ସବୁ ଝିଅ ଏମିତି ପୁଅକୁ ପାଇବାକୁ ଚାହାନ୍ତି ଯାହା ପାଖରେ ଥାଏ ଏହି 8 ଲକ୍ଷଣ -Vidur Niti

ମହାତ୍ମା ବିଦୁରଙ୍କ ଦ୍ବାରା କୁହାଯାଇଥିବା କିଛି ନୀତିବାଣୀ ଆମେ ଆପଣଙ୍କୁ ଆଜି ଜଣାଇବୁ ଯାହାଦ୍ଵାରା ଆପଣ ସର୍ବୋତ୍ତମ ହୋଇପାରିବେ । ଫଳରେ ସଂସାରରେ ମାନସମ୍ମାନ ପାଇବେ ମୁର୍ଖ, କ୍ରୋଧୀ, ନୀଚ, ଘମଣ୍ଡି, ଅତ୍ୟାଚାରୀପୁରୁଷଙ୍କ ବିଷୟରେ ମଧ୍ୟ ମହର୍ଷି କିଛି ତଥ୍ୟ ଦେଇଛନ୍ତି । ବିଦ୍ୱାନ ପୁରୁଷଙ୍କ ଲକ୍ଷଣ ବିଷୟରେ ମଧ୍ୟ କହିଛନ୍ତି । କେମିତି ଜଣେ ମୁର୍ଖ ବ୍ୟକ୍ତି ନିଜର କ୍ରୁର ପ୍ରକୃତି ଫଳରେ ସମାଜରେ ଅପମାନିତ ହୁଏ ଏବଂ ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ବୁଦ୍ଧି ବଳରେ କିପରି ସବୁ ଜାଗାରେ ପ୍ରଶଂସିତ ହୁଏ ସେ ବିଷୟରେ କହିଛନ୍ତି । ଯଦି ଆପଣ ସଂସାରରେ ପ୍ରଶଂସିତ ହେବାକୁ ଚାହୁଁଛନ୍ତି ତେବେ ଆପଣ ବିଦୂରଙ୍କ ଦ୍ବାରା କୁହାଯାଇଥିବା ନୀତିକୁ ଆପଣାନ୍ତୁ । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ସବୁ ନୀତି ।

ଆପଣ ଏପରି ଏକ ବ୍ୟକ୍ତିତ୍ଵ ହେବେ ସମାଜ ଆପଣଙ୍କ ପ୍ରଶଂସା କରିବ ନିନ୍ଦା ବିଷୟରେ କେହି କେବେ ଚିନ୍ତା ମଧ୍ୟ କରିପାରିବେ ନାହିଁ । ଏବଂ ମହିଳା ମାନେ ଆପଣଙ୍କ ଏହି ସବୁ ଗୁଣ ପାଇଁ ଆପଣଙ୍କ ଭଳି ଲୋକଙ୍କୁ ନିଜ ଜୀବନସାଥୀ ରୂପେ ପାଇବା ପାଇଁ ଚାହିଁବେ । ପ୍ରଥମତଃ ଆପଣ କେବେ କାହାର ଭୁଲରେ ମଧ୍ୟ ଅପମାନ କରନ୍ତୁ ନାହିଁ । କାରଣ ଏହା ଏକ ଉତ୍ତମ ପୁରୁଷର ଲକ୍ଷଣ ହୋଇଥାଏ ।

କିଏ କେତେବି ଆପଣଙ୍କୁ ରଗାଇବାକୁ ଚେଷ୍ଟା କରୁନା କାହିଁକି ନିଜକୁ ସଂଜମତା ସହ ରଖନ୍ତୁ ଏବଂ ଅପର ପର୍ଶ୍ଵ ଲୋକକୁ କିଛି ଅପମାନ ହେଲା ଭଳି କଥା କୁହନ୍ତୁ ନାହିଁ । କାରଣ କହିବା ଲୋକ ଠାରୁ ସହିବା ଲୋକ ମହତ ହୋଇଥାଏ । ସେ ଆପଣଙ୍କ ଠାରୁ ଛୋଟ୍ ହେଉଥାଉ କିମ୍ବା ବଡ଼ କେବେବି କ୍ରୋଧିତ ନହୋଇ ଶାନ୍ତ ଭାବେ ବୁଝାଇଦେବା ଉତ୍ତମ ବ୍ୟକ୍ତିର ଲକ୍ଷଣ ।

ନିଜର ପ୍ରଶଂସା କେବେ କରନ୍ତୁ ନାହିଁ । ଯିଏ ମୁର୍ଖ ହୋଇଥାଏ ସେ ସର୍ବଦା ନିଜର ପ୍ରଶଂସା କରିଥାଏ । ସେ କେବେ ଅନ୍ୟର ଭଲ ଶୁଣି ରହିପାରେ ନାହିଁ ସେ କେବଳ ନିଜର ଗୁଣଗାରମା ବର୍ଣୁଥାଏ । ଫଳରେ ସେ କେବେ ସମାଜରେ ପ୍ରସଂଶିତ ହୋଇନଥାଏ । ବରଂ ବିଦ୍ୱାନ ବ୍ୟକ୍ତି ନିଜର ପ୍ରଶଂସା ନିଜ ମୁଖ ଦ୍ଵାରା ନକରି ନିଜର କାମ ଦ୍ଵାରା କରିଥାଏ ଯାହା ଫଳରେ ଅନ୍ୟ ମାନେ ତାଙ୍କ ପ୍ରଶଂସା କରିଥାନ୍ତି ।

