ମା କାଳିଙ୍କର ଏହି ପ୍ରସିଦ୍ଧ ଏବଂ ଚମତ୍କାରି ମନ୍ଦିରରେ ଯିବା ମାତ୍ରେ ହିଁ ଖୋଲି ଯାଇଥାଏ ଭାଗ୍ୟ – ପଢନ୍ତୁ ଓ ଭକ୍ତିରେ ଗୋଟେ ଶେୟାର କରନ୍ତୁ

ମା କାଳିଙ୍କୁ ହିନ୍ଦୁ ଧର୍ମର ସବୁଠୁ ଜାଗୃତ ଦେବୀ ବୋଲି ମାନିଥାନ୍ତି । ବେଙ୍ଗଲ ଏବଂ ଆସାମରେ ମା କାଳିଙ୍କର ବିଶେଷ ରୂପରେ ପୂଜା କରା ଯାଇଥାଏ । କାଳି ଶବ୍ଦର ଅର୍ଥ କାଳ କିମ୍ବା କଳା ରଙ୍ଗ ହୋଇଥାଏ । କାଳ ର ଅର୍ଥ ସମୟ ହୋଇଥାଏ । ମା କାଳିକାଙ୍କୁ ଦେବୀ ଦୂର୍ଗାଙ୍କର ଦଶ ମହାବିଦ୍ୟା ମଧ୍ୟରେ ଜଣେ ବୋଲି କୁହାଯାଏ ।

ମା କାଳିକାଙ୍କ ଦରବାରରେ ଯଦି ଦାନ ମିଳିଥାଏ ତେବେ ଏହାର ଦଣ୍ଡ ବି ମଧ୍ୟ ମିଳିଥାଏ । ଅଲଗା ଅଲଗା ପୁରାଣରେ ମାତାଙ୍କର ମହିମା ବିଷୟରେ ଉଲ୍ଲେଖ କରାଯାଇଛି । ଆଜି ଆମ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ମା କାଳିକାଙ୍କର କିଛି ପ୍ରସିଦ୍ଧ ଏବଂ ଚମତ୍କାରିକ ମନ୍ଦିର ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଶାରଦା ମାଈ

ମାତା ଶାରଦାଙ୍କ ପ୍ରସିଦ୍ଧ ମନ୍ଦିର ମଧ୍ୟ ପ୍ରଦେଶର ସତନା ଜିଲ୍ଲାର ମୈହର ତହସିଲ ପାଖରେ ଥିବା ଚିତ୍ରକୁଟ ପର୍ବତରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରକୁ ମୈହର ଦେବୀଙ୍କର ଶକ୍ତିପୀଠ ବୋଲି କୁହାଯାଏ । ଏମିତି ମାନିଥାନ୍ତି କି ଏହି ସ୍ଥାନରେ ମାତା ସତୀଙ୍କର ହାର ପଡିଥିଲା ସେଥିପାଇଁ ଏହାର ଗଣନା ଶକ୍ତିପୀଠରେ ମଧ୍ୟ କରାଯାଏ ।

ଏମିତି କୁହାଯାଏ କି ସନ୍ଧ୍ୟା ସମୟରେ ଆରତୀ ଶେଷ ହେବା ପରେ ଯେତେବେଳେ ମନ୍ଦିର କବାଟ ବନ୍ଦ କରି ସବୁ ପୂଜାରୀ ମାନେ ତଳକୁ ପଳାଇ ଆସନ୍ତି ସେତେବେଳେ ମନ୍ଦିର ଭିତରେ ଘଣ୍ଟା ବାଜିବାର ଏବଂ ପୂଜା କରିବାର ଶବ୍ଦ ଶୁଣାଯାଏ । ଏହି ବିଷୟରେ ଏମିତି କୁହାଯାଏ କି ମାଆଙ୍କର ଭକ୍ତ ଆଲ୍ହା ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍କର ପୂଜା କରିବାକୁ ଆସନ୍ତି । ସକାଳ ଆରତୀ ମଧ୍ୟ ସେହି ହିଁ କରନ୍ତି । ମାତା ଦର୍ଶନ କରିବା ପାଇଁ ଆପଣଙ୍କୁ ୧୦୬୩ ସିଢି ଚଢିବାକୁ ପଡିବ ।

ଦକ୍ଷିଣେଶ୍ୱର କାଳି ମନ୍ଦିର – କୋଲକାତା

କୋଲକାତାର କାଳି ମନ୍ଦିର ଦୁନିଆସାରା ପ୍ରସିଦ୍ଧ ଅଟେ । କୋଲକାତାର ଉତ୍ତରରେ ଥିବା ବିବେକାନନ୍ଦ ପୋଲ ପାଖରେ ସ୍ଥିତ ଏହି ମନ୍ଦିରକୁ ଦକ୍ଷିଣେଶ୍ୱର କାଳି ମନ୍ଦିର କୁହାଯାଏ । ଏହି ପୁରା କ୍ଷେତ୍ରକୁ କାଳୀଘାଟ କୁହାଯାଏ । ଏମିତି କୁହାଯାଇଛି କି ଏହି ସ୍ଥାନରେ ମାତା ସତୀଙ୍କର ଡାହାଣ ଗୋଡର ଚାରୋଟି ଆଙ୍ଗୁଠି ପଡିଥିଲା । ସେଥିପାଇଁ ଏହା ମାତା ସତୀଙ୍କର ୫୨ତମ ଶକ୍ତିପୀଠରେ ସାମିଲ ଅଛି ।

୧୮୪୭ ମସିହାରେ ଜାନ ବାଜାରର ମାହାରାଣୀ ରାସମଣି ଏହି ମନ୍ଦିରର ନିର୍ମାଣ କରିଥିଲେ । ଏହି ମନ୍ଦିର ୨୫ ଏକର କ୍ଷେତ୍ରରେ ସ୍ଥାପିତ ହୋଇଛି ।

ଭୀମା କାଳି ମନ୍ଦିର – ଶିମଲା

ଭୀମା କାଳି ମନ୍ଦିର ଶିମଲାର ପାଖାପାଖି ୧୮୦ କିଲୋମିଟର ଦୂରରେ ସରାହନରେ ବ୍ୟାସ ନଦୀର ତଟରେ ସ୍ଥିତ ଅଟେ । ଏମିତି କୁହାଯାଏ କି ଏହି ଜାଗାରେ ଦେବୀ ସତୀଙ୍କର କାନ ପଡିଥିଲା । ସେଥିପାଇଁ ଏହାକୁ ଶକ୍ତିପୀଠ ବୋଲି ମଧ୍ୟ କୁହାଯାଏ । ଏହି ସ୍ଥାନରେ ଦେବୀ ଭୀମ ରୂପ ଧାରଣ କରି ଅସୁରମାନଙ୍କୁ ବଧ କରିଥିଲେ ସେଥିପାଇଁ ଦେବୀଙ୍କୁ ଭୀମ ବୋଲି ମଧ୍ୟ କୁହାଯାଏ ।

ପାବାଗଢ ଶକ୍ତିପୀଠ

ପାବାଗଢ ଶକ୍ତିପୀଠ ଗୁଜୁରାଟର ପାହାଡରେ ଅବସ୍ଥିତ । ଏଠି ମା କାଳିଙ୍କୁ ମାହାକାଳି ନାମରେ ଜଣାଯାଇଥାନ୍ତି । ଏହି ଜାଗାରେ ମାତା ସତୀଙ୍କର ବକ୍ଷସ୍ଥଲ ପଡିଥିଲା ସେଥିପାଇଁ ଏହାକୁ ଶକ୍ତିପୀଠ କୁହାଯାଏ । ଏହି ସ୍ଥାନରେ ମାତାଙ୍କର ଜାଗ୍ରତ ଦରବାର ଲାଗିଥାଏ । ଏହି ସ୍ଥାନରେ ଦଣ୍ଡ ଏବଂ ଦାନ ପ୍ରାପ୍ତ ହୋଇଥାଏ ।