ମା’ ଠୁ ଟିଫିନ ନେଇ ଅଫିସ ବାହାରି ଯାଇଥିଲା ପୁଅ, ହେଲେ ରାସ୍ତାରେ ଜଗିଥିଲା କାଳରୂପୀ ଟ୍ରକ୍, ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ video

ମା’ ଠୁ ଟିଫିନ ନେଇ ତରବର ହୋଇ ଅଫିସ ବାହାରି ଯାଉଥିଲା ପୁଅ । ମା’ର ପାଦଧୂଳି ନେଇ ସ୍କୁଟି ଧରି ଅଫିସ ବାହାରି ଯାଇଥିଲା ପୁଅ । ହେଲେ ରାସ୍ତାରେ ଯିବାବେଳେ ପୁଅକୁ ସାମ୍ନାପଟୁ ପିଟି ଦେଇଥିଲା ଟ୍ରକ । ଦେଖୁ ଦେଖୁ ଟ୍ରକ ଚକାତଳେ ଭେଣ୍ଡିଆ ପୁଅର ଜୀବନ ଚାଲିଗଲା । ଏହାପରେ ଖବର ପାଇ ଧାଇଁ ଆସିଥିଲେ ମା’ ଓ ପରିଜନ । କାନ୍ଦ ଚିତ୍କାରରେ ପୁରା ପରିବେଶ ଏମିତି ଫାଟି ପଡିଥିଲା ଯେ ଦେଖିବା ଲୋକ ବି କାନ୍ଦି ପକାଉଥିଲେ ।

ସେହି ଦୃଶ୍ୟ ଏତେ ହୃଦୟ ବିଦାରକ ଥିଲା ଯେ ଆମେ ମଧ୍ୟ ଆପଣଙ୍କୁ ତାହା ପୁରା ଦେଖେଇ ପାରିବୁ ନାହିଁ । ମୁଣ୍ଡ ପିଟି ବାଲିରେ ଲୋଟି ପାଗେଳି ଭଳି ହୋଇଯାଉଛି ମା’ । ମା’ର ହାତରନ୍ଧା ଖାଇ ସକାଳୁ ଘରୁ ବାହାରି ଯାଇଥିବା ପୁଅର ମୃତଦେହ ମା’ ସାମ୍ନାରେ ପଡିଛି । ଯେଉଁ ଦୃଶ୍ୟ ଦେଖି ବାଟରେ ଚାଲି ଯାଉଥିବା ଅଜଣା ଲୋକଟିଏ ବି ସହିପାରୁନି, ନିଜ ଜନ୍ମ କଲା ପୁଅର ଏଭଳି ଅବସ୍ଥା ଦେଖି ମା’ ବା କେମିତି ବରଦାସ୍ତ କରିବ । ପୁଅର ଦୁର୍ଘଟଣା ଖବର ଶୁଣି ମା’ ଦୌଡି ଦୌଡି ଆସିଛି ପୁଅ ପାଖକୁ ।

ହେଲେ ସେତେବେଳକୁ ସବୁକିଛି ଶେଷ ହୋଇଯାଇଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଦେବୀ ଛକରେ ସେଠାରେ ଏକ ସ୍କୁଟିକୁ ସାମ୍ନାପଟୁ ଧକ୍କା ଦେଇଥିଲା ଟ୍ରକ । ଆଉ ଘଟଣାସ୍ଥଳରେ ହିଁ ଚାଲିଯାଇଛି ଯୁବକଙ୍କ ଜୀବନ । ତିନି ବର୍ଷ ହେବ ନୂଆ କରି ବାହା ହୋଇଥିଲେ ଯୁବକ ଜଣକ । ଘରେ ମା’ ଓ ସ୍ତ୍ରୀଙ୍କୁ ଛାଡି ସବୁଦିନ ଭଳି ଅଫିସକୁ ବାହାରି ଯାଇଥିଲେ ।

ହେଲେ କାଳରୂପୀ ଟ୍ରକଟିଏ ତାକୁ ରାସ୍ତାରେ ଜଗିଥିବ ବୋଲି ସେ କେମିତି ବା ଜାଣିଥାନ୍ତେ । ସାମ୍ନାପଟୁ ଆସି ଟ୍ରକଟି ଧକ୍କା ଦେବା ପରେ ଛଟପଟ ହୋଇ ସେହିଠାରେ ହିଁ ସେ ଜୀବନ ହାରି ଦେଇଥିଲେ । ସକାଳୁ ସୋବର ଗାଁର ପ୍ରଦୀପ ନାଟିଆ ନୂଆଗଡର ଗୋଲେଇ ଦେଇ ଛକ ଦେଇ ନିଆ ଭଡାଘରକୁ ସ୍କୁଟି ଯୋଗେ ଯାଉଥିଲେ । ବ୍ରାହ୍ମଣୀଦେବୀ ଛକ ନିକଟରେ ହଠାତ ସାମ୍ନାପଟୁ ଏକ ଟ୍ରକ ମାଡି ଆସିଥିଲା । ଫଳରେ ସ୍କୁଟିରୁ ଛିଟିକି ଯାଇ ପଡିଥିଲେ ପ୍ରଦୀପ ଓ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।

ଏହାପରେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖିବା ସହ କୋରେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।