କେମିତି ହେବେ ଦୀର୍ଘାୟୁ ଓ କେମିତି ବଞ୍ଚିବେ କଳିଯୁଗରେ Malikaa ରୁ ମିଳିଲା ପ୍ରମାଣ

ଭାରତର ମହାପୁରୁଷମାନେ ଭବିଷ୍ୟତ ବିଷୟରେ ନିଜର ଶାସ୍ତ୍ର ଗୁଡିକରେ ବର୍ଣନା କରି ଯାଇଛନ୍ତି । ଯାହାକି ବର୍ତ୍ତମାନ ସମୟରେ ସତ ପ୍ରମାଣିତ ବି ହେଉଛି । ଏହି ଭବିଷ୍ୟତ ବାଣୀ ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବୁ । ଆପଣମାନେ ସମସ୍ତେ ମାଳିକା ବିଷୟରେ ଜାଣିଛନ୍ତି । ମାଳିକାରେ କେବଳ ମନୁଷ୍ୟ ଜୀବନର ସତ୍ୟତା ବିଷୟରେ କୁହାଯାଇ ନାହିଁ ଏହା ଛଡା ଏଥିରେ ମନୁଷ୍ୟ ଦିର୍ଘ୍ୟାୟୁ କେମିତି ହେବ ଓ କଳିଯୁଗରୁ କେମିତି ବଞ୍ଚିବ ସେହି ବିଷୟରେ ବି ବର୍ଣନା କରାଯାଇଛି ।

ମହାପୁରୁଷ ହାଡି ଦାସ ନିଜର ମାଳିକା ପୁସ୍ତକରେ ବର୍ଣନା କରିଛନ୍ତି କି

ଏଭବ ସାଗରରୁ ଯେବେ ତରି ଯିବୁ ଭଜ ହରେ କୃଷ୍ଣ ନାମ ।

ପିଲା ହାଡି ଦାସ ଲେଖିଲା ଏହି ଗୀତ ସୁମରି ପ୍ରଭୁଙ୍କ ନାମ ॥

ହାଡି ଦାସଙ୍କ କହିବା ଅର୍ଥ ଏହି ସଂସାରରୁ ମୁକ୍ତି ପାଇବାର ଅଛି ଅର୍ଥାତ କଳିଯୁଗରୁ ମୁକ୍ତି ପାଇବାର ଅଛି ତେବେ ଭଗବାନଙ୍କ ଶରଣକୁ ଯାଆନ୍ତୁ ଓ ଭଗବାନଙ୍କ ନାମକୁ ଜପ କରନ୍ତୁ । ଏତିକି ନୁହେଁ ଓଡିଆ ଭାଗବତରେ ଜଗନ୍ନାଥ ଦାସଙ୍କ ରଚିତ ଶ୍ଳୋକ ଶୁଣିବା ଯଦି ତେବେ ସେଥିରେ ବି କୁହାଯାଇଛି କି

ସତ୍ୟରେ ତପ ଆଦି ଫଳ ତ୍ରେତା ଯଜ୍ଞା ଦିଶ କଳ ।

ଦ୍ଵାପରେ ପୂଜା ରବି ଧାନ କଳିର ନାମ ସଙ୍କୀର୍ତ୍ତନ ॥

ଜଗନ୍ନାଥ ଦାସ ବି କହିଲେ କି କଳିଯୁଗରେ ଭଗବାନଙ୍କ ନାମ ହିଁ ଆପଣଙ୍କ ପାଇଁ ମହତ୍ଵ ରଖିଥାଏ । ଭଗବାନଙ୍କ ନାମ ଜପ କରିବା ଦ୍ଵାରା ଆପଣ ଏହି ମାୟାବୀ ସଂସାରରୁ ବଞ୍ଚି ଯିବେ । ଏହି କଳିଯୁଗରେ ଭଗବାନଙ୍କ ନାମ ହିଁ ଆପଣଙ୍କର ସାହାରା ଅଟେ । ଗୋସ୍ଵାମୀ ସନ୍ତ ତୁଲସୀ ବହୁତ ସୁନ୍ଦର ଭାବରେ କହିଛନ୍ତି କି

କଲି ଯୁଗକେ ବଳ ନାମ ଆଧାରା ।

ସୁମରି ସୁମରି ନର ଉତ୍ତର ହିଁ ପାରା ॥

ଗୋସ୍ଵାମୀ ସନ୍ତ ତୁଲସୀନାକ କହିବା ସମାନ ଅଟେ କି କଳିଯୁଗରେ ଭଗବାନଙ୍କ ନାମ ହିଁ ଆପଣଙ୍କର ଆଧାର ଅଟେ । ଗୋସ୍ଵାମୀ ସନ୍ତ ତୁଲସୀ ପୁଣି କହିଲେ କି

ରାମ ନାମ ମନିଦୀପ ଧରୁ ଜିଭଦେହ ହରିଦ୍ଵାର ।

ତୁଲସୀ ଭିତର ବାହାରେ ହେଉ ଯୋ ହଉ ହସଉ ଯିଆର ॥

ଅର୍ଥାତ ରାମ ନାମଙ୍କୁ ନିଜ ଜିଭରେ ରଖି ଉଚ୍ଚାରଣ କର । ଏହା ଦ୍ଵାରା ଆପଣଙ୍କ ଶରୀରର ଭିତର ବି ଶୁଦ୍ଧତା ହୋଇଯିବ ଓ ଆପଣଙ୍କ ଆଖପାଖର ପରିବେଶ ବି ଶୁଦ୍ଧ ହୋଇଯିବ । ବାୟା ବାବା କହିଲେ କି

ନରତ ନୁ ନୁହେଁ ବିଳାସ ଭୁଇଁ ନରତ ନୁହଁ ହରି ଭଜିବା ପାଇଁ ॥

ଭଗବାନଙ୍କ ନାମ ଛଡା ଜୀବନରେ ଆଉ କିଛି ବି ସତ ନୁହେଁ । ଅନ୍ୟ ପଟେ ଅନ୍ୟ କେତେକ ମହାପୁରୁଷମାନେ ବି କହିଛନ୍ତି କି ଭଗବାନଙ୍କ ନାମ ହିଁ ଆପଣଙ୍କୁ ଏହି ସଂସାରରୁ ଉଦ୍ଧାର କରି ପାରିବ ।