ଆଶ୍ଚର୍ଯ୍ୟ ! ମାଛ ନା କରତ ! ବିରଳ ପ୍ରଜାତିର ମାଛ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ, ଦେଖନ୍ତୁ video

ନଦୀ ଓ ସମୁଦ୍ରରେ ଅନେକ ବିରଳ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳନ୍ତି । ଏହିପରି ଏକ ବିରଳ ପ୍ରଜାତିର ମାଛ ଦେଖିବାକୁ ଲୋକଙ୍କ ଭିଡ ଜମିଛି । ଏହି ବିରଳ ପ୍ରଜାତିର ମାଛ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବହୁତ କମ୍ ଜାଗାରେ ଦେଖିବାକୁ ମିଳନ୍ତି ଏହି ଶଙ୍କର ଜାତୀୟ ମାଛ । ହେଲେ ଏହି ମାଛର ମୁହଁ ଦେଖିଲେ ଆପଣ ବି ତା’ ପାଖକୁ ଯିବାକୁ ଡରିବେ । ମାଛଟିର ମୁହଁ ସରୁ ହୋଇ ଲମ୍ବା ହେବାସହ ଦୁଇ ପାର୍ଶ୍ଵରେ ରହିଛି କରତ ଭଳି ଦାନ୍ତ ।

ଯେଉଁ କରତ ଆମେ କାଠ କାଟିବାରେ ବ୍ୟବହାର କରୁ ଏହି ମାଛଟିର ମୁହଁ ଦେଖିବାକୁ ଠିକ ସେମିତି । ତେବେ ଆମେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ, ଏହି ମାଛ ସାଧାରଣତଃ ଗଭୀର ସମୁଦ୍ରରେ ଦେଖିବାକୁ ମିଳନ୍ତି । ଏଭଳି ଏକ ମାଛକୁ ଦେଖିବାକୁ ଲୋକମାନେ ଭିଡ ଜମାଉଛନ୍ତି । ଏହି ମାଛଟିର ଓଜନ ପ୍ରାୟ 500 ରୁ 550 କିଲୋଗ୍ରାମ । ତେବେ ଏହି ବିରଳ ପ୍ରଜାତିର ମାଛ ବର୍ତ୍ତମାନ ଦେଖିବାକୁ ମିଳିଛି ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ।

ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ପ୍ରସ୍ତୁତ କରାଯାଏ ବୋଲି ମତ୍ସ୍ୟଜୀବୀ ମାନେ ଦାବି କରି କହିଛନ୍ତି । ପାରାଦ୍ଵୀପର ଏକ ଟଲର୍ ରେ ଏହି ମାଛଟିକୁ ଦୀଘା ମୁହାଣକୁ ଅଣାଯାଇଛି । ଯାହାପରେ ମାଛଟିକୁ ଦେଖିବାକୁ ପାଇଁ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି ।

ମାଛଟିକୁ ଦୀଘାରେ ନିଲାମ କରା ଧରା ଯାଇଥିବା ବେଳେ ମାଛଟିର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି । ମାଛର ମୁହଁ ଏକଦମ କରତ ଭଳି ଦେଖା ଯାଉଥିବାରୁ ମାଛ ଦେଖିବାକୁ ଆଖପାଖର ଲୋକେ ଖବର ପାଇ ଧାଇଁ ଆସୁଛନ୍ତି ଏବଂ ମାଛକୁ ପାଖରୁ ଦେଖିବା ପାଇଁ ଗହଳି ଲଗାଉଛନ୍ତି । ମାଛଟିର ଓଜନ ଅନୁସାରେ ଆକାର ମଧ୍ୟ ବେଶ ବଡ ରହିଛି । ବହୁତ କମ୍ ଜାଗାରେ ଦେଖିବାକୁ ମିଳୁଥିବା ଏହି ମାଛକୁ ପାରାଦ୍ଵୀପରେ ଧରା ଯାଇଥିବା ବେଳେ ଟଲର୍ ଯୋଗେ ଦୀଘା ମୁହାଣକୁ ନିଆ ଯାଇ ଏହାକୁ ବିକ୍ରି କରାଯାଇଛି ।

ତେବେ ନିଲାମ ଡକାଯିବା ବେଳେ ଅନେକ ଲୋକ ମାଛ ଦେଖିବାକୁ ଭିଡ ଜମାଇଥିଲେ ଓ ମାଛଟି କେତେ ମୂଲ୍ଯରେ ବିକ୍ରି ହେବ ଏନେଇ ମଧ୍ୟ ଲୋକଙ୍କ ମନରେ ଆଗ୍ରହ ବଢି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।