ମଧୁବାଲାରୁ ଫେମସ ହେଇଥିବା ହିରୋଇନ Drashti Dhami ଙ୍କ ସ୍ଵାମୀ ଦେଖିବାକୁ ବହୁତ ହ୍ୟାଣ୍ଡସମ, ଏବେ ଏହି କାରଣ ପାଇଁ ଦୁହିଙ୍କ ଭିତରେ ବଢୁଛି ଦୁରତ୍ଵ

ଟିଭି ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନଙ୍କ ଭିତରୁ ଦ୍ରଷ୍ଟି ଧାମି ଜଣେ ଅଟନ୍ତି । ସେ ଛୋଟ ପରଦାର ମଧୁବାଲା ଅଟନ୍ତି । ସେ ଯେତିକି ସୁନ୍ଦର ସେତିକି ଗୁଣି ମଧ୍ୟ । ଅଭିନୟ, ନାଚ, ଗୀତ ସବୁଥିରେ ସେ ମାହିର । ଦ୍ରଷ୍ଟି ଙ୍କୁ ଚର୍ଚ୍ଚାରେ ରହିବା ବହୁତ ପସନ୍ଦ । ସେ ନିଜ କ୍ୟାରିୟର ରେ ବହୁତ ସିରିଏଲ ରେ କାମ କରିଛନ୍ତି ଏବଂ ବହୁତ ଲାଇମ ଲାଇଟ ମଧ୍ୟ ନେଇଛନ୍ତି । ଇଣ୍ଡଷ୍ଟ୍ରି ରେ କାମ କରୁଥିବା ଦ୍ରଷ୍ଟି ଙ୍କୁ ରାଣୀ ମଧ୍ୟ କୁହାଯାଏ ।

ସେ ବହୁତ ଥର କଣ୍ଟ୍ରୋଭରସି ର ଶିକାର ମଧ୍ୟ ହୋଇଛନ୍ତି । ଦ୍ରଷ୍ଟି ନିଜର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବହୁତ ଆଲବମ ରେ କାମ କରିଛନ୍ତି । ୨୦୦୭ ରେ ସିରିଏଲ ଦିଲ ମିଲ ଗୟା ଠାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଜି ଦ୍ରଷ୍ଟି ଟିଭି ଇଣ୍ଡଷ୍ଟ୍ରି ର ଗୋଟେ ଜଣା ଶୁଣା ଅଭିନେତ୍ରୀ ବନିସାରିଛନ୍ତି । ଟିଭି ର ମଧୁବାଲା ବହୁତ ଥର ନିଜର ବିବାହ ଘୁଞ୍ଚାଇଛନ୍ତି ।

ଦ୍ରଷ୍ଟି ଙ୍କ ବିବାହ ତାଙ୍କ ପ୍ରେମିକ ନୀରଜ ଙ୍କ ସହିତ ଫେବୃଆରୀ ୨୦୧୪ ରେ ହେବାର ଥିଲା କିନ୍ତୁ ନିଜର କ୍ୟାରିୟର ରେ ବ୍ୟସ୍ତ ଥିବା କାରଣରୁ ଦ୍ରଷ୍ଟି ନିଜର ବିବାହ ୧ ବର୍ଷ ଘୁଞ୍ଚାଇଥିଲେ । ସେ ଭାବୁଥିଲେ କି ରୋହିତ ସେଠି ଙ୍କ ଫିଲ୍ମ ସିଂହମ ରେ ତାଙ୍କୁ ରୋଲ ମିଳିବ କିନ୍ତୁ ସେମିତି ହେଲା ନାହିଁ । ସେତେବେଳେ ତାଙ୍କ ସିରିଏଲ ମଧୁବାଲା ମଧ୍ୟ ଅଫ ହୋଇଥିଲା ।

