କେମିତି ରହିବ ନୂଆ ବର୍ଷ 2021 ( ମେଷ ରାଶି ), ସ୍ୱାସ୍ଥ୍ୟ, ଚାକିରି, ବିଜିନେଶ, ପାରିବାରିକ ଜୀବନ ରେ ଆସିବ ଏହି ସବୁ ପରିବର୍ତ୍ତନ

ଜ୍ୟୋତିଷ ଶାସ୍ତ୍ର ହେଉଛି ଗଣିତ ଏବଂ ବିଜ୍ଞାନ ର ସମିଶ୍ରଣ। ଗ୍ରହ ଓ ନକ୍ଷେତ୍ର ମାନଙ୍କର ର ଅବସ୍ଥାନ ଏବଂ ଗତିବିଧି କୁ ଆଧାର କରି ଦିନ, ମାସ ଓ ବର୍ଷ ଧାର୍ଯ୍ୟ କରାଯାଇଥାଏ। ସେହି ପରି ଭାବରେ ଗ୍ରହ ଓ ନକ୍ଷେତ୍ର ମାନେ ମନ୍ୟୁଷ ଜୀବନରେ ଆସୁଥିବା ଭବିଷ୍ୟତ ସମୟ ଉପରେ ପ୍ରଭାବ ପକାଇ ଥାନ୍ତି। ଆଜି ଆମେ ମେଷ ରାଶିର ନୂତନ ବର୍ଷ ୨୦୨୧ ର ବାର୍ଷିକ ରାଶିଫଳ ବିଷୟରେ ଆଲୋଚନା କରିବା।

୨୦୨୧ ମସିହା ଜାତକ ଅନୁଯାୟୀ ଏହି ଚନ୍ଦ୍ର ରାଶି ରେ ଜନ୍ମିତ ବ୍ୟକ୍ତି ମାନଙ୍କର  ବର୍ଷ ର ଦ୍ଵିତୀୟ ଭାଗରେ ସ୍ୱାସ୍ଥ୍ୟ ଉତ୍ତମ ରହିବ। ବର୍ଷ ର ଆରମ୍ଭ ରେ ଆପଣଙ୍କ ସ୍ୱାସ୍ଥ୍ୟ ରେ ଉଥାନପତନ ହୋଇ ପାରେ। ଏହି କାରଣରୁ ଉପଯୁକ୍ତ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଆପଣଙ୍କୁ କୌଣସି ପ୍ରକାର ରୋଗରୁ ଉପଶମ କରିପାରେ।

ଏହି ବର୍ଷ ଆପଣ ମାନଙ୍କର ପ୍ରେମ ଜୀବନରେ ବାଧାବିଘ୍ନ ଦେଖା ଦେଇପାରେ। ଯଦି ଆପଣ ଓ ଆପଣଙ୍କ ସହଭାଗୀ ଙ୍କ ମଧ୍ୟରେ ଦୃଢ ବୁଝାମଣା ଅଛି। ତେଣୁ ଆପଣ ଉଭୟ କୌଣସି ପ୍ରତିବନ୍ଧକ କୁ ସମନ୍ନା କରି ପାରିବେ। ଯେଉଁ ମାନେ ପ୍ରେମ ବିବାହ ପାଇଁ ଅପେକ୍ଷା କରୁଛନ୍ତି ସେମାନଙ୍କୁ ବିବାହ କରିବାକୁ ବହୁତ ଚେଷ୍ଟା କରିବାକୁ ପଡି ପାରେ। ବୈବାହିକ ଜୀବନ ସରଳ ଏବଂ ସୁଖମୟ ହେବ।

ଆପଣଙ୍କ ପିଲାମାନେ ଭଲ କାର୍ଯ୍ୟ କରିବେ। ଯାହା ଆପଣଙ୍କୁ ଶାନ୍ତି ଦେବ ଓ ଆପଣଙ୍କ ପାରିବାରିକ ଜୀବନରେ ଉଥାନ ପତନ ଲାଗି ରହିବ। ଆପଣଙ୍କ ପିତା ଙ୍କ ସ୍ୱାସ୍ଥ୍ୟ ରେ ଏହି ବର୍ଷ ପତନ ହୋଇପାରେ। ଆପଣ ଆପଣଙ୍କ ବାସଗୃହ ବଦଳାଇ ପାରନ୍ତି। ଏବଂ ଆପଣଙ୍କ ବନ୍ଧୁବାନ୍ଧବ ଙ୍କ ପକ୍ଷରୁ ଆପଣ ଦୂରେଇଯିବେ। ଆପଣଙ୍କ ପରିବାର ରେ ଶୁଭ ଘଟଣା ଘଟିବାର ସମ୍ଭାବନା ରହିଛି।

ଛାତ୍ରଛାତ୍ରୀ ମାନେ ସେମାନଙ୍କ ଚେଷ୍ଟା ରୁ ଉତ୍ତମ ଫଳ ପ୍ରାପ୍ତ କରିବେ। ଆପଣ ବିଦେଶ ରୁ ହଠାତ ଲାଭ ପାଇ ପାରନ୍ତି। ଆପଣ ଆପଣଙ୍କର ସହକର୍ମୀ ଏବଂ ଆପଣଙ୍କର ବନ୍ଧୁବାନ୍ଧବ ଙ୍କ ଠାରୁ ଉପଯୁକ୍ତ ସହଯୋଗ ପାଇ ପାରିବେ। ଏହି ବର୍ଷ ଆପଣଙ୍କ ବୃତି ରେ ଉଚ୍ଚ ସ୍ଥାନ ହାସଲ କରିବା ପାଇଁ ସହଯୁକ୍ତ ହେବେ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।