ବାହାଘର ତିନି ଦିନରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ, ଖୁସିର ମାହୋଲରେ ଖେଳିଗଲା ଶୋକର ସାଗର…. ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ 

ନମସ୍କାର ବନ୍ଧୁଗଣ, ନବ ଦମ୍ପତ୍ତିଙ୍କୁ ନେଇ ଆସିଛି ଏକ ଅଭାବନୀୟ ଘଟଣା । ହାତରୁ ମେହେନ୍ଦି ଲିଭି ନାହିଁ କିମ୍ବା ପାଦରୁ ଅଳତା ଲିଭି ନାହିଁ । କିନ୍ତୁ ଲିଭି ଯାଇଛି ନବ ଦମ୍ପତ୍ତିଙ୍କର ଜୀବନ । ବିବାହ ପରେ ଉଭୟ  ନବ ବିବାହିତା ସ୍ଵାମୀ ସ୍ତ୍ରୀ ଯାଉଥିଲେ ଶଶୁର ଘରକୁ ଆଉ ବାଟରେ ଜଗି ବାସିଥିଲା ଯମ ଏବଂ ନେଇଗଲା ତାଙ୍କ ଜୀବନ । ତେବେ କଣ ରହିଛି ଏହା ସହ ଜଡିତ ଥିବା ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ତିନି ଦିନ ପୂର୍ବରୁ ପରସ୍ପରକୁ ବିବାହ କରିଥିଲେ ଉଭୟ । ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରଭାଳିକା ଏବଂ ବେଣୁ । ଉଭୟ ସ୍ଵାମୀ ସ୍ତ୍ରୀ ସଂସାରରୁ ଏକାଠି ବିଦାୟ ନେଇଛନ୍ତି । ବ୍ରହ୍ମପୁର ଗଳନ୍ତରା ଥାନା ସମ୍ମୁଖରେ ମର୍ମନ୍ତୁକ ସଡକ ଦୁ-ର୍ଘ-ଟ-ଣାରେ ଯାଇଛି ସ୍ଵାମୀ ସ୍ତ୍ରୀ ଉଭୟଙ୍କ ଜୀବନ । ଟ୍ରାକ୍ଟର ସହ ଧକ୍କା ହୋଇ ନବ ଦମ୍ପତିଙ୍କର ମୃ-ତ୍ୟୁ ହୋଇଛି ।

ଗତ ୧୦ ତାରିଖରେ ସେମାନଙ୍କର ବିବାହ ସରିଥିଲା । ଗତ କାଲି ବେଣୁ ନିଜ ସ୍ତ୍ରୀଙ୍କୁ ନେଇ ଶଶୁର ଘର ବ୍ରହ୍ମପୁର ଚନ୍ଦନ ନଗର ଆସୁଥିଲେ ଏବଂ ଗଳନ୍ତରା ଥାନା ସମ୍ମୁଖରେ ଥିବା ଏକ ବୁଲାଣିରେ ଆଗ ପାଖରୁ ଆସୁଥିବା ଏକ ଟ୍ରାକ୍ଟର ସହ ଯାଇ ବେଣୁଙ୍କର ବାଇକ ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ହୋଇଯାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ତାରେ mkcg ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସା ଦିନ ଅବସ୍ଥାରେ ହିଁ ଉଭୟଙ୍କର ମୃ-ତ୍ୟୁ ହୋଇଥିଲା । ଦୁ-ର୍ଘ-ଟ-ଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଛି । ଗଳନ୍ତରା ପୋଲିସ ଏହି ଘଟଣାର ତଦନ୍ତ କରୁଅଛି । ଏହିଭଳି ଏକ ଘଟଣା ଘଟିବା ପରେ ଶୋକାକୁଳ ହୋଇପଡିଛି ତାଙ୍କ ଘର । ପରିବାର ଲୋକେ ଧର୍ଯ୍ୟହରା ହୋଇ କାନ୍ଦୁଛନ୍ତି ।

ତାଙ୍କ ପରିବାର ସମେତ ଏଭଳି ଏକ ଖବର ଲୋକଙ୍କ ସାମ୍ନାକୁ ଆସିବା ପରେ ପୁରା ଶୋକାକୁଳ ହୋଇଯାଇଛି ବ୍ରହ୍ମପୁର ସହର ।  ପୁଅ ବୋହୂଙ୍କୁ ହରାଇ ଶାଶୁ ଘରେ କାନ୍ଦ ବୋବାଳି ପଡିଥିବା ବେଳେ ଝିଅ ଜ୍ଵାଇଁଙ୍କୁ ହରାଇ ଶଶୁର ଘରେ କାନ୍ଦ ବୋବାଳି ପଡିଛି । କିଏ ବା କାହାକୁ ସମ୍ଭାଳିବ । ଏପରି ଅଭାବନୀୟ ଘଟଣା କାହା ସହ ନ ଘଟୁ ଭଗବାନଙ୍କ ପାଖରେ ଏତିକି ପ୍ରାଥନା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।