ଯେତେବେଳେ ତାଙ୍କୁ କାମ ମିଳିଲା ନାହିଁ ସେତେବେଳେ ୨୦୧୫ ରେ ଦ୍ରଷ୍ଟି ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତି ନେଇଥିଲେ । ୨୦୧୮ ରେ ଦ୍ରଷ୍ଟି ଟିଭି ସିରିଏଲ ସିଲସିଲା ବଦଲତେ ରିଷ୍ଟୋ ରେ ଦେଖା ଦେଇଥିଲେ । କିନ୍ତୁ ବର୍ତମାନ ସେ କୌଣସି ସିରିଏଲ ରେ ନଜର ଆସୁନାହାନ୍ତି । ଯେତେବେଳେ ଦ୍ରଷ୍ଟି ଝଲକ ଦିଖ ଲାଜା ର ସେଟ କୁ ଆସିଥିଲେ ସେତେବେଳେ ତାଙ୍କର ନିଜ ପାଟନର ସଲମାନ ୟୁସୁଫ ଙ୍କ ସହିତ ଗଭୀର ବନ୍ଧୁତା କୁ ନେଇ ଦ୍ରଷ୍ଟି ଏବଂ ତାଙ୍କ ସ୍ବାମୀ ନୀରଜ ଙ୍କ ଭିତରେ ଦୁରତ୍ଵ ବଢିଥିଲା ।

ମଝିରେ ଏହା ଖବର ମଧ୍ୟ ଆସିଥିଲା କି ଦୁହେଁ ଡିଭୋର୍ସ ନେବାକୁ ଯାଉଛନ୍ତି । ଦ୍ରଷ୍ଟି ଙ୍କ ସିରିଏଲ ଗୀତ ର ପାଟନର ଗୁର୍ମିତ ଙ୍କ ସହିତ ସମ୍ପର୍କ ଥିଲା ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଗୁର୍ମିତ ଆଗରୁ ବିବାହିତ ଥିଲେ ତେଣୁ ସେ ଦ୍ରଷ୍ଟି ଙ୍କ ଠାରୁ ଦୂରେଇ ରହିଲେ କାରଣ ଦ୍ରଷ୍ଟି ଏବଂ ଗୁର୍ମିତ ଙ୍କ ପ୍ରେମ ସମ୍ପର୍କ ପାଇଁ ତାଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହେଉଥିଲା ।

ଦ୍ରଷ୍ଟି ଙ୍କ ସିରିଏଲ ମଧୁବାଲା ରେ ତାଙ୍କ କୋ ଆକ୍ଟର ଙ୍କ ଯୋଡ଼ି ଟିଭି ପରଦାରେ ଖୁବ ସୁନ୍ଦର ଲାଗେ କିନ୍ତୁ ଅସଲ ରେ ଏହି ଦୁଇଜଣଙ୍କ ଭିତରେ କେବଳ ପରଦାରେ ହିଁ ଭଲ ସମ୍ପର୍କ ଥାଏ ପରଦା ପଛରେ ଦୁହେଁ ଦୁହିଁଙ୍କୁ ଘୃଣା କରନ୍ତି । ଦ୍ରଷ୍ଟି ଯେତେବେଳେ ଝଲକ ଦିଖ ଲାଯା ର ଟ୍ରଫି ଜିତିଥିଲେ ସେତେବେଳେ ଲୋକ ମାନେ କହୁଥିଲେ କି ଦ୍ରଷ୍ଟି ଏହି ଟ୍ରଫି ର ଅସଲି ହକଦାର ନୁହନ୍ତି ।

ଚ୍ୟାନେଲ ତାଙ୍କୁ ତାଙ୍କ ଟିଭି ସିରିଏଲ ମଧୁବାଲା ର ପପୁଲାରିଟି ପାଇଁ ଜିତାଇ ଥିଲା । ଦ୍ରଷ୍ଟି ଏବେ କୌଣସି ସିରିଏଲ ରେ ଦେଖା ଦେଉନାହାନ୍ତି କିନ୍ତୁ ଶୁଣିବାକୁ ମିଳୁଛି କି ସେ ଖୁବ ଶୀଘ୍ର ଟିଭି ଇଣ୍ଡଷ୍ଟ୍ରି କୁ ଫେରିବାକୁ ଯାଉଛନ୍ତି ।

ତେବେ ଆପଣଙ୍କୁ ଦ୍ରଷ୍ଟି ଧାମି କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।