ଶ୍ରୀକ୍ଷେତ୍ରରେ ଥିବା ଶ୍ମଶାନର ନାଁ ସ୍ଵର୍ଗଦ୍ଵାର କାହିଁକି ହୋଇଛି ? ଏହାସହ ଶ୍ରୀଲଙ୍କା କଳାମଲ୍ଲୀର କଣ ରହିଛି ରହସ୍ୟ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ! Dr Sharat Chandra Mohanty

ଶ୍ରୀକ୍ଷେତ୍ରରେ ଥିବା ଅନେକ ମହତ୍ବପୂର୍ଣ୍ଣ ସ୍ଥାନ ମଧ୍ୟରୁ ସ୍ଵର୍ଗଦ୍ଵାର ଅନ୍ଯତମ । ମନୁଷ୍ୟମାନେ ଅନ୍ତିମ ଯାତ୍ରାରେ ଶ୍ମଶାନରେ ଯାଇ ପହଞ୍ଚିଥାନ୍ତି । କିନ୍ତୁ ମହାପ୍ରଭୁଙ୍କ ସମୁଦ୍ର ଉପକୂଳର ନାମ ମହୋଦଧି ଓ ଶ୍ମଶାନର ନାମ ସ୍ଵର୍ଗଦ୍ଵାର । ଏହା ସ୍ଵର୍ଗକୁ ଯିବାର ଦ୍ଵାର ହୋଇଥିବାରୁ ଏହାକୁ ସ୍ଵର୍ଗଦ୍ଵାର ବୋଲି କହିବା ଅତ୍ଯୁକ୍ତି ହେବନାହିଁ । ଏହାକୁ ସ୍ଵର୍ଗଦ୍ଵାର ବୋଲି କାହିଁକି କୁହାଯାଉଛି ଏ ସମ୍ବନ୍ଧରେ ଅନେକ କଥାମାନ ଶୁଣିବାକୁ ମିଳେ । ବଡଶୃଙ୍ଗାର ସମୟରେ ସମସ୍ତ ଦେବାଦେବୀମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।

ଏହି ସମୟରେ ଦେବରାଜ ଇନ୍ଦ୍ର ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସନ୍ତି । ଯେତେବେଳେ ଇନ୍ଦ୍ର ଦର୍ଶନ ସଋ ଫେରୁଥିଲେ ସେତେବେଳେ ସନ୍ଧ୍ଯାଧୂପ ସରିଥିଲା ଓ ଗରମ ଗରମ ଘିଅଅନ୍ନ ଡାଲମା ଆନନ୍ଦ ବଜାରରେ ବିକ୍ରି ହେଉଥିଲା । ଅବଢା କୁଡିଆକୁ ଭାଙ୍ଗି ଦେଲେ ଏହାକୁ ଖାଣ୍ଡି ବୋଲି କୁହାଯାଏ । ଅନେକ ଭକ୍ତ ଖାଣ୍ଡି ଧରି ସୁଆରଙ୍କୁ ବେଢି ଯାଇ ଗରମ ଗରମ ଡାଲମା ଓ ଅନ୍ନ ଆଣି ଖାଉଥିଲେ । ସେତେବେଳେ ଅମୃତ ଅଧିକାରୀ ଦେବରାଜ ଇନ୍ଦ୍ର ଲୋଭ ସମ୍ବରଣ କରି ନପାରି ଅମୃତ କଳସକୁ ଗୋଟେ କୋଣରେ ଢୋ କରି ଭାଙ୍ଗି ଦେଇଥିଲେ ।

ତା’ପରେ କେହି ଜଣେ ସୁଆର ମୋତେ ଟିକେ ଅବଢା ଅନ୍ନ ଖାଇବାକୁ ଦିଅ ବୋଲି କହିଥିଲେ ଦେବରାଜ ଇନ୍ଦ୍ର  । ସୁଆର ମଧ୍ୟ ଇନ୍ଦ୍ରଙ୍କୁ ଘିଅ ଅନ୍ନ ଡାଲମା ଖୁଆଇଥିଲେ ଏବଂ ଖାଇସାରି ଇନ୍ଦ୍ର ତତକ୍ଷଣାତ ପ୍ରସ୍ଥାନ କରିଥିଲେ । ଏହିଭଳି ଲଗାତର ଦୁଇ-ତିନିଦିନ ହେବା ପରେ ସୁଆରଟି ଇନ୍ଦ୍ରଙ୍କ ଅନୁଧାବନ କରିଥିଲା । ଦେଖିବାକୁ ରଜାପୁଅ ଭଳି ବିଭିନ୍ନ ପ୍ରକାର ଗହଣା ପ୍ରାଚୁର୍ଯ୍ୟ ଭରପୁର ଅଥଚ ଖାଇସାରି ପଇସା ନଦେଇ ପଳାଉଛି ଆଜି ତାକୁ ଛାଡିବିନି ବୋଲି କହି ସୁଆରଟି ଇନ୍ଦ୍ରଙ୍କ ପଛେ ପଛେ ଯାଇଥିଲା ।

