ମହାଭାରତରେ କର୍ଣ୍ଣ ନାୟକ ନା ଖଳନାୟକ ?- Hindu Mythology

ମହାଭାରତରେ କର୍ଣ ସବୁଠାରୁ ଦାନବୀର ବ୍ୟକ୍ତି ଥିଲେ । ମହାଭାରତରେ ଯେତେ ବି ଯୋଦ୍ଧା ଥିଲେ କର୍ଣ ସମସ୍ତଙ୍କ ଠାରୁ ସବୁଠୁ ଅଧିକ ଶକ୍ତିଶାଳୀ ଓ ଭଲ ଧନୁର୍ଦ୍ଧର ଥିଲେ । ବର୍ତ୍ତମାନ ଆସନ୍ତୁ ଜାଣିବା କର୍ଣ ଭଲ ମଣିଷ ଥିଲେ ନା ଖରାପ ମଣିଷ । ଯଦି ସେ ଭଲ ଥିଲେ ତାଙ୍କ ସହ କଣ ପାଇଁ ଖରାପ ହେଉଥିଲା । କହିବାକୁ ଗଲେ କର୍ଣ କାହିଁକି ଏତେ ଦୁଖ କଷ୍ଟ ସହୁଥିଲେ । କର୍ଣକୁ ବୁଝିବାକୁ ଗଲେ ତାଙ୍କର ଜୀବନ ଶୈଳୀକୁ ବୁଝିବାକୁ ପଡିବ । ଏହା ପରେ ଜାଣିବାକୁ ଚେଷ୍ଟା କରିବା କି ସେ ହିରୋ ଥିଲେ ନା ଖଳନାୟକ ।

କର୍ଣ ଏପରି ଏକ ଚରିତ୍ର ଥିଲେ ଯାହାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କର୍ଣ କୁନ୍ତୀ ଓ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଥିଲେ । କୁନ୍ତୀ ଯେତେବେଳେ ୧୪ ବର୍ଷର ଥିଲେ ସେତେବେଳେ ସେ ଋଷି ଦୁର୍ବାଶାଙ୍କର ବହୁତ ସେବା କରିଥିଲେ ।

ରୁଷି କୁନ୍ତିଙ୍କ ସେବାରେ ପ୍ରସନ୍ନ ହୋଇ ତାଙ୍କୁ ଏକ ମନ୍ତ୍ର ପ୍ରଦାନ କରିଲେ । ଏହା ପରେ ଋଷି ଦୁର୍ବାଶା କହିଲେ ଯେଉଁ ଭଗବାନଙ୍କ ବିଷୟରେ ସେ ମନରେ ସ୍ମରଣ କରିବେ ସେ ଆପଣଙ୍କ ସମ୍ମୁଖରେ ପ୍ରକଟ ହୋଇଯିବେ । କୁନ୍ତୀ ଖେଳ ଖେଳରେ ଏହି ମନ୍ତ୍ରଙ୍କୁ କହିବା ପାଇଁ ଚେଷ୍ଟା କରିଲେ ଓ ସୂର୍ଯ୍ୟଦେବ ତାଙ୍କ ସମ୍ମୁଖରେ ଆସି ଯିବାରୁ ସେ ଡରିଗଲେ । କୁନ୍ତୀ ସୂର୍ଯ୍ୟଦେବଙ୍କୁ ଯିବା ପାଇଁ ନିବେଦନ କରିଲେ । କିନ୍ତୁ ସୂର୍ଯ୍ୟ ଦେବ କହିଲେ କି ସେ ତାଙ୍କ ମନ୍ତ୍ରର ଶକ୍ତି ଯୋଗୁ ଖାଲି ଜାତରେ ଯାଇପାରିବେ ନାହିଁ ।

ଏହା ପରେ ସୂର୍ଯ୍ୟଦେବ ଯିବା ପୂର୍ବରୁ କୁନ୍ତୀଙ୍କୁ ସ୍ପର୍ଶ ନ କରି ତାଙ୍କୁ ଏକ ପୁତ୍ର ପ୍ରଦାନ କରିଲେ । କିନ୍ତୁ କୁନ୍ତୀ ଅବିବାହିତ ଥିଲେ ସେଥିପାଇଁ ସେ ଏହି ଶିଶୁକୁ ପାଣିରେ ଭସେଇ ଦେଲେ । ଏହା ପରେ ଏହି ଶିଶୁ ଗୋଟିଏ ରଥ ଚଳେଇଲାବାଲା ବ୍ୟକ୍ତିକୁ ମିଳିଲା । ସେ ସେହି ଶିଶୁକୁ ଲାଳନ ପାଳନ କଲେ ଓ ତାହାର ନାମ କର୍ଣ ରଖିଲେ । ଏହା ମଧ୍ୟରେ ସେମାନେ ଜାଣି ଗଲେ ଯେ କର୍ଣ ସାଧାରଣ ଶିଶୁ ନ ଥିଲା ତାଙ୍କର ଶରୀରରେ କବଚ ଓ କୁଣ୍ଡଳ ଥିଲା । ଯାହା କର୍ଣକୁ ସୁରକ୍ଷା ଦେଉଥିଲା ।

