Jyotish Shastra- ସବୁ ଦୁଃଖ ହେଲା ଶେଷ, ମହା ଶିବରାତ୍ରିରେ ଚମକିବ ଏହି 5 ଟି ରାଶିର ଭାଗ୍ୟ, ଭିକାରି ବି ହେବ କୋଟିପତି

ମହାଶିବ ରାତ୍ରି ହିନ୍ଦୁମାନଙ୍କର ଏକ ମହାନ ପବିତ୍ର ପର୍ବ ଅଟେ । ଏହି ଶିବ ରାତ୍ରି ରେ ଭଗବାନ ଶିବଙ୍କୁ ଭକ୍ତି ସହକାରେ ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଶିବ ରାତ୍ରି ଦିନ ଭଗବାନ ଶିବଙ୍କ ସହିତ ମାତା ପାର୍ବତୀଙ୍କର ବିବାହ ହୋଇଥିଲା । ହିନ୍ଦୁ ଧର୍ମ ପଞ୍ଚାଙ୍ଗ ଅନୁସାରେ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦସୀ ଦିନ ରେ ମହା ଶିବରାତ୍ରି ପାଳନ କରାଯାଏ । ଚଳିତ ବର୍ଷ ୧୧ ଫେବ୍ରୁଆରିରେ ଏହି ମହାଶିବ ରାତ୍ରି ପାଳନ କରାଯିବ ।

ଏହି ଦିନ ସବୁ ବ୍ୟକ୍ତି କୌଣସି ଶିବ ମନ୍ଦିର ଯାଇ କିମ୍ବା ଘରେ ଭଗବାନ ଶିବଙ୍କ ଉଦେଶୟରେ ଭକ୍ତି ସହ ଅହୋ ରାତ୍ର ଉଜାଗର ହୋଇ ଦୀପ ଜାଳି ଭଗବାନ ଶିବଙ୍କୁ ଆରାଧନା କଲେ ଶିବଙ୍କର କୃପା ଲାଭ ହୋଇଥାଏ । ଜୋତିଶ ଶାସ୍ତ୍ର ଅନୁସାରେ ଏହି ଶିବରାତ୍ରି ଦିନ କିଛି ରାଶି ମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି ।

ଭଗବାନ ଶିବଙ୍କର କିଛି ୫ ଟି ରାଶି ଉପରେ କୃପା ହେବାକୁ ଯାଉଛି ଯାହା ଫଳରେ ଏହି ରାଶି ର ବ୍ୟକ୍ତିଙ୍କର ଭାଗ୍ୟ ଚମକି ଉଠିବ । ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟ ଶାଳି ରାଶିଙ୍କ ବିଷୟ ରେ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କର ବିଶେଷ କୃପା ଲାଭ ଯୋଗ ଅଛି । ଏହା ଫଳରେ ଆପଣଙ୍କୁ ଜୀବନରେ ଖୁବ ଉନ୍ନତି ମିଳିବ । ଆୟର ନୂଆ ନୂଆ ପନ୍ଥା ମିଳିବ । ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଉର୍ଣ୍ଣତି ହେବ । ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଉପରିସ୍ଥଙ୍କ ସହିତ ଭଲ ସମ୍ପର୍କ ରହିବ ।

ମିଥୁନ ରାଶ

ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ଭଲ ଶୁଭ ଖବର ମିଳିବ । ଚାକିରି କରିଥିବା ବ୍ୟକ୍ତିଙ୍କୁ ଚାକିରିରେ ପଦୋନ୍ନତି ମିଳିବ । କୌଣସି  ଆର୍ଥିକ ନିବେଶରେ ଭଲ ଲାଭ ମିଳିବ । ପାରିବାରିକ ଶୁଖ ଶାନ୍ତି ମିଳିବ । ସନ୍ତାନ ମାନେ ପରିବାରର ପାଇଁ ସୁନାମ ଅର୍ଜନ କରିବେ । ଆପଣଙ୍କର ବହୁତ ଦିନରୁ ଚାଲି ଆସୁଥିବା କୌଣସି କୋଟ କଚେରୀ ମାମାଲାରୁ ମୁକ୍ତି ମିଳିବ । ଆପଣଙ୍କୁ  ଏହି ସମୟରେ ସବୁ ପ୍ରକାରର ସୁଖ ପାଇବାକୁ କେହି ଅଟକାଇ ପାରିବେ ନାହିଁ ।

ତୁଳା ରାଶି

ଏହି ରାଶି ର ବ୍ୟକ୍ତି ଙ୍କୁ ବ୍ୟବସାୟରେ ବହୁତ ଉର୍ଣ୍ଣତି ମିଳିବ । ପରିବାର ରେ କୌଣସି ପୁତ୍ର କିମ୍ବା କନ୍ୟାର ମାଙ୍ଗଳିକ କର୍ମ ଠିକ ହୋଇପାରେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ ଉର୍ଣ୍ଣତି ଦେଖା ଯିବ । କର୍ମରେ ସଫଳତା ମିଳିବ ଓ ଅଫିସ କାର୍ଯ୍ୟରେ ସହକର୍ମୀଙ୍କ ପୂର୍ଣ ସହଯୋଗ ମିଳିବ ।

ଧନୁ ରାଶି

ଏହି ରାଶିର ବ୍ୟକ୍ତି ଯେଉଁ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ କୌଣସି ବାଧା ଆସିବାର ନାହିଁ । ନୂତନ କର୍ମ ଆରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବ୍ୟବସାୟ ସଂପ୍ରସାରଣ କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ମନ ନିବେଶ କରିବେ । ସ୍ୱଳ୍ପ ପରିଶ୍ରମ ରେ କର୍ମରେ ଅଧିକ ସଫଳତା ପାଇବେ । ପରିବାର ରେ ହସ ଖୁସିରେ ଦିନ ବିତିବ ।

ମୀନ ରାଶି

ଭାଗ୍ୟରେ କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଏନିକୁ ଦେଇଥିବା ଧନ ଫେରିପାଇବେ ଓ ଆଯର ପନ୍ଥା ସବୁଆଡୁ ଖୋଲିଯିବ । ବାଣିଜ୍ୟ ବ୍ୟବସାୟ ରେ ଆଯ ଅଧିକ ହେବ । କର୍ମରେ ସଫସଲତା ଓ ଦରମାରେ ବୃଦ୍ଧି ହୋଇପାରେ । ନୂତନ ଭୂମି , ସ୍ଵର୍ଣ୍ଣ ଅଳଙ୍କାର ଓ ବସ୍ତ୍ରଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ , କ୍ରୀଡାବିତ କର୍ମରେ ଶ୍ରୁଙ୍ଖଳିତ ହେବେ । ଆପଣଙ୍କର ଧନ ସଞ୍ଚୟରେ ବୃଦ୍ଧି ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।