ବର୍ତ୍ତମାନର ସମୟ ଏମିତି ଅଟେ କି କୌଣସି ବି ସମ୍ପର୍କ ଉପରେ ବିଶ୍ଵାସ କରିବା ବହୁତ କଷ୍ଟ ଅଟେ । କିଛି ଏହିଭଳି ହୋଇଛି ବିହାରର ପଟନାରେ ଯେତେବେଳେ ଜଣେ ପିତା ନିଜର ଝିଅକୁ ପଶୁଭଳି ମାରୁଥିଲା ଏବଂ ତାହାର ଭିଡିଓ କରି ନିଜର ସ୍ତ୍ରୀକୁ ପଠାଉ ଥିଲେ । ଏହା ପରେ ବାହାଘର ୧୬ ବର୍ଷ ପର୍ଯ୍ୟନ୍ତ ସ୍ଵାମୀର ହୈୱାନିୟତର ଶିକାର ହୋଇସାରିଥିବା ନୈନା କୁମାରୀ ଫେସବୁକ ଉପରେ ନିଜ ଝିଅକୁ ମାରୁଥିବା ସମୟରେ ଭିଡିଓ ଶେୟାର କରିଲେ ଏବଂ ନିଜର ଆପବୀତୀ ଲେଖିଲେ ।
୪ ବର୍ଷର ନିରୀହ ଝିଅକୁ ମାରି ମାଙ୍କୁ ଭିଡିଓ ପଠାଉଥିଲେ ନିର୍ଦୟୀ ପିତା
ଫେସବୁକରେ ଭିଡିଓ ପୋସ୍ଟ ହେବା ମାତ୍ରେ ହିଁ ଲୋକମାନେ ତାହାକୁ ସବୁଆଡେ ଏତେ ଭାଇରାଲ କରିଲେ କି ପୁଲିସ ବାଧ୍ୟ ହୋଇଗଲା ଆକ୍ସନ ନେବା ପାଇଁ । ଆରୋପିଙ୍କର ପତ୍ନୀ ନୈନା କୁମାରୀଙ୍କର ଭିଡିଓ ଭାଇରାଲ ହେବା ପରେ ଆରୋପି କୃଷ୍ଣା ମୁକ୍ତିବୋଧକୁ ପୁଲିସ ମଦ ନିଶାରେ ଗିରଫ୍ତାର କରି ନେଲେ । ତା ଠାରୁ ପିଲାକୁ ମୁକ୍ତ କରାଯାଇସାରିଛି । ଏବଂ ଏସଏସପୀ ଗରିମା ମଲିକ କହିଲେ କି କଂକଡବାଗ ଥାନାର ପୁଲିସ ଏହାର ଛାନବୀନ କରୁଛନ୍ତି ।
ନୈନା ନିଜର ଆପବୀତୀରେ ଲେଖିଲେ କି, ୧୬ ବର୍ଷ ପୂର୍ବେ ତାଙ୍କର ବାହାଘର କଂକଡବାଗର ରେଂଟଲ ଫ୍ଲୈଟ ସଂଖ୍ୟା ୭୯ରେ ରହୁଥିବା କୃଷ୍ଣା ସହ ହୋଇଥିଲା । ସେହି ସମୟରେ ସେ ମଗଧ ବିଶ୍ଵବିଦ୍ୟାଳୟରେ ଲେକ୍ଚର ଥିଲା । କିନ୍ତୁ ମଦର ଅଭ୍ୟାସ କାରଣରୁ ତାକୁ ତିନି ଚାରି ବର୍ଷ ପୂର୍ବେ ହିଁ ଚାକିରିରୁ ବାହାର କରିଦେଲେ । ଏବଂ ସବୁଦିନ ମଦ ପିଇ ଆସି ସେ ତାଙ୍କୁ ମାରୁଥିଲା ।
ଏହାର ଶିକାୟତ ସେ କଂକଡବାଗ ଥାନାରେ ବି କରିଲେ କିନ୍ତୁ ଓଲଟା ପୁଲିସ ତାହାର ସ୍ଵାମୀ ଠାରୁ ଟଙ୍କା ନେଇ କେସକୁ ରଫା – ଦଫା କରିଦେଲେ । ଓଲଟା ତାହାର ସ୍ଵାମୀ ସହିତ ରହିବା ପାଇଁ ବାଧ୍ୟ କରିଦେଲେ ।
୮ ମାସ ପରେ ସେ ନିଜର ଦୁଇ ଝିଅଙ୍କ ସହିତ ଝାରଖଂଡ ଚାଲିଯାଇଥିଲେ କିନ୍ତୁ ତୃତୀୟ ଝିଅ ସ୍ଵାମୀ ପାଖରେ ହିଁ ରହିଯାଇଥିଲା । ଏହ ପରେ ତାହାର ସ୍ଵାମୀ ନିଜ ଝିଅକୁ ସବୁଦିନ ମାରୁଥିଲା ଏବଂ ଭିଡିଓ କରି ପଠାଉଥିଲା ଏବଂ ତା ସହିତ ରହିବା ପାଇଁ ବାଧ୍ୟ କରୁଥିଲା । ଲୋକମାନେ ନୈନାଙ୍କର ଭିଡିଓକୁ ୱ୍ହାଟ୍ସଏପ ଗ୍ରୁପରେ ବି ଶେୟାର କରିଲେ ।
ଯେତେବେଳେ ଏହି ଭିଡିଓକୁ ଏସଏସପୀ ଗରିମା ମଲିକଙ୍କୁ ମିଳିଲା ସେତେବେଳେ ସେ ଏହା ଉପରେ ଛାନବୀନ ଆରମ୍ଭ କରିