ଆଜିର ରାଶିଫଳ, 25 ସେପ୍ଟେମ୍ବର 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାହି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କୌଣସି ଜରୁରୀ କାଳୀନ କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ । ଆପଣଙ୍କ ଅଧୁରା କାର୍ଯ୍ୟ ବି ପୁରା ହେବ । ସଫଳତା ମିଳିବା ଦ୍ଵାରା ଆପଣଙ୍କ ଘରେ ଆପଣଙ୍କର ସମ୍ମାନ ବଢିବ । ଯାହା ଦ୍ଵାରା ଘରର ପରିବେଶ ଶାନ୍ତି ଓ ଖୁସି ରହିବ । ବ୍ୟବସାୟ ଓ ବ୍ୟପାରରେ ବ୍ୟସ୍ତ ରହିବେ କିନ୍ତୁ ଆପଣ ଆରାମ ବି କରିପାରିବେ । ନିସନ୍ଦେହରେ ଆପଣ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ । ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହି ସମୟରେ ଆପଣଙ୍କ ପସନ୍ଦର କାମ ମିଳିବ ନାହିଁ । ମନ୍ଦିରରେ ଗୁଡ ଦାନ କରନ୍ତୁ, ଆପଣଙ୍କର ସବୁ କାର୍ଯ୍ୟ ସମ୍ପୂର୍ଣ ହେବ ।

ବୃଷ

ଆଜି ଆପଣଙ୍କୁ ପରିବାର ତରଫରୁ ପୁରା ସପୋର୍ଟ ମିଳିପାରେ । ଆପଣଙ୍କର ସବୁ ଇଚ୍ଛା ପୁରୁଣା ହୋଇଯିବ । ଆଜି ଆପଣ ରୋଜଗାର ପାଇଁ କୌଣସି ବ୍ୟକ୍ତି ଠାରୁ ପରାମର୍ଶ ନେବେ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢିବ । ବ୍ୟବସାୟରେ ଆପଣ ସ୍ଥିର ଗତିରେ ଆଗକୁ ବଢିବେ । ବର୍ତମାନ ସବୁ କିଛି ସ୍ଥିତିକୁ ବୁଝିବିଚାରୀ ନିଅନ୍ତୁ ଯାହା ଦ୍ଵାରା ଲାଭ ହିଁ ଲାଭ ମିଳିବ । ମନରେ ନକରାତ୍ମକ ବିଚାରକୁ ଦୂର କରିବା ପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । କାର୍ଯ୍ୟଳୟରେ ଓ ବ୍ୟବସୟରେ କଷ୍ଟ ଦେଖିବାକୁ ମିଳି ପାରେ । ଆପଣ ସବୁବେଳେ ସଜାଗ ହୋଇ କାମ କରନ୍ତୁ । ପକ୍ଷୀମାନଙ୍କୁ ବାଜରା ଖୁଆନ୍ତୁ, ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମିଥୁନ

ଆଜି ଆପଣଙ୍କୁ ସଫଳତା ନିଶ୍ଚତ ମିଳିବ । ଭାବିଥିବା କାମ ନିଶ୍ଚୟ ପୂର୍ଣ ହେବ । ଆଜି ଆପଣଙ୍କର କିଛି ଲୋକଙ୍କ ସହ ଦେଖାହେବ, ଯେଉଁମାନେ ସବୁବେଳେ ଆପଣଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଅଟକି ଥିବା କାମ ପୂରଣ ହୋଇଯିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କ ବିରୋଧି ଆପଣଙ୍କ ବିରୋଧରେ ଗଲେବି ଶେଷରେ ତାକୁ ଓଲଟା ଫଳ ମିଳିବ । ଆପଣଙ୍କ ଖର୍ଚ ବଢିବ କିନ୍ତୁ ଚିନ୍ତା କରିବା ଦରକାର ନାହିଁ କାରଣ ଆକସ୍ମିକ ଭାବେ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆପଣ ଆପଣଙ୍କ କାମରେ ଉନ୍ନତି କରିବେ । ଆପଣଙ୍କୁ ଆପଣଙ୍କ ବିରୋଧୀଙ୍କ ଠାରୁ ସତର୍କ ରହିବାକୁ ପଡିବ । ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରନ୍ତୁ ଜୀବନରେ ଲୋକମାନଙ୍କର ସହଯୋଗ ମିଳିବ ।

