ନେସ୍ଲେ ସୁପ୍ରିମ କୋର୍ଟରେ ମାନିଥିଲା ମ୍ୟାଗିରେ ଅଛି ଖତରନାକ ସୀସା, କୋର୍ଟ ପଚାରିଥିଲା କାହିଁକି ଖାଇବା ମ୍ୟାଗି? ସଚେତନତା ପାଇଁ ଗୋଟେ ଶେୟାର କରନ୍ତୁ

ମ୍ୟାଗି ବା ନୁଡଲସର ଦିୱାନା ସମସ୍ତେ ହୋଇ ସାରିଛନ୍ତି । ଆପଣ ପିଲା ହୁଅନ୍ତୁ କି ବୁଢା ଆପଣଙ୍କୁ ମ୍ୟାଗି ବା ନୁଡଲ୍ସ ଖାଇବାରେ ଏକ ଅଲଗା ଆନନ୍ଦ ମିଳିଥାଏ । ମ୍ୟାଗି ବା କୌଣସି ଆନ୍ୟ କମ୍ପାନୀର ନୁଡଲ୍ସ ଖାଇବାରେ ଯେଉଁ ମଜା ଆସିଥାଏ, ତାହା ଆଉ କେଉଁ ଜିନିଷରେ ମିଳି ନଥାଏ । ଫଟାଫଟ ରେଡି ହେଇଯାଉଥିବା ନୁଡଲ୍ସ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ରାଜ କରୁଛି । ଏହା କେବଳ ଜଲଦୀ ହୋଇଯାଏ ତା ନୁହେଁ ଏହା ମଧ୍ୟ ବହୁତ ସ୍ଵାଦିଷ୍ଟ ଅଟେ ।

ଏମିତି ରେ ଯଦି ଆପଣ ନୁଡଲ୍ସ ଖାଆନ୍ତି ତାହା ବି ନେସ୍ଲେ ର ନୁଡଲ୍ସ ଆପଣଙ୍କ ପାଇଁ ଏହି ଖବର । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି । ବର୍ଷ 2015 ରେ ମ୍ୟାଗି ବିବାଦରେ ଥିଲା । ସେହି ସମୟରେ ସରକାରଙ୍କ ଦ୍ଵାରା ମ୍ୟାଗି ଉପରେ ବ୍ୟାନ ଲଗା ଯାଇଥିଲା, କିନ୍ତୁ କିଛି ଦିନ ପରେ କମ୍ପାନୀ ନିଜ ଜିନିଷ ଗୁଣବତ୍ତାକୁ ଭଲ ବୋଲି ପ୍ରମାଣ କରିଥିଲା ଓ ପୁଣି ମାର୍କେଟରେ ଆସିଥିଲା ।

ପିଲାମାନେ ନେସ୍ଲେର ମ୍ୟାଗି ଖାଇବାରେ ବହୁତ ରୁଚି ରଖନ୍ତି, କିନ୍ତୁ ଏବେ ଏହି ଖବର ପରେ ଆପଣ ନିଜ ପିଲାଙ୍କୁ ମ୍ୟାଗି ଖୁଆଇବା ପୂର୍ବରୁ ଶହେ ଥର ଭାବିବେ ଓ ପୁଣି ଏହି ନିଷ୍ପତ୍ତି ନେବେ କି ଖୁଆଇବୁ ନାହିଁ । ସୁପ୍ରିମ କୋର୍ଟରେ କମ୍ପାନୀର ଓକିଲ ମାନିଲେ କି ମ୍ୟାଗିରେ ସୀସା ଅଛି ଯାହା ଏକ ଖତରନାକ ବିଷ ଅଟେ ।

ନେସ୍ଲେ ମାନିଲା ମ୍ୟାଗିରେ ଅଛି ସୀସା

ଲେଡ ଅଧିକ ଖାଇବା ଦ୍ଵାରା ସ୍ଵାସ୍ଥ୍ୟରେ ବହୁତ ପ୍ରକାରର କ୍ଷତି ହୋଇଥାଏ । ନେସ୍ଲେ ତରଫରୁ ମ୍ୟାଗି ବିବାଦରେ କୁହାଯାଇଥିଲା କି ମ୍ୟାଗିରେ ଅଧିକ ମାତ୍ରାର ଲେଡ ବା ସୀସା ମିଳିଥାଏ । ଏହାର ଅର୍ଥ କମ୍ପାନୀ ନିଜେ ମାନୁଛି କି ମ୍ୟାଗିରେ ଲେଡ ମିଳିଥାଏ ତଥାପି ସେ ଲୋକଙ୍କ ଲାଇଫ ସହିତ ଖେଳୁଛି । କମ୍ପାନୀ ଏହା ମାନିବା ପରେ ପୁଣି ଥରେ ନେସ୍ଲେ ଓ ସରକାରଙ୍କର ଲଢେଇର ରୂପ ବଦଳି ଯାଇଛି ଓ ଏହି ମାମଲାରେ ମ୍ୟାଗି ପୁଣି ବିବାଦ ଘେରରେ ରହିଛି ।

ସୁପ୍ରିମ କୋର୍ଟରେ ଯେତେବେଳେ ନେସ୍ଲେର ଓକିଲ ଏହା ମାନିଲେ କି ମ୍ୟାଗିରେ ଅଧିକ ମାତ୍ରାର ଲେଡ ବା ସୀସା ଥାଏ, ସେତିକିବେଳେ କୋର୍ଟ ତାଙ୍କୁ ପଚାରିଥିଲା କି ଯଦି ଆପଣଙ୍କୁ ଏହା ଜଣା ଅଛି ତେବେ ଲୋକ ଏହାକୁ କାହିଁକି ଖାଇବେ ? ଜଣାଇ ଦେଉଛୁ କି କମ୍ପାନୀ ସୁପ୍ରିମ କୋର୍ଟର ଆଦେଶର ସ୍ଵାଗତ କରିଛି ଓ କହିଛି କି ସୁପ୍ରିମ କୋର୍ଟ ଏହି ମାମଲାରେ ଯାହା ବି ଆଦେଶ ଦେବେ ତାହା ସ୍ଵାଗତ କରାଯିବ ଓ ସେହି ଅନୁସାରେ ଆଗକୁ କାମ କରିବୁ ।