ମଦ ପିଇ ନଷ୍ଟ ହୋଇଯାଇଛି Humane Sagar ଖାଦ୍ୟନଳୀ, ଗଣମାଧ୍ୟମ ଆଗରେ ବଡ ଖୁଲାସା କଲେ ପତ୍ନୀ Shriya Mishra, ଅସୁସ୍ଥ ଅଛନ୍ତି ହ୍ୟୁମାନ !

ଓଡିଶାର ଏକ ନମ୍ବର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ପ୍ରତିଦିନ ହ୍ୟୁମାନଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଗଣମାଧ୍ୟମରେ ଆଉ ଏକ ନୂଆ ଖୁଲାସା କରିଛନ୍ତି । ଶ୍ରୀୟା କହିଛନ୍ତି କି, ହ୍ୟୁମାନଙ୍କ ଖାଦ୍ୟନଳୀ ନଷ୍ଟ ହୋଇଯାଇଛି । ତାଙ୍କର ଏବେ କଲୋନୋସ୍କୋପି ଚାଲିଛି । ତେବେ ଅତ୍ୟଧିକ ମ-ଦ୍ୟପାନ ଯୋଗୁଁ ହ୍ୟୁମାନଙ୍କୁ ଖାଦ୍ୟନଳୀ ନଷ୍ଟ ହୋଇ ଯାଇଥିବା ଶ୍ରୀୟା କହିଛନ୍ତି ।

ହ୍ୟୁମାନ ପୂର୍ବରୁ ବେଶ ମୋଟାସୋଟା ଓ ସୁସ୍ଥ ସବଳ ଥିଲେ । କିନ୍ତୁ ଏବେ ହ୍ୟୁମାନଙ୍କୁ ଦେଖି ଆପଣ ଜାଣି ପାରୁଥିବେ କି ସେ ଏକଦମ ଝଡି ଯାଇଛନ୍ତି ଏବଂ ଅସୁସ୍ଥ ଥିବା ଭଳି ମଧ୍ୟ ଜଣା ପଡ଼ୁଛନ୍ତି । ତେବେ ସବୁଠୁ ବଡ କଥା ହେଲା ହ୍ୟୁମାନ ନିଜେ ପୋଲିସ ଆଗରେ ମଧ୍ୟ ଅସୁସ୍ଥ ଥିବା ସ୍ଵୀକାର କରିଛନ୍ତି । ପୋଲିସ ଆଗରେ ହ୍ୟୁମାନ କହିଛନ୍ତି ଯେ, ତାଙ୍କ ଖାଦ୍ୟନଳୀ ନଷ୍ଟ ହୋଇ ଯାଇଥିବା ବେଳେ ବର୍ତ୍ତମାନ ତାଙ୍କର କଲୋନୋସ୍କୋପି ଚାଲିଛି । ତେବେ ମ-ଦ୍ୟପାନ ଯୋଗୁଁ ଯେ ଏଭଳି ହୋଇଛି ତାହା ପ୍ରକାଶ କରିନାହାନ୍ତି ହ୍ୟୁମାନ ।

ଏନେଇ ତାଙ୍କ ପତ୍ନୀ ଶ୍ରୀୟା ଗଣମାଧ୍ୟମରେ କହିଛନ୍ତି, ହ୍ୟୁମାନ ଅତ୍ୟଧିକ ପାନ କରି ଘରକୁ ଆସନ୍ତି ଓ ତାଙ୍କୁ ପ୍ରତିବାଦ କଲେ ବା ମ-ଦ ପିଇବାକୁ ମନା କଲେ ସେ ମୋତେ ମାଡ ମାରନ୍ତି । ଅଧିକ ମ-ଦ ପିଇବା ଯୋଗୁଁ ହ୍ୟୁମାନଙ୍କ ଖାଦ୍ୟନଳୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଓ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ହ୍ୟୁମାନଙ୍କୁ ଏବେ ଦେଖିଲେ ସବୁକିଛି ସଫା ସଫା ଜଣାପଡୁଛି କି ସେ ଅସୁସ୍ଥ ଅଛନ୍ତି ଏବଂ ପୂର୍ବ ଠାରୁ ଏକଦମ ଦୁର୍ବଳ ଜଣା ପଡ଼ୁଛନ୍ତି ।

ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ବିବାଦ ବଢିବା ଯୋଗୁଁ ଶ୍ରୀୟା ନିଜ ବାପଘରକୁ ପଳାଇଥିଲେ । ଏବେକୁ ପ୍ରାୟ ପାଞ୍ଚ ମାସ ହେବ ହ୍ୟୁମାନଙ୍କ ଠାରୁ ଅଲଗା ରହୁଛନ୍ତି ଶ୍ରୀୟା । ସେଥିପାଇଁ ବର୍ତ୍ତମାନ ହ୍ୟୁମାନଙ୍କ ଦେହ କେମିତି ଅଛି ଜାଣି ନଥିବା କହିଛନ୍ତି ଶ୍ରୀୟା । ହ୍ୟୁମାନଙ୍କ ପାଖରେ ଥିବାବେଳେ ସେ ତାଙ୍କର ସବୁ ଯତ୍ନ ନେଉଥିଲେ । କିନ୍ତୁ ଏଠାରୁ ଚାଲିଯିବା ପରେ ତାଙ୍କ ଦେହ କେମିତି ଅଛି ସେ ଜାଣି ନଥିବା କହିଛନ୍ତି । ତେବେ ବୁଝାମଣା ପାଇଁ ଶ୍ରୀୟା ଯେଉଁ ଦୁଇଦିନ ମାଗିଥିଲେ ତାହା ପୂରଣ ହୋଇସାରିଛି ।

ଦେଖାଯାଉ ଉଭୟ ପକ୍ଷ ଆଉ ଥରେ ମିଶିକରି ରହିବା ପାଇଁ ନିଷ୍ପତ୍ତି ନେଉଛନ୍ତି ନା ଏହି ବିବାଦ ଆହୁରି ତୀବ୍ର ରୂପ ଧାରଣ କରୁଛି । ଏନେଇ ଆପଣ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।