ମା ପାଇଁ ପୁଅ ମାଗିଲା ଭିକ, ଷ୍ଟେଜ ପାଖରେ ଟଙ୍କା ଦେଇ କାନ୍ଦିଲେ ଦର୍ଶକ…. ଏଭଳି ଜୀବନ୍ତ ଅଭିନୟ ଦେଖି ଆପଣଙ୍କ ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ, ଯାତ୍ରା ଅଭିନୟ ଦର୍ଶକଙ୍କ ଆଖିରେ ଆଣି ଦେଇଛି ଲୁହ । ଅଭିନୟର ଜାଦୁ ଏଭଳି ଥିଲା କି ଦର୍ଶକ ମାନେ ବାନ୍ଧି ହୋଇଯାଇଥିଲେ । ଅଭିନୟ କରି ବେମାରିଆ ମାଆ ପାଇଁ ଷ୍ଟେଜ ଉପରେ ଭିକ ମାଗୁଥିବା ହିରୋଙ୍କୁ ଟଙ୍କା ଦେଇ ଷ୍ଟେଜ ପାଖରେ ଲୋକ ତାଙ୍କ ହାତ ଧରି କାନ୍ଦିବାକୁ ଲାଗିଥିଲେ । ଅଭିନୟ ଏତେ ବାସ୍ତବ ଥିଲା କି ସମସ୍ତଙ୍କ ଆଖି ଲୁହ ଭରା ହୋଇଯାଇଥିବା ବେଳେ ଷ୍ଟେଜ ଉପରେ ଥାଇ ହିରୋ ପୋଛି ଦେଉଥିଲେ ଦର୍ଶକଙ୍କ ଆଖିର ଲୁହ ।


ଯାତ୍ରା ବାଘାଜୋତିନର ନଟକ ମଝି ନଈରେ ଜୀବନ ଡଙ୍ଗା ଦର୍ଶକ ଆଖିରେ ଆଣିଦେଲା ଲୁହ । ଯାତ୍ରାକୁ ଦେଖି ଲାଗୁଥିଲା ସତରେ ଯେମିତି ସେହି ନଈରେ ଜୀବନ ଟଳ ମଳ ହେଉଛି । ଦୁଃଖ କେବଳ ଏତିକି ନୁହେଁ । ଯେତେବେଳେ ଗର୍ଭବତୀ ଭଉଣୀକୁ ଭାଇ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କଲା ସେତେବେଳେ ଆମ୍ବୁଲାଂନ୍ସ ମଧ୍ୟ ମାଗିଲା ଟଙ୍କା ।

ହେଲେ ଭାଇ ପାଖରେ ଟଙ୍କା ନଥିବାରୁ ସେଥିପାଇଁ ଭାଇ ଭାଇ ଏକ ବଡ ଶିଳା ପଥର ଆଣି ବାହୁଙ୍ଗିର ଗୋଟିଏ ପାଖରେ ରଖି ଆଉ ଏକ ପାଖରେ ଭଉଣୀକୁ ବସାଇ ମେଡିକାଲ ନେବା ପାଇଁ ବାହାରିଲା ଭାଇ । ଏହି ଦୃଶ୍ୟ ଦେଖୁଥିବା ଦର୍ଶକଙ୍କ ଆଖିର ଲୁହ ଜମା ଅଟକୁନଥିଲା । ସେହି ଯାତ୍ରା ଷ୍ଟେଜ ପାଖରେ ବସି ରହିଥିବା ମହିଳା ମାନେ ନିଜର କାନ୍ଦକୁ ଅଟକାଇ ପାରିନଥିଲେ ।

ଆଉ ଉଠି ଚାଲି ଆସିଥିଲେ ସାହାର୍ଯ୍ୟ ଭିକ୍ଷା ବଢାଇବା ପାଇଁ । ସତେ ଆବ କେହି ଅବା ଯେମିତି ଆଖି ସାମ୍ନାରେ ସାହାର୍ଯ୍ୟ ପାଇଁ ମାଗୁଛି ଭିକ୍ଷା । ମେଡିକାଲରେ ପଡିଥିବା ମାଆ ଚିକିତ୍ସା ପାଇଁ ପଇସା ମାଗୁଛି ପୁଅ ଆଉ ଭଉଣୀକୁ ମେଡିକାଲ ନେବା ପାଇଁ ମଧ୍ୟ ପାଖରେ ଟଙ୍କା ନାହି କହି କଇଁ କଇଁ କାନ୍ଦୁଛନ୍ତି ଅଭିନୟ କରୁଥିବା ହିରୋ ।

ଏହା ଏତେ ବାସ୍ତବ ଥିଲା କି କକେହି ମଧ୍ୟ ନିଜ ଛାତିର କୋହକୁ ଅଟକାଇ ପାରି ନଥିଲେ । ଉଠିଆସିଥିଲେ ଅଭିନୟ କରୁଥିବା ଅଭାଗା ପୁଅକୁ ସାହାର୍ଯ୍ୟ କରିବା ପାଇଁ । ଗୋଟିଏ କଳାକାର ପାଇଁ ଏହାଠୁ ବଡ ପୁରସ୍କାର ଆଉ କିଛି ବି ହୋଇପାରିବନି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟତି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।