହାର ବି ଖରାପ ବିଷୟରେ କୁହନ୍ତୁ ନାହିଁ । ନନ୍ଦି କାନରେ ଗୁହାରି ଜଣାଇବା ପୂର୍ବରୁ ତାଙ୍କୁ ପୂଜା କରିବା ଆବଶ୍ୟକ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।