ଯେତେବେଳେ ସୁଆରଟି ତାଙ୍କ ପଛେ ଯାଇ ସମୁଦ୍ର ଉପକୂଳରେ ପହଞ୍ଚିଛି ସେତେବେଳେ ସେ ଦେଖିବାକୁ ପାଇଛି କି ଇନ୍ଦ୍ର ଦୁଇ ହାତ ଟେକି ଉର୍ଦ୍ଧ୍ଵକୁ ଆରୋହଣ କରୁଛନ୍ତି । ଏତିକି ବେଳେ ସୁଆର ଇନ୍ଦ୍ରଙ୍କ ଉତ୍ତରୀୟଟିକୁ ଧରି ପକେଇ କହିଲା, ମୋର ପାଉଣା ମୁଁ ପାଇନି । ଏହାପରେ ଇନ୍ଦ୍ର ଉତ୍ତର ଦେଇଥିଲେ, ଠିକ ଅଛି ଆଜିଠାରୁ ମୁଁ ତୁମର ସଙ୍ଗାତ ବସିଲି । ସେତେବେଳେ ରାଜ୍ୟରେ ଅନାବୃଷ୍ଟି ଚାଲିଥିଲା ।

ଯେତେବେଳେ ଗଜପତି ମହାରାଜ ଜଣାଇବାକୁ ପାଇଲେ ସେହି ସୁଆର ଇନ୍ଦ୍ରଙ୍କ ସଙ୍ଗାତ ହୋଇଛନ୍ତି ସେତେବେଳେ ସୁଆରର ରାଜା ସୁଆରର ସାହାଯ୍ୟ ଲୋଡିଥିଲେ । ଯାହାପରେ ଇନ୍ଦ୍ରଙ୍କ ଆଦେଶରେ ଚାରୋଟି ମେଘମାଳା ଆସି ଶ୍ରୀକ୍ଷେତ୍ର ସମେତ ସମଗ୍ର ଉତ୍କଳ ପ୍ରଦେଶରେ ମେଘବୃଷ୍ଟି କରିଥିଲେ । ସେହି ସମୟରେ ରାଜା ଖୁସି ହୋଇ ସେହି ସୁଆରର ନାଁ ମେଘମାଳିଆ ସୁଆର ରଖିଥିଲେ ।

ଆଉ ଏକ କଥାନୁଯାୟୀ, ଯେତେବେଳେ ଦ୍ଵାର ଉନ୍ମୁକ୍ତ ହୋଇ ସେବକମାନେ ମଙ୍ଗଳାଳତି କରିବାକୁ ଯାଆନ୍ତି ସେତେବେଳେ ସେମାନେ ଅନେକ ଦିନଧରି ମହାପ୍ରଭୁଙ୍କ ପାଖେ କଳାମଲ୍ଲୀ ଦେଖିବାକୁ ପାଇଲେ । କଳାମଲ୍ଲୀ କେବଳ ଲଙ୍କାରେ ଫୁଟେ ବୋଲି ସେବକ ତାଙ୍କ ବାପା ଓ ଗୋସେଇଁ ବାପାଙ୍କ ଠାରୁ ଶୁଣିଥିଲେ । ଦିନେ ପାଟଯୋଶୀ ମହାପାତ୍ର ରାତିରେ ପହୁଡ ସାରି ଚାରିଦ୍ଵାର ବନ୍ଦ କରି ନିଜେ ଜଗମୋହନରେ ରହିଲେ ।

ଏହାପରେ ବିଭୀଷଣ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ଵାର ଦେଇ ପ୍ରବେଶ କଲେ ଓ ମହାପ୍ରଭୁଙ୍କୁ କଳାମଲ୍ଲୀ ଚଢେଇ ଦକ୍ଷିଣ ଦ୍ଵାର ବାଟେ ପ୍ରସ୍ଥାନ କରିବାକୁ ବାହାରିଲେ । ସେମାନେ ସୂକ୍ଷ୍ମ ଶରୀରରେ ଆସୁଥିବାରୁ ଦ୍ଵାର ବନ୍ଦ ଥିଲେ ମଧ୍ୟ ଆସିବାରେ କୌଣସି ପ୍ରତିବନ୍ଧକ ନଥିଲା । ବିଭୀଷଣ ଯିବାବେଳେ ପାଟଯୋଶୀ ମହାପାତ୍ର ତାଙ୍କୁ ଧରିପକେଇ ଥିଲେ ଓ ପାଉଣା ମାଗିଥିଲେ ।

ଏହାପରେ ବିଭୀଷଣ ନିଜେ ପିନ୍ଧିଥିବା କଙ୍କଣ ତାଙ୍କୁ ପ୍ରଦାନ କରିଥିଲେ । ଏବେ ମଧ୍ୟ ହରଚଣ୍ଡୀ ସାହିରେ ପାଟଯୋଶୀଙ୍କ ଘରେ ବିଭୀଷଣ ଦେଇଥିବା କଙ୍କଣ ରହିଛି । ବିଭୀଷଣ ସେତେବେଳେ ସେହି ସ୍ଥାନରୁ ଆକାଶମାର୍ଗରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏଭଳି ଅନେକ କଥାରେ ପ୍ରଲୋଭିତ ହୋଇ ଗଜପତି ମହାରାଜା କାଠି ଟିଏ ପୋତିବା ପାଇଁ ଆଦେଶ ଦେଇଥିଲେ ।

କାଳକ୍ରମେ କୌଣସି ବ୍ୟକ୍ତି ଦେହତ୍ୟାଗ କଲେ ସେହିଠାରେ ଯଦି ତାଙ୍କର ଅନ୍ତିମ ସଂସ୍କାର କରାଯାଏ, ତେବେ ସେହି ଲୋକ ସ୍ଵର୍ଗପ୍ରାପ୍ତି କରିବେ ବୋଲି ବିଶ୍ବାସ ରହିଛି । ଅଦ୍ୟାବଧି ଉକ୍ତ ସ୍ଥାନଟି ସ୍ଵର୍ଗଦ୍ଵାର ଭାବେ ଜନମାନସରେ ବିଦିତ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।