କର୍ଣ ବଡ ହୋଇ ଗୁରୁ ଦ୍ରୋଣାଚାର୍ଜ୍ୟଙ୍କ ପାଖକୁ ଧନୁର ବିଦ୍ୟା ଶିଖିବାକୁ ଗଲେ । କିନ୍ତୁ ସେ ରାଜ ପରିବାରର ହୋଇ ନ ଥିବାରୁ ଦ୍ରୋଣାଚାର୍ଜ୍ୟ ତାଙ୍କୁ ଶିକ୍ଷାରୁ ବାରଣ କରିଦେଲେ । ଏହା ପରେ କର୍ଣା ଗୁରୁ ପର୍ଶୁରାମଙ୍କ ପାଖରେ ନିଜର ଶିକ୍ଷା ଗ୍ରହଣ କରିଲେ । କିନ୍ତୁ ସେ ସେହି ସମୟରେ ପର୍ଶୁରାମଙ୍କୁ ବ୍ରାହ୍ମଣ ବୋଲି ମିଥ୍ୟା ପରିଚୟ ଦେଇଥିବାରୁ ପର୍ଶୁରାମ କର୍ଣଙ୍କୁ ଅଭିଶାପ ଦେଲେ କି ଆବଶ୍ୟକ ବେଳେ ସେ ତାଙ୍କର ବିଦ୍ୟା ଭୁଲିଯିବେ । ଦିନେ ଅର୍ଜୁନ ଓ କର୍ଣ ମଧ୍ୟରେ ଧନୁ ବିଦ୍ୟାର ପ୍ରତିଯୋଗୀତା ଆରମ୍ଭ ହେଲା ।

କିନ୍ତୁ ଫୁରୁ ଦ୍ରୋଣ କର୍ଣ ଜଣେ ରାଜା ହୋଇ ନ ଥିବାରୁ ପ୍ରତିଯୋଗିତାରୁ ଓହରି ଯିବାକୁ କହିବାରୁ ଦୁର୍ଜ୍ୟଧନ ତାଙ୍କୁ ଅଙ୍ଗ ଦେଶର ରାଜା କରିଥିଲେ । କିନ୍ତୁ ଏହା ପରେ ସନ୍ଧ୍ୟା ହୋଇଯିବାରୁ ପ୍ରତିଯୋଗୀତା ସମାପ୍ତ ହୋଇଗଲା । ମହାଭାରତ ଯୁଦ୍ଧ ପୂର୍ବରୁ ଭଗବାନ ଇନ୍ଦ୍ର ପୃଥିବୀ ପୃଷ୍ଠରେ ବ୍ରାହ୍ମଣ ରୁଅ ଧାରଣ କରି କର୍ଣ ଠାରୁ ତାଙ୍କର କବଚ ଓ କୁଣ୍ଡଳ ନେଇ ଯାଇଥିଲେ । ଭଗବାନ ଇନ୍ଦ୍ର ଏହା ଏଥିପାଇଁ କରିଲେ କାରଣ କର୍ଣର ଏହି କବଚ ଓ କୁଣ୍ଡଳ ଥିଲେ ତାଙ୍କୁ କେହି ବି ମାରି ପାରିବେ ନାହିଁ । ସେଥିପାଇଁ କର୍ଣକୁ ଦାନ ବୀର କୁହାଯାଏ ।

ଏହା ସହିତ ଏଥିରେ ବି କୌଣସି ସନ୍ଦେହ ନାହିଁ କି ଗୁରୁ ଦ୍ରୋଣ କର୍ଣଙ୍କ ସହିତ ଖରାପ କରିଲେ । କିନ୍ତୁ ସେ ଦୁର୍ଜ୍ୟଧନର ପ୍ରିୟ ମିତ୍ର ହୋଇଯାଇଥିଲେ ଦୁର୍ଜ୍ୟଧନ ଯେତେ ଅନ୍ୟାୟ କଲେ ବି ସେ ତାଙ୍କୁ ସମର୍ଥନ କରୁଥିଲେ । ଏଥି ପାଇଁ କର୍ଣ ଦାନବୀର ହୋଇଥିଲେ ବି ତାଙ୍କୁ ଅନ୍ୟାୟର ସମର୍ଥନ ଯୋଗୁଁ ତାଙ୍କୁ ଖଳନାୟକ ଭାବେ ପରିଗଣିତ କରାଯାଇଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।