ସାଧାରଣ ପୁରୁଷ ନିଜର ଗୁଣଗାନ ଶୁଣିବାକୁ ପସନ୍ଦ କରିଥାଏ । କିନ୍ତୁ ଉତ୍ତମ ପୁରୁଷ ନିଜର ନିନ୍ଦା କୁ ଖୋଜି ସେଥିରୁ ଭଲ କରିବାକୁ ଚେଷ୍ଟା କରିଥାଏ । ଉତ୍ତମ ପୁରୁଷ ସର୍ବଦା ଅନ୍ୟର ପ୍ରଶଂସା କରିବା ନିହାତି ଆବଶ୍ୟକ । କାରଣ ଅନ୍ୟ କେହି କରିଥିବା କାମର ପ୍ରଶଂସା କଲେ ସେ ଉପରକୁ ଗତି କରିପାରିବ ।

ଯେ କୌଣସି ଛୋଟ କାମ ହେଉନା କାହିଁକି ତାକୁ ପ୍ରଶଂସା କଲେ ସେ ପ୍ରେରିତ ହୋଇକରି ଭଲ କାମ କରିବ । କେବେ କାହାର କାମ କୁ ଛୋଟ ଭାବିବା କଥା ନୁହେଁ । ବା କାହାର କାମକୁ ନେଇ ପରିହାସ କରିବା କଥା ନୁହେଁ ।

ସୈତାନ୍ ଭଳି ନିଜର ବେଶ କରନ୍ତୁ ନାହିଁ । ଉତ୍ତମ ପୁରୁଷ ସର୍ବଦା ସଭ୍ୟ ମନୁଷ୍ୟ ଭ୍ଲି ବସ୍ତ୍ର ପରିଧାନ କରିଥାଏ । ଗୋଟେ ସଭ୍ୟ ବ୍ୟକ୍ତି ଭଳି ଦେଖାଯିବା ଦରକାର । ଆଜି କାଲିର ଫ୍ୟାସନ୍ ଯୁଗରେ ଫ୍ୟାସନ୍ ନାରେ ମୁର୍ଖ ଲୋକ ମାନେ ନିଜ ଶରୀରରେ ଅନେକ ପ୍ରକାର ବେଶ୍ ଧାରଣ କରୁଛନ୍ତି । ଏମିତି କରିବା ଦ୍ୱାରା ଅନ୍ୟର ପରିହାସ ପାତ୍ର ହୋଇଯାଆନ୍ତି ।

ଅଧିକ ଆଗ୍ରହ କରନ୍ତୁ ନାହିଁ । ଜଣେ ଉତ୍ତମ ବ୍ୟକ୍ତି ଅନ୍ୟକୁଦ୍ଦେଖି କେବେବି ଅଧିକ ଆଗ୍ରହ ପ୍ରକାଶ କରିନଥାଏ । ଯଦି ଆପଣଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ଆପଣଙ୍କ ସାଙ୍ଗେ କଥାବାର୍ତ୍ତା କରିବାକୁ ଇଛୁକ ନଥିବ ତେବେ ଆପଣ ତାଙ୍କ ସାଙ୍ଗେ କଥାହେବା ନିମନ୍ତେ କେବେବି ଆଗ୍ରହ ପ୍ରକାଶ କରନ୍ତୁ ନାହିଁ । କାରଣ ଏମିତି କରିବା ଦ୍ୱାରା ଆପଣ ନିଜର ମୂଲ୍ୟ ହ୍ରାସ କରିଥାନ୍ତି ।

ଗୋଟେ କଥାକୁ ଡେରି ପର୍ଯ୍ୟନ୍ତ ଶୁଣିବା । ଯଦି କୌଣସି ବ୍ୟକ୍ତି ଏକ ଗୁରୁତ୍ୱ ପୂର୍ଣ୍ଣ କଥାର ନିଷ୍ପତି ନେବାପାଇଁ ଡେରି ପର୍ଯ୍ୟନ୍ତ ଶୁଣୁଥାଏ । ଏବଂ ମଝିରେ କିଛି ନକହି ସେହି କଥାର ଶେଷ ପର୍ଯ୍ୟନ୍ତ ଶୁଣି ନିଷ୍ପତି ନେବା ଉତ୍ତମ ବ୍ୟକ୍ତିର ସ୍ଵଭାବ ହୋଇଥାଏ । ସ୍ତ୍ରୀ ପ୍ରତି ଆସକ୍ତି କେବେ ହୁଅନ୍ତୁ ନାହିଁ । ଜଣେ ଉତ୍ତମ ପୁରୁଷ କେବେ ଅନ୍ୟ ନାରୀ ପ୍ରତି ଆସକ୍ତି ଭାବ ପ୍ରକାଶ କରିନଥାଏ ।

ଉତ୍ତମ ପୁରୁଷ ହେବା ନିମନ୍ତେ କେବେ ସ୍ତ୍ରୀ ଲୋକଙ୍କ ଅସମ୍ମାନ କରନ୍ତୁ ନାହିଁ । ଏବଂ ସ୍ତ୍ରୀ ଲମ୍ପଟ ହୁଅନ୍ତୁ ନାହିଁ । ସ୍ତ୍ରୀ ଲୋକଙ୍କ ସାଙ୍ଗରେ ହିତକାର ଓ ଜରୁରୀ କଥା ହୁଅନ୍ତୁ ଏବଂ ସମ୍ମାନ ଦିଅନ୍ତୁ । ତେବେ ଆପଣ ଉତ୍ତମ ପୁରୁଷ ହୋଇପାରିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।