ଚାଉଳ ଗିଳିବ ବିଜେଡି ଭୋଟ ! କାହିଁକି ନାଁ ଏଥର ମାଗଣା ଚାଉଳ ଦେବେ କେନ୍ଦ୍ର ସରକାର… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, କେନ୍ଦ୍ର ସରକାରଙ୍କ ତରଫରୁ ମାଗଣା ଚାଉଳ ବଣ୍ଟନ କରାଯାଉଛି । ଏଥିପାଇଁ ଆରମ୍ଭ ହୋଯାଇଛି ଟଣା ଓଟରା । ଏଥିରେ ବିଜେପି କାଳେ ଆଗୁଆ ହୋଇଯିବ ଏହି କାରଣ ପାଇଁ ବିଚଳିତ ହୋଇପଡିଛି ବିଜେଡି ଦଳ । ଏହି ଚାଉଳ ସହାୟତାରେ ବିଜେଡି ବହୁତ ସହଜରେ ଲୋକଙ୍କ ଠାରୁ ଭୋଟ ପାଉଥିଲା । କିନ୍ତୁ ଏବେ କେନ୍ଦ୍ର ସରକାର ମଧ୍ୟ ଚାଉଳ ବଣ୍ଟନ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ଚାଉଳ ବଣ୍ଟନ ନିମନ୍ତେ ପାଉଥିବା ଶତ ପ୍ରତିଶତ ଭୋଟ କାଳେ ଏବେ ବିଜେପି ହାତକୁ ଚାଲିଯିବ ସେହି ଚିନ୍ତାରେ ବିଜେଡି । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଏଥର ସିଧା ସଳଖ ମାଗଣା ଚାଉଳ ବଣ୍ଟନ କରିବା ପାଇଁ ଯାଉଛନ୍ତି କେନ୍ଦ୍ର ସରକାର । ତେଣୁ ରାଜ୍ୟ ସରକାର ତଥା ବିଜେଡି ପାଇଁ ମାଗଣା ଚାଉଳରୁ ପାଉଥିବା ଭୋଟର ଆଉ କୌଣସି ଭୂମିକା ରହିବ ନାହିଁ । ଗ୍ରାମାଞ୍ଚଳରେ ଚାଉଳକୁ ନେଇ ବହୁତ ବଡ ଭୋଟ ବ୍ୟାଙ୍କ ରହିଛି । ଏହାର ଫାଇଦା ଅନେକ ସମୟରେ ବିଜେଡି ପାଇଛି ।

ଏହାର କାରଣ ଥିଲା କି ଚାଉଳ ରାଜ୍ୟ ସରକାର ଦେଉଛି କି କେନ୍ଦ୍ର ସରକାର ତାହା ଲୋକେ ଜାଣିପାରୁ ନଥିଲେ । ଯାହାଫଳରେ କେନ୍ଦ୍ର କହୁଥିଲା ଆମର ଏବଂ ରାଜ୍ୟ କହୁଥିଲା ଆମର । ଏବେ ବିଜେଡିକୁ ଚାଉଳ ଦେବା ପାଇଁ କିଛି କରିବାକୁ ପଡିବ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିବା ପରେ ବିଜେଡି ଛାତିରେ ବର୍ତ୍ତମାନ ଛନକା ପସିଛି ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର ।

ଏହାପରେ ବିଜେଡି କୌଣସି ଉପାୟ ନ ପାଇଁ ମଙ୍ଗଳବାର ଦିନ ରାଜଭବନ ଏବଂ ୧୫ରେ ପଞ୍ଚାୟତ ଅଫିସ ଏବଂ ୧୬ରେ ଜିଲ୍ଲାପାଳ ଆଫିସ ଆଗରେ ବିକ୍ଷୋପ କରାଯିବାର ନେଇ ପ୍ରେସମିଟ କରି ସୂଚନା ଦେଇଛି । ବିଜେପି ସମ୍ପାଦକ କହିଛନ୍ତି ଯେଉଁ ବିଜେଡି ଦଳ ଚାଉଳ ବାହାନାରେ ନିର୍ବାଚନ ଜିତିଥିଲା ତାଙ୍କୁ ବର୍ତ୍ତମାନ ଭୟ ଲାଗୁଛି କିଭଳି ନିର୍ବାଚନ ଜିତିବୁ ।

କୋଭିଡ ସମୟରେ ନିଜ ସ୍କିମରେ ରାଜ୍ୟ ଦେଉଥିବା ୧୦ କିଲୋ ଚାଉଳରୁ ଏବେ ୫ କିଲୋ ଦେଉଛି । କେନ୍ଦ୍ରକୁ ୧୦ କିଲୋ ଚାଉଳ ମାଗି ୫ କିଲୋ ବାଣ୍ଟୁଛି ବିଜେଡି ବୋଲି କୁହାଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।