ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କଦମ୍ବଫୁଲ ଝରା ଫଟୋ ଭାଇରାଲ ହେବା ପରେ, ଏବେ ଏହି ସବୁ ଜିନିଷ ଗାୟବ ହେବାକୁ ନେଇ ଚର୍ଚ୍ଚା

ପୁରୀରେ ପ୍ରଭୁ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ସରିଛି କିନ୍ତୁ ବିବାଦ ବଢ଼ିଚାଲିଛି । ନାଗାର୍ଜୁନ ବେଶ ଆକର୍ଷଣୀୟ ସୂର୍ଯ୍ୟ ଚନ୍ଦ୍ର ଜଣେ ବରିଷ୍ଠ ସେବାଇତଙ୍କ ଘରକୁ ନିଆଯାଇଥିବା ଚର୍ଚ୍ଚା ହେବାପରେ ଏବେ ଆହୁରି ଅନେକ ଅଂଶ ଗାୟବ ହୋଇଥିବା ଚର୍ଚ୍ଚା ହେଉଛି । ମଙ୍ଗଳବାର ମହାପ୍ରଭୁଙ୍କର ବୀର ବେଶରେ ଲାଗି ହୋଇଥିବା କଦମ୍ବ କାଠିପଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜଣେ ସେବକ ଏହି ଫଟୋ ନିଜର ଫେକବୁକ ପେଜ ରେ ପୋଷ୍ଟ କରିଛନ୍ତି । ଗତ ଶୁକ୍ରବାର ଗର୍ଭଗୃହରେ ବିନା ଭକ୍ତରେ ଶାନ୍ତି ଶୃଙ୍ଖଳା ସହିତ ଏହା ଶେଷ ହୋଇଥିଲା । ପରିଚାଳନା କମିଟି ଏବଂ ସେବାୟତ ଙ୍କ ସହମତି କ୍ରମେ ଏହି ବେଶ ଭକ୍ତଙ୍କର ଦର୍ଶନ ଲାଗି ସଂଗ୍ରହାଳୟରେ ସଂରକ୍ଷଣ ଲାଗି ନିଷ୍ପତି ହୋଇଥିଲା । ଏବେ ଏହି ଭାଇରାଲ ଫଟୋ କୁ ନେଇ ଚର୍ଚ୍ଚା ଜୋର ସୋର ରେ ଚାଲିଛି ।

ତେବେ ଭାଇରାଲ ଫଟୋ ଶ୍ରୀମନ୍ଦିର ଭିତର ନା ବାହାର ବିଷୟରେ ଲାଗିଛି କି ନାହିଁ ସେନେଇ କିଛି ତଥ୍ୟ ମିଳିନାହିଁ । ପୁରୀରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ସରିଛି ହେଲେ ବିବାଦ ପିଛା ଛାଡୁନି । ନାଗାର୍ଜୁନ ବେଶ ରେ ପ୍ରଭୁ ନାଗାର ଅଳଙ୍କାର ଯାହା ମହାପ୍ରଭୁଙ୍କର ଅଳଙ୍କାର ମଧ୍ୟ ତାହା ଥିଲା ।

ସବୁ ଜିନିଷ ଅକ୍ଷୁନ ରହିବ ବୋଲି କୁହାଯାଇଥିଲା । ତାହା ଭିତରୁ କୌଣସି ବେଶ କେହି ନେବେନି ବୋଲି ନିର୍ଣ୍ଣୟ ନିଆଯାଇଥିଲା କିନ୍ତୁ ତାହା ଗାଏବ ହୋଇଛି ବୋଲି ବିବାଦ ସୃଷ୍ଟି ହୋଇଛି । ଅଧିକାରୀ କହିଛନ୍ତି ନାଗାର୍ଜୁନ ବେଶରେ ଅର୍ଥାତ ଠାକୁରଙ୍କ ଦେହରେ ଲାଗିଥିବା ସବୁ ଅଳଙ୍କାର ସୁରକ୍ଷିତ ରହିଛି । ଏହି ବିବାଦ କୁ ନେଇ ତଦନ୍ତ ଆରମ୍ଭ ବୋଲି ଖବର ମିଳିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।