ବରଯାତ୍ରୀ ନାଚି ଏମିତି ବାଣ ଫୁଟାଇଲେ କି ଅଧା ଗାଁ ଜଳିଗଲା, ଦେଖନ୍ତୁ କଣ କହୁଛନ୍ତି ଗାଁ ଲୋକ

ନମସ୍କାର ବନ୍ଧୁଗଣ, ବାହାଘରରେ ବା-ଣ ନ ଫୁଟିଲେ କି ମଜା କିନ୍ତୁ ଏହାର ମାନେ ନୁହେଁ କି ଆପଣ ମାନେ ବା-ଣ ଫୁଟାଇବାର ସ୍ଥାନ ଭୁଲିଯିବେ ଏବଂ ସୀମା ଭୁଲିଯିବେ । ଖବର ମୁତାବିକ ଏକ ଗ୍ରାମରେ ବରଯାତ୍ରୀ ଏମିତି ବା-ଣ ଫୁଟାଇଲେ କି ସେହି ଗ୍ରାମରେ ନିଆଁ ଲାଗିଗଲା । ହୁତୁ ହୁତୁ ହୋଇ ଜଳିଗଲା ଅନେକ ଘର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଗ୍ରାମ ଅନ୍ତର୍ଗତ ଗାନ୍ଧୀଛକ ବସ୍ତିରେ । ତେବେ କଣ ରହିଛି ପୁରା ଖବର ଆସନ୍ତୁ ଜାଣିବା ।

ଗାନ୍ଧୀ ଛକ ବସ୍ତିରେ ବାହାଘର ଆୟୋଜନ ହୋଇଥିଲା । ଝିଅ ବାହାଘର ଥିବାରୁ କଦରୟା ଗ୍ରାମରୁ ବରଯାତ୍ରୀ ଆସିଥିଲେ । dj ବଜାଇ ପୁରା ଧୁମ ଧାମରେ ବରଯାତ୍ରୀ ନାଚୁଥିଲେ । ଏହି ଖୁସି ଭିତରେ ବା-ଣ ଫୁଟାଇଥିଲେ ବରଯାତ୍ରୀ । ହେଲେ ବା-ଣ ଫୁଟୁଥିବା ସ୍ଥାନରେ ଚାଳ ଘର ଥିବାରୁ ନିଆଁ ଝୁଲା ପଡି ଲାଗିଗଲା ଚାଳ ଘରେ ନିଆଁ । ଏହି ନିଆଁ ଫଳରେ ଏଗାର ବାଖର ଘର ପୋଡିଯାଇଥିବା ବେଳେ ଦଶ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି ।

ନିଆଁ ଏଭଳି  ଭୟଙ୍କର ଥିଲା କି ଘରେ ଥିବା ସମସ୍ତ ଇଲେକ୍ଟ୍ରି ଜିନିଷ ମଧ୍ୟ ଜଳି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡିକୁ ମଧ୍ୟ ଗ୍ରାମ ବାସୀ ଡକାଇ ଥିଲେ । ହେଲେ ସେତେବେଳକୁ ନିଆଁ ତାର ଉଗ୍ର ରୂପ ଧାରଣ କରିସାରିଥିଲା । ସେହି ଗ୍ରାମର ଲୋକଙ୍କ କହିବା ଅନୁଯାୟୀ ବସ୍ତି ମଝିରେ ବରଯାତ୍ରୀ ଲଗାଇଥିଲେ ଏକ ବକ୍ସ ବା-ଣ ଯାହା ଫୁଟିବା ଦ୍ଵାରା ତିନୋଟି ଘରେ ଯାଇ ପଡିଥିଲା ନିଆଁ ଝୁଲ ।

ଏହାପରେ ନିଆଁ ବ୍ୟାପିବାକୁ ଲାଗିଥିଲା , ନିଆଁ ଲାଗିବା ପରେ ଗାଁ ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଅଗ୍ନିସମ ବାହିନୀ ଖବର ପାଇ ଆସିବା ପରେ ନିଆଁକୁ ଆୟତ୍ତ କରିଥିଲା ହେଲେ ସେତେବେଳକୁ ସବୁକିଛି ସରିଯାଇଥିଲା ।

ବରଯାତ୍ରୀର ଖୁସି ପାଲଟିଗଲା ଗ୍ରାମ ବାସୀଙ୍କ ବାସ ଘର ଜଳିବାର ଦୁଃଖ । ତେଣୁ ବା-ଣ ଫୁଟାଇବା ସମୟରେ ସର୍ବଦା ସବୁ କିଛିକୁ ନଜର ରଖି ବା-ଣ ଫୁଟାଇବା ଜରୁରୀ । ଚାଳ ଘର ପାଖରେ ବା-ଣ ଫୁଟାଇବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।