କର୍କଟ

ଆଜି ଆପଣ ନିଜର ମିତ୍ରଙ୍କ ସହ ବ୍ୟସ୍ତ ରହିବେ । ଟେକ୍ନୋଲୋଜି କ୍ଷେତ୍ରରେ ଥିବା ଲୋକଙ୍କର ଆଜି ଦିନଟି ମିଳାମିଶା ରହିବ । ଆଜି ଆପଣ ମନୋରଞ୍ଜନ ପାଇଁ ସମୟ ଦେଇପାରିବେ । ଏହି ସମୟରେ ଆପଣ ନିଜର ଆୟ ବୃଦ୍ଧି ପାଇଁ ବିଚାର କରିବେ ଏଥିରେ ସଫଳ ମଧ୍ୟ ହେବେ । ଚାକିରି କ୍ଷେତ୍ରରେ ଥିବା ଲୋକ ନିଜର ଟାର୍ଗେଟ ପୂରଣ କରି ଇନସେଣ୍ଟିବ ପାଇବେ । ବାହାନ ଓ ମେସିନାରୀ କ୍ଷେତ୍ରରେ ଖର୍ଚ ବଢିପାରେ । ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କରନ୍ତୁ । ବିଷ୍ଣୁଙ୍କୁ ପ୍ରଣାମ କରନ୍ତୁ, ଆପଣଙ୍କ ସହିତ ସବୁ କିଛି ଭଲ ହେବ ।

ସିଂହ

ଆଜି ଆପଣଙ୍କ ଭୌତିକ ସୁଖ ଓ ସୁବିଧା ବୃଦ୍ଧି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ । ନୂଆ ବସ୍ତ୍ର ଓ ଜିନିଷରେ ଆପଣଙ୍କ ଟଙ୍କା ଖର୍ଚ କରିବେ । ବାହନ, କୃଷି ଓ ଏହା ସମ୍ବନ୍ଧିତ ସବୁ କାର୍ଯ୍ୟରେ ଆପଣଙ୍କ ଚିନ୍ତା ବଢିପାରେ । ଟାର୍ଗେଟ କାମ ଆପଣଙ୍କର ବେଶି ରହିଥିବାରୁ ଚାକିରି କ୍ଷେତ୍ରରେ ଚିନ୍ତାରେ ରହିବେ । ଆପଣଙ୍କ ସହକର୍ମୀ ଆପଣଙ୍କ ବ୍ୟବହାରରେ ବିରକ୍ତ ହୋଇପାରନ୍ତି । ଏହି ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ସବୁ ଚିନ୍ତାରୁ ମୁକ୍ତି ପାଇବେ ।

କନ୍ୟା

ଭାଗ୍ୟ ସାଥ୍ ଦେବାରୁ କୌଣସି ଖାସ କାମ ସମୟ ପୂର୍ବରୁ ସମାପ୍ତ ହେବ । ସରକାରୀ କାର୍ଯ୍ୟ, ଔଷଧ ଓ କେମିକାଲ ଆଦି କ୍ଷେତ୍ରରେ ଧୀର ଗତିରେ କାର୍ଯ୍ୟ ହେବ । ବାହାନ ମେସିନାରୀ ଓ ରିୟଲଇସଟେଡ କ୍ଷେତ୍ରରେ ଲାଭ ମିଳିବ । କୌଣସି ଆର୍ଥିକ ଲାଭ ମିଳିବ । ମନୋରଞ୍ଜନ କ୍ଷେତ୍ରରେ ଅର୍ଥ ଖର୍ଚ କରିବେ । ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢିବେ । ଆକସ୍ମିକ ଖର୍ଚ ଦ୍ଵାରା ଚିନ୍ତା ବଢିପାରେ । ନୂତନ କାର୍ଯ୍ୟ କରିବା ପାଇଁ ସମୟ ଅନୁକୂଳ ନୁହେଁ । କସମେଟିକ, ସାଜ ସଜା, ବାହାନର କିଣା ବିକା, ନାଲି ରଙ୍ଗର ବସ୍ତୁ, ଡେକୋରେସନ, ହୋଟେଲ ଓ ବିଉଟିପାର୍ଲର ଆଦି କାର୍ଯ୍ୟରେ ମାନ୍ଦା ରହିବ । ଘରେ ନାଲି ରଙ୍ଗର ଫୁଲ ଗଛ ଲଗାନ୍ତୁ ଆପଣଙ୍କର ସବୁ ଇଛା ପୂରଣ ହେବ ।

