‘ରାଷ୍ଟ୍ରପତିଙ୍କ କାର୍ ମୁଁ କଣ ଚଳେଇ ପାରିବି ? ସେ ଜଣେ …’ ଦେଖନ୍ତୁ ଭାବବିହ୍ଵଳ ହୋଇ କଣ କହିଲେ Draupadi Murmu ଙ୍କ ଡ୍ରାଇଭର

ଓଡିଆ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ସବୁଆଡୁ ଶୁଭେଚ୍ଛାରୁ ସୁଅ ସୁଟୁଛି । ଏହାରି ମଧ୍ୟରେ ଦୀର୍ଘ ୧୫ ବର୍ଷ ଧରି ଦ୍ରୌପଦୀଙ୍କ ଗାଡି ଚଲାଉଥିବା ଡ୍ରାଇଭରଙ୍କ ପ୍ରତିକିୟା ମିଳିଛି । ସେ ମ୍ୟାଡାମଙ୍କ ପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ତାଙ୍କ ମୁଖମଣ୍ଡଳରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି । ତାଙ୍କ ମ୍ୟାଡାମ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କେମିତି ବା ସେ ଖୁସି ହେବେନି । ହେଲେ ତାଙ୍କୁ ଟିକେ ଦୁଃଖ ଲାଗୁଛି ବୋଲି ମଧ୍ୟ ସେ କହିଛନ୍ତି ।

କାରଣ ଏତେ ବର୍ଷ ଧରି ସେ ଦ୍ରୌପଦୀଙ୍କର ଗାଡି ଚଲାଉଥିଲେ ଓ ସବୁ ସମୟରେ ତାଙ୍କ ପାଖରେ ରହୁଥିଲେ । କିଛି ଅସୁବିଧା ହେଲେ ଫୋନ କରିବୁ ବୋଲି ମ୍ୟାଡାମ ତାଙ୍କୁ କହି ଯାଇଛନ୍ତି । ଦ୍ରୌପଦୀଙ୍କ ଡ୍ରାଇଭର ନରେନ୍ଦ୍ର ଆବେଗପୂର୍ଣ୍ଣ ଭାବେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଦ୍ରୌପଦୀ ମୁର୍ମୁ ଏନଡ଼ିଏ ର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଏବେ ରାଷ୍ଟ୍ରପତି ପଦରେ ବସିବା ସମ୍ଭାବନା ମଧ୍ୟ ରହିଛି । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମର୍ଶିଡିଜ ବେଞ୍ଜ ଏସ ୬୦୦ ରେ ଚଢିବେ ।

ଯେଉଁ ଗାଡିକୁ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଡ୍ରାଇଭର ଚଲାନ୍ତି । ଦ୍ରୌପଦୀ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ ଓ ବିଜେଡି ଏବଂ ବିଜେପି ମେଣ୍ଟ ସରକାରର ମନ୍ତ୍ରୀ ମଧ୍ୟ ଥିଲେ । ଦୁଇ ଥର ବିଧାୟକ ମଧ୍ୟ ରହି ସାରିଛନ୍ତି । ଆଉ ଏବେ ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଛନ୍ତି । ଭଗବାନ ଯେତେବେଳେ ଯାହାକୁ ଯାହା ଦେବାକୁ ଚାହିଁବେ ଦେବେ ବୋଲି କହିକହନ୍ତି ନରେନ୍ଦ୍ର । ଯାହା ଯେଉଁ ପରି ଲେଖାହୋଇଛି ତାହା ହେବ ।

ରାଇରଙ୍ଗପୁରରୁ ଭୁବନେଶ୍ବର ଏୟାରପୋର୍ଟ ଯାଏଁ ସେ ଦ୍ରୌପଦୀଙ୍କୁ ନେଇକରି ଆସିଥିଲେ । ଦ୍ରୌପଦୀଙ୍କ ସହ ସମସ୍ତେ ମିଶିବାକୁ ଚାହୁଁଥିବା ବେଳେ ପ୍ରୋଟୋକଲ ଅନୁସାରେ ସେ ସମସ୍ତଙ୍କ ମିଶି ପାରୁନାହାନ୍ତି ବୋଲି ବାଟରେ ତାଙ୍କୁ କହିଥିଲେ । ମ୍ୟାଦାମ ବହୁତ ଖୋଲା ହୃଦୟର ମଣିଷ ଓ ସମସ୍ତଙ୍କ ସହ ମିଶିବାକୁ ତାଙ୍କର ଇଚ୍ଛା । ରାଷ୍ଟ୍ରପତି ହେଲେ ମଧ୍ୟ ତାଙ୍କ ସହ ତାଙ୍କର ସମ୍ପର୍କ ସବୁଦିନ ପାଇଁ ରହିବ ବୋଲି ନରେନ୍ଦ୍ର କହିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଗାଡି ତାଙ୍କୁ ଚଳେଇବାକୁ ମିଳିବ ନାହିଁ ବୋଲି ସେ ଟିକେ ଦୁଃଖପ୍ରକାଶ କରିଛନ୍ତି ।

ତେବେ ରାଷ୍ଟ୍ରପତି ଚଢୁଥିବା ମର୍ଶିଡିଜ ବେଞ୍ଜ ଏସ ୬୦୦ ଗାଡିଟି ସଂପୂର୍ଣ୍ଣ ଭାବେ ବୁଲେଟ ପ୍ରୁଫ । ବୋମା ଓ ଗ୍ରିନେଡ ବି ଏହାର ଖ୍ଯାତି କରିପାରିବ ନାହିଁ । ଏହି ଗାଡିରେ ବସି ସିଧାସଳଖ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିପାରିବେ । ବିଶ୍ଵର ପ୍ରତିସ୍ଥିତି ଏବଂ କ୍ଷମତାସମ୍ପନ୍ନ ବ୍ୟକ୍ତି ଏଭଳି କାର୍ ବ୍ୟବହାର କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।