ବିବାହିତ ଦମ୍ପତିଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ଆଣିଲେ ନୂଆ ଯୋଜନା, ଆବେଦନ କଲେ ବର୍ଷକୁ ମିଳିବ 51 ହଜାର ଟଙ୍କା, କେମିତି କରିବେ ଆବେଦନ ?

ବିବାହିତ ଦମ୍ପତିଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି ମୋଦି ସରକାର । ଏହି ଯୋଜନା ମୁତାବକ ବିବାହିତ ଦମ୍ପତିଙ୍କୁ ବର୍ଷକୁ 51 ହଜାର ଟଙ୍କା ମିଳିବ । ଭଲ ପେନସନ ଯୋଗୁଁ ଲୋକମାନେ ସରକାରୀ ଚାକିରି କରିବାକୁ ଅଧିକ ପସନ୍ଦ କରିଥାନ୍ତି । ଅନେକ ବେସରକାରୀ ଚାକିରିଆଙ୍କ ପାଖେ ପେନସନର ବିକଳ୍ପ ଥିଲେ ମଧ୍ୟ ଘର ଚଳାଇବା ପାଇଁ ତାହା ବହୁତ କମ୍ ହୋଇଥାଏ । ଏଭଳି ସ୍ଥିତିରେ ପେନସନ ପାଇବାକୁ ଚାହୁଁଥିବା ଲୋକମାନେ ମୋଦି ସରକାରଙ୍କ ଏହି ନୂଆ ଯୋଜନାରେ ଆବେଦନ କରିବା ଉଚିତ ।

ଯାହାଦ୍ୱାରା ବିବାହିତ ଦମ୍ପତି ବାର୍ଷିକ ଏକ ସ୍ଥାୟୀ ପେନସନର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ଆବେଦନ କରିବାର ଶେଷ ତାରିଖ ରହିଛି 31 ମାର୍ଚ୍ଚ 2023 । ଆପଣ ଯଦି ଠିକ ସମୟରେ ଏହି ଯୋଜନାରେ ନିବେଶ କରନ୍ତି ତେବେ ଆପଣ ବାର୍ଷିକ 51 ହଜାର ଟଙ୍କା ଲେଖାଏଁ ପାଇପାରିବେ । ତେବେ ଏହି ଯୋଜନାର ନାମ ହେଉଛି “ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା”, ଯାହାକି ସରକାରଙ୍କ ଦ୍ଵାରା କରା ଯାଇଥିବା ଏକ ସାମାଜିକ ସୁରକ୍ଷା ଯୋଜନା ।

ଯଦି ଉଭୟ ସ୍ଵାମୀ ଓ ସ୍ତ୍ରୀ ଏହି ଯୋଜନାରେ ଆବେଦନ କରନ୍ତି ତେବେ ଆପଣଙ୍କୁ ଏହି ଯୋଜନା ଅନୁଯାୟୀ ପ୍ରାୟ ତିନି ଲକ୍ଷ ସାତ ହଜାର ଟଙ୍କା ଜମା କରିବାକୁ ହେବ । ଏହି ଉପାୟରେ ଆପଣଙ୍କର ମୋଟ ନିବେଶ 6 ଲକ୍ଷ 15 ହଜାର ଟଙ୍କା ହୋଇଯିବ । ଏହି ଯୋଜନା ଅନୁସାରେ ସରକାରୀ ବାର୍ଷିକ 7.40 ସୁଧ ପ୍ରଦାନ କରିବେ । ଏହି ଉପାୟରେ ନିବେଶ କଲେ ଆପଣ ବାର୍ଷିକ 51 ହଜାର ଟଙ୍କା ପାଇପାରିବେ ।

ଯଦି ଆପଣ ମାସିକ ଏହି ଟଙ୍କା ନେବାକୁ ଚାହିଁବେ ତେବେ ଆପଣଙ୍କୁ ପ୍ରତି ମାସରେ 4100/- ଟଙ୍କା ପେନସନ ଆକାରରେ ମିଳିବ । ସବୁଠୁ ଖାସ କଥା ହେଲା ଏହି ଯୋଜନାରେ ଆପଣ ଯାହା ଜମା କରିଥିବେ 10 ବର୍ଷ ପରେ ସେହି ଟଙ୍କା ଆପଣଙ୍କୁ ଫେରାଇ ଦେବେ ସରକାର । ଅର୍ଥାତ ଆପଣଙ୍କୁ କେବଳ 10 ବର୍ଷ ପାଇଁ ଏହି ଯୋଜନାରେ ନିବେଶ କରିବାକୁ ହେବ । ଏହାପରେ ଆପଣଙ୍କ ଇଚ୍ଛା ଅନୁଯାୟୀ ପ୍ରତି ମାସ, ତ୍ରୈମାସିକ କିମ୍ବା ପ୍ରତି ବର୍ଷ ଏହି ପେନସନ ଆପଣ ନେଇପାରିବେ ।

ଯଦି ମଝିରେ ଆପଣ ଏହି ଯୋଜନାକୁ ସରେଣ୍ଡର କରିବାକୁ ଚାହିଁବେ ତେବେ ଏହି ଯୋଜନା ଅଧୀନରେ ଆପଣ ଯାହାବି ନିବେଶ କରିଥିବେ ତାହା ଆପଣଙ୍କୁ ଫେରସ୍ଥ କରି ଦିଆଯିବ । କେନ୍ଦ୍ର ସରକାର ଓ LIC ଅଫ ଇଣ୍ଡିଆ ଏକାଠି ଏହି ଯୋଜନାକୁ ପରିଚାଳନା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।