ତୁଳା

ଆଜି ଆପଣ ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଆଜି ଅଫିସରେ ପ୍ରଶଂସା ପାଇବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ । ପୈତୃକ ସମ୍ପତି, ସରକାରୀ କାର୍ଯ୍ୟ କିମ୍ବା ଆଇନ କାନୁନ ଦୃଷ୍ଟିକୋଣରୁ ବହୁତ ଲାଭ ମିଳିବ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ବସ୍ତ୍ର ଆଭୁଷଣ ଆଦି କିଣିବାରେ ଟଙ୍କା ଖର୍ଚ କରିବେ । ବର୍ତ୍ତମାନ କରିଥିବା ପ୍ରୟାସରେ ଭବିଷ୍ୟତରେ ଲାଭ ମିଳିବ । ଆପଣ ପ୍ରଫେସନାଲ କାର୍ଯ୍ୟରେ ପ୍ରଗତି କରିବେ । ଆଳସ୍ୟ ଯୋଗୁଁ ପାଖରେ କାମ ଥିଲେ ମଧ୍ୟ ଲାଭ ମିଳିବ ନାହିଁ । ନିଜର ଇଷ୍ଟ ଦେବତାଙ୍କୁ ଫୁଲ ପ୍ରଦାନ କରନ୍ତୁ ଭଲ ଲାଭ ମିଳିବ ।

ବିଚ୍ଛା

ଆଜି ଆପଣଙ୍କ ମନରେ ନୂଆ ବିଚାର ଆସିବ । ୱେବ ଡିଜାଇନର ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ । କୌଣସି ମହତ୍ଵ ପୂର୍ଣ ବ୍ୟକ୍ତିଙ୍କ ଘନିଷ୍ଟତା ଯୋଗୁଁ ଆପଣଙ୍କ ଲାଭ ମିଳିବ । ଆପଣ ଠିକ ଦିଗରେ କାମ କରି ପ୍ରଶଂସା ପାଇବ । ଆପଣ ଆଭୁଷଣ ଓ ସୁନ୍ଦରତା ଆଦି କ୍ଷେତ୍ରରେ ଅର୍ଥ ଖର୍ଚ କରିବେ । କୌଣସି ନିବେଶ କରନ୍ତୁ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ବିଳମ୍ବ ଯୋଗୁଁ ଚିନ୍ତାରେ ରହିବେ । ଆପଣଙ୍କର ଆଯ ବହୁତ ଧୀର ଗତିରେ ହେବ । ଆପଣଙ୍କର କିଛି ସମୟରୁ କୋର୍ଟରେ ଖର୍ଚ, ଟାକ୍ସ, ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ଖର୍ଚରେ ବୃଦ୍ଧି ହେବ । ମାଛଙ୍କୁ ଅଟା ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ଆଜି ଆପଣ ଭାବିଥିବା କାର୍ଯ୍ୟ ଅଚାନକ ଭାବେ ସମ୍ପୂର୍ଣ ହୋଇଯିବ । ଆପଣଙ୍କ କାର୍ଯ୍ୟ ସମୟାନୁସାରେ ଶେଷ ହୋଇଯିବ । ଅଫିସରେ ବରିଷ୍ଠ ବ୍ୟକ୍ତି ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଆପଣ ଏହି ମାସରେ ସମାନ ପାଇବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁସିରେ ବିତିବ । ଆପଣଙ୍କ ଦୈନିକ ଆୟରେ ବୃଦ୍ଧି ହେବ । ଯେଉଁମାନେ କପଡା କାର୍ଯ୍ୟରେ ଅଛନ୍ତି ସେମାନେ ବହୁତ ଲାଭ ପାଇବେ । ମେସିନାରୀ ଓ ରିୟଲଇସଟେଡ ସମ୍ବନ୍ଧୀୟ କ୍ଷେତ୍ରରେ କାଗଜ ପତ୍ର କାମରେ ଖର୍ଚ ବଢିପାରେ । ଆପଣଙ୍କର ଆୟ ବହୁତ ସୀମିତ ରହିବ । ନିଜ ଗୁରୁଙ୍କୁ ପ୍ରଣାମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର

ଆଜି ଆପଣ ନିଜର ମନକୁ ଶାନ୍ତ ରଖନ୍ତୁ ସବୁ ସମୟରେ ଭଲ ହେବ । ଆଜି ଆର୍ଥିକ କ୍ଷେତ୍ରରେ ବୁଝି ବିଚାରୀ ନିଷ୍ପତି ନିଅନ୍ତୁ । ଆଜି ନୂଆ ଲୋକଙ୍କ ସଂପର୍ଶରେ ଆସିବା ଦ୍ଵାରା କାର୍ଯ୍ୟରେ ସଫଳତା ପାଇବେ । କୌଣସି କାର୍ଯ୍ୟକୁ ଆରମ୍ଭ କରିବାବେଳେ ଅନ୍ୟ ଉପରେ ଆଖି ବନ୍ଦ କରି ବିଶ୍ଵାସ କରିବା ଉଚିତ ନୁହେଁ । କ୍ରୋଧ କରନ୍ତୁ ନାହିଁ ବିବାଦରେ ପଡ଼ିପାରନ୍ତି । ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମନକୁ ଶାନ୍ତି ମିଳିବ । ପ୍ରେମ ସମ୍ପର୍କ ଭଲ ରହିବ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ସବୁ ସମସ୍ୟା ଦୂର ହେବ।

କୁମ୍ଭ

ଆଜି ଆପଣଙ୍କ ଭବିଷ୍ୟ ପାଇଁ କିଛି ନୂଆ କରିବେ । ଆଜି ଇଣ୍ଟରଭିୟୁରେ ସଫଳତା ମିଳିବ । ଚାକିରି ଓ ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟ ପ୍ରଗତି ଯୋଗୁଁ ଆୟରେ ବୃଦ୍ଧି ହେବ । କୋଟ କଚେରୀ କ୍ଷେତ୍ରରେ ସଫଳତା ମିଳିବ । ଟାର୍ଗେଟ ପୂରଣ ନ ହେବାରୁ ଅଧିକାରୀ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି । ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମୀନ

ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହ ହେବେ । ଛାତ୍ରମାନେ ଆଡ୍ମିସନରେ କରିବେ । ସ୍ଵାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପରିବାର ପ୍ରତି ଧ୍ୟାନ ଦେଇ ମାନସିକ ଶାନ୍ତି ପାଇବେ । ଘରର ଜରୁରୀ ଜିନିଷରେ ଖର୍ଚ କରିବେ । ଆର୍ଥିକ ରୂପେ ଆୟରେ ବୃଦ୍ଧି ହେବ କିନ୍ତୁ ଅଧିକ ଖର୍ଚ ବି ହେବ । ପରିବାରର ସଦସ୍ୟଙ୍କ ସହ ମନାନ୍ତର ହୋଇପାରେ । ନିଜ ମୁଣ୍ଡରେ ନାଲି ଚନ୍ଦନ ଟୀକା ଲଗାନ୍ତୁ ଆପଣଙ୍କ ଦିନ ମଙ୍ଗଳମୟ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।