ବାସି ମୁହଁରେ ଉଷୁମ ପାଣି ପିଇଲେ କଣ ହୋଇଥାଏ ? ରେଜଲ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ (Health Tips)

ଆଜିର ବ୍ୟସ୍ତ ବହୁଳ ଜୀବନରେ ଶରୀରର ଠିକ ଭାବେ ଯତ୍ନ ନନେବା ଯୋଗୁଁ ଆମେ ରୋଗରେ ପଡିଥାଉ । ତେବେ ଆଜିର ବ୍ୟସ୍ତତା ପୂର୍ଣ୍ଣ ଜୀବନରେ ଆପଣ କିଭଳି ନିଜକୁ ସୁସ୍ଥ ରଖିବେ ତା’ର ଏକ ଛୋଟ ମନ୍ତ୍ର ଆଜି ଆମେ ଆପଣଙ୍କୁ ଜଣାଇବୁ । ପ୍ରାୟ ଲୋକମାନେ ସକାଳୁ ଉଠି ଚାହା ଓ କଫି ଆଦି ପିଅନ୍ତି । ଆଉ କେହି କେହି ନିତ୍ୟକର୍ମ ସାରିବା ପରେ ସିଧା ଜଳଖିଆ ଖାଇଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ସକାଳୁ ବାସି ମୁହଁରେ କେବଳ ଏକ ଗ୍ଳାସ ପାଣି ପିଇବାକୁ କହୁଛୁ ।

କାହିଁକି ନା ବାସି ମୁହଁରେ ଯେଉଁ ଲାଲ ବାହାରିଥାଏ ତାହା ଆମ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଆଖିତଳେ କଳା ଦାଗ ପଡିଥିଲେ ବାସି ମୁହଁର ଲାଳ ସେ ଜାଗାରେ ଲଗାଇଲେ ତାହା କମ୍ ଦିନରେ ଭଲ ହୋଇଯିବ । ମୁହଁରେ ବ୍ରଣ ହୋଇଥିଲେ ସେଥିରେ ମଧ୍ୟ ବାସି ମୁହଁ ଲାଳକୁ ଲଗାଇଲେ ତାହା ଭଲ ହୋଇଯାଏ । ପ୍ରକୃତିର ନିୟମ ଅନୁସାରେ ଆମ ଲାଳରେ ପେନକିଲର୍ ର ଗୁଣ ରହିଛି । ସେଥିପାଇଁ କେଉଁ ସ୍ଥାନରେ ଖଣ୍ଡିଆ ହୋଇଥିଲେ ସେଥିରେ ମଧ୍ୟ ଲାଳ ଲଗାଇଲେ ତାହା ଦୂର ହୁଏ ।

ଘା’ ଆମ ପାଇଁ ଆଣ୍ଟି ଫଙ୍ଗାଲ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଭାଇରାଲର କାମ କରିଥାଏ । ସକାଳୁ ଉଠି ବ୍ରଶ ନକରି ବାସି ମୁହଁରେ ଏକ ଗ୍ଳାସ ଉଷୁମ ପାଣି ପିଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ନିଜ ପାଇଁ କେବଳ ଏତିକି ସମୟ ଦିଅନ୍ତି ତେବେ ଆପଣ ସୁସ୍ଥସବଳ ରହିବେ ।

ଆମ ଶରୀର 5ଟି ତତ୍ତ୍ଵରେ ତିଆରି ଯେଉଁଥିରୁ ପାଣି ଅନ୍ଯତମ । ଆମ ଶରୀରରେ 60ରୁ 70% ଜଳ ରହିଥାଏ । ତେଣୁ ପାଣି ସହିତ ଜଡିତ କିଛି ନିୟମ ପାଳନ କରିବା ଉଚିତ । କେବେବି ତରତର ହୋଇ ପାଣି ପିଅନ୍ତୁ ନାହିଁ । ସବୁବେଳେ ରହି ରହି ପାଣି ପିଅନ୍ତୁ । ଶୀଘ୍ର ପାଣି ପିଇବା ଦ୍ଵାରା ଆମ ଶରୀର ରୋଗଗ୍ରସ୍ତ ହୋଇଥାଏ ।

ଆଜିକାଲି ମୋଟାପଣକୁ ନେଇ ସମସ୍ତେ ଚିନ୍ତିତ ରହୁଥିବା ବେଳେ ସକାଳୁ ଉଠି ବାସି ମୁହଁରେ ଉଷୁମ ପାଣି ପିଇବା ରାମବାଣ ଭଳି କାର୍ଯ୍ୟ କରିଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଓଜନ ଧୀରେ ଧୀରେ କମିବାକୁ ଲାଗିବ । ସକାଳୁ ବାସି ମୁହଁରେ ଉଷୁମ ପାଣି ପିଇବା ଦ୍ଵାରା ଆମ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ।

ଏହାସହ ଗ୍ଯାସ ଭଳି ସମସ୍ଯା ଦୂର କରିବା ପାଇଁ ଉଷୁମ ପାଣି ବହୁତ ସାହାଯ୍ୟ କରିଥାଏ । ଗ୍ଯାସ ସମସ୍ଯା ବଢିଲେ ଶରୀରରେ ପିତ ବଢିଯାଏ ଓ ଏସିଡ ବଢିବା ଯୋଗୁଁ ରକ୍ତରେ ମଧ୍ୟ ଏସଡି ବଢିଯାଏ । ଯାହାକୁ ଆମ ହରମୋନକୁ ଖରାପ କରିଦିଏ । ହରମୋନରେ ଅସନ୍ତୁଳନ ଥାଇରଏଡ ବୃଦ୍ଧିର ମଧ୍ୟ କାରଣ ହୋଇଥାଏ ।

ପିତ ବଢିବା ଯୋଗୁଁ ଡାଇବେଟିସ ଭଳି ରୋଗ ମଧ୍ୟ ହୋଇଥାଏ । ସକାଳୁ ବାସି ମୁହଁରେ ଉଷୁମ ପାଣି ପିଇବା ଦ୍ଵାରା ଏସବୁ ସମସ୍ଯା ଦୂର ହୋଇଯିବ । ବ୍ଲଡ଼ପ୍ରେସର ରୋଗୀଙ୍କ ପାଣି ମଧ୍ୟ ଏହା ଚମତ୍କାରୀ ଔଷଧ ଭଳି କାମ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।