ମୋ ପାଖେ ପଇସା ନାହିଁ ବୋଲି ମୁଁ ଚିରା ନାଇଟି ଚିରା ଡ୍ରେସ ପିନ୍ଧୁଛି… ଏମିତି କାହିଁକି କହିଲେ Humane ଙ୍କ ପତ୍ନୀ Shriya ? ଶୁଣନ୍ତୁ ସେ କଣ କହୁଛନ୍ତି

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ସମାଧାନ ହେବ କି ଆହୁରି କୁହୁଳିବ ଏହା ଖୁବ ଶୀଘ୍ର ଜଣାପଡିବ । କିନ୍ତୁ ଏହା ପୂର୍ବରୁ ଉଭୟ ପକ୍ଷ ଗଣମାଧ୍ୟମ ଆଗରେ ପରସ୍ପରକୁ ଦୋଷାରୋପ କରିବାରେ ଲାଗି ପଡିଛନ୍ତି । ହ୍ୟୁମାନଙ୍କ ଉପରେ ଲଗା ଯାଇଥିବା ଆରୋପକୁ ହ୍ୟୁମାନ ମିଥ୍ୟା ବୋଲି କହିବା ସହ ଶ୍ରୀୟା ମଧ୍ୟ ନିଜ ପକ୍ଷ ରଖିବାରେ ଲାଗି ପଡିଛନ୍ତି । ତେବେ ହ୍ୟୁମାନ ବୁଝାମଣା କରିବାକୁ ପ୍ରସ୍ତୁତ ଥିବା କହିଥିବା ବେଳେ ଏନେଇ ଶ୍ରୀୟା କହିଛନ୍ତି କି, ସେ କେବଳ ଗଣମାଧ୍ୟମ ସାମ୍ନାରେ ସେଭଳି କହୁଛନ୍ତି ।

ଏଥିରେ ଗଣମାଧ୍ୟମ, ପରିବାର, ସାଙ୍ଗସାଥି କି ପୋଲିସ କାହାରି ଆଗରେ ସେ କଣ କହୁଛନ୍ତି ତା’ର ମାନେ କିଛି ନାହିଁ । ଏହା ସ୍ଵାମୀ ସ୍ତ୍ରୀଙ୍କ ଭିତର କଥା ତେଣୁ ସେ ମୋ ସାମ୍ନାରେ ଯଦି ଅନୁତାପ କରନ୍ତେ ଓ ମୋତେ ଯେମିତି ସ୍ତ୍ରୀ ବନେଇ ଘରୁ ନେଇଥିଲେ ସେମିତି ସମ୍ମାନର ସହ ଆସି ନିଅନ୍ତେ ତେବେ ମୁଁ ନିଶ୍ଚୟ ବୁଝାମଣା କରିବି । ମୁଁ ଏତେ ଅମଣିଷ ନୁହେଁ ଯେ ସ୍ଵାମୀ ଏତେ ସବୁ କରିବା ପରେ ବି ମୁଁ ବୁଝାମଣା କରିବିନି । ଥାନାରୁ ଫେରିବା ପରେ ହ୍ୟୁମାନ ଓ ମୋ ଶାଶୁ ପ୍ରଥମେ ନେଗେଟିଭ କମେଣ୍ଟ ଦେବା ଆରମ୍ଭ କରିଥିଲେ ।

ଯଦି ସତରେ କମ୍ପ୍ରମାଇଜ କରିବାକୁ ଚାହିଁଥାନ୍ତେ ଏଭଳି କାହିଁ କରୁଥିଲେ ? ହ୍ୟୁମାନଙ୍କ ଖାଦ୍ୟନଳୀ ଖରାପ ହେବା କଥା ମୁଁ ଭଲରେ ଜାଣିନି । କାରଣ ଗତ 6 ମାସ ହେବ ମୁଁ ବାପଘରେ ଆସି ରହୁଛି, ମୁଁ କେମିତି ତାଙ୍କ ଖାଦ୍ୟନଳୀ ଖରାପ ପାଇଁ ଦାୟୀ ହେବି ? ସେ ବହୁତ ମଦ୍ୟପାନ କରନ୍ତି ଓ ଆମେ ଯେତେ ବୁଝେଇଲୁ ସେ ବୁଝିଲେନି । ଘରେ ଆସି ମୋ ବାପାମା’ ଙ୍କ ଗୋଡ ତଳେ ପଡି ଭୁଲ ମାଗିଲେ କିନ୍ତୁ ପରବର୍ତ୍ତୀ ସମୟରେ ଯାହାକୁ ସେଇଆ ।

ହ୍ୟୁମାନ ନ ସୁଧୁରିବାରୁ ଓ ପରିସ୍ଥିତି ଅଧିକ ଜଟିଳ ହେବାରୁ ମୁଁ ବାଧ୍ୟ ହୋଇ ତାଙ୍କ ପାଖରୁ ପଳେଇ ଆସିଲି । ସେହିପରି ଶ୍ରୀୟା ଟଙ୍କା ନେଇ ପଳାଇବା କଥାକୁ ମଧ୍ୟ ଖଣ୍ଡନ କରିଛନ୍ତି । ହ୍ୟୁମାନ ତାଙ୍କ ରୋଜଗାର ଟଙ୍କା ଶ୍ରୀୟାଙ୍କ ହାତରେ ଦେଉଥିଲେ । କିନ୍ତୁ ଘର ଖଣ୍ଡେ କରିବା ପାଇଁ ଯେତେବେଳେ ହ୍ୟୁମାନ ତାଙ୍କୁ ନିଜ ରୋଜଗାର ଟଙ୍କାର ହିସାବ ମାଗିଲେ ସେବେ ଠାରୁ ହିଁ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ହ୍ୟୁମାନ କହିଥିଲେ ।

ଏନେଇ ଶ୍ରୀୟା କହିଛନ୍ତି କି, ମୋ ପାଖେ ଟଙ୍କା ନାହିଁ ବୋଲି ମୁଁ ଚିରା ନାଇଟି ଓ ଡ୍ରେସ ପିନ୍ଧୁଛି । ଏକଥା ସଂପୂର୍ଣ୍ଣ ମିଛ । ଏହାସହ ହ୍ୟୁମାନଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା କଥା ସତ ବୋଲି ମଧ୍ୟ କହିଛନ୍ତି ଶ୍ରୀୟା । ତେବେ ଅଧିକ ତଦନ୍ତ ପରେ ଜଣାପଡିବ କିଏ ସତ କହୁଛି ଏବଂ କିଏ ମିଛ କହୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।