ମ୍ୟାଜିକ ନମ୍ବର ଛୁଇଁଲେ NDA ରାଷ୍ଟ୍ରପତି ପ୍ରାର୍ଥୀ Draupadi Murmu, ଜାଣନ୍ତୁ କେଉଁ ଦଳ କାହାକୁ ସମର୍ଥନ କରୁଛି ଓ ଦ୍ରୌପଦୀଙ୍କ ଜିତିବା ସମ୍ଭାବନା କେତେ ?

ରାଷ୍ଟ୍ରପତି ନିର୍ବାଚନ ଏବେ ସାରା ଦେଶର ନଜର । ଏହି ନିର୍ବାଚନରେ କିଏ କାହା ପଟେ ଅର୍ଥାତ କେଉଁ ଦଳ କାହାକୁ ସମର୍ଥନ କରୁଛି ସମସ୍ତେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆମ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏଥର ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରିଛି । ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, ଜେଡ଼ିୟୁ, ଏଲଜେପି (ରାମବିଳାସ), ୱାଇଏସଆର କଂଗ୍ରେସ ନିଜ ସମର୍ଥନ ଘୋଷଣା କରିଛି । ବିଜେଡି ପାଖରେ ଥିବା ୨.୮୫ ପ୍ରତିଶତ ଭୋଟ ୱାଇଏସଆର କଂଗ୍ରେସ ପାଖରେ ଚାରି ପ୍ରତିଶତ ଭୋଟ ରହିଛି ।

ଏହି ଦୁଇ ଦଳର ଭୋଟ ପ୍ରତିଶତ ମିଶାଇଲେ ଦ୍ରୌପଦୀଙ୍କ ସମର୍ଥନରେ ମୋଟ ଭୋଟ ପ୍ରତିଶତ ୫୫.୭୫ ପ୍ରତିଶତରେ ପହଞ୍ଚିଛି । ଏହାଦ୍ବାରା ଦ୍ରୌପଦୀଙ୍କ ବିଜୟ ଯେ ନିଶ୍ଚିତ ଏହା ଜଣାପଡୁଛି । ଏନଡ଼ିଏ ସହଯୋଗୀ ନଥାଇ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଛନ୍ତି ଦୁଇ ଆଞ୍ଚଳିକ ଦଳ ବିଜେଡି ଓ ୱାଇଏସଆର କଂଗ୍ରେସ ।

ସେପଟେ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମସି, ଏନସିପି, ଶିବସେନା, ସିପିଆର, ସିପିଏମ, ସିଏମଆଇଏମଏଲ, ଡ଼ିଏମକେ, ଆରଜେଡ଼ି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡ଼ିଏସ, ଆରଏଲଡ଼ି, ଆରଏସପି, ଆଇୟୁଏମଏଲ ଓ ଜେଏମଏମ । ଜେଏମଏମ କୁ ଯଦିଓ ବିରୋଧୀ ସାଥିରେ ନେଇ ଚାଲିଛନ୍ତି ତେବେ ଏବେ ଯାଏଁ ଦଳ ତା’ର ଆଭିମୁଖ୍ଯ ସ୍ପଷ୍ଟ କରିନାହିଁ ।

ଦ୍ଵନ୍ଦରେ ରହି ବିରୋଧୀଙ୍କୁ ସମର୍ଥନ ଜଣାଇବେ ନା ଦ୍ରୌପଦୀଙ୍କ ସହ ରହିବେ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ବର୍ତ୍ତମାନ ଯାଏଁ ଆପ୍, ଟିଆରଏସ, ଅକାଳୀ ଦଳ, ଏଆଇଏମଆଇଏମ ଆଦି ଦଳଗୁଡିକ ଯାହା ସପକ୍ଷରେ ମଧ୍ୟ ନିଜ ସମର୍ଥନ ଘୋଷଣା କରି ନାହାନ୍ତି । ଏହି ସବୁ ଦଳ ଗୁଡିକ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଆମ ଓଡିଶାରୁ ଏଥର ଜଣେ ରାଷ୍ଟ୍ରପତି ପ୍ରତି ଭାବେ ଠିଆ ହେବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି ।

ଓଡିଆ ଝିଅଙ୍କୁ ବିଜେଡି ସମର୍ଥନ କରିଥିବା ବେଳେ ରାଜ୍ୟ କଂଗ୍ରେସ ଅଡୁଆରେ ପଡି ଯାଇଛି । କାରଣ ଜଣେ ଓଡିଆ ଝିଅ ଭାବେ ଦ୍ରୌପଦୀ ରାଷ୍ଟ୍ରପତି ଆସନରେ ବସନ୍ତୁ ବୋଲି ସବୁ ଓଡିଆଙ୍କ ଇଚ୍ଛା । ତେବେ ଦେଖାଯାଉ କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଉଛି ଭାଗ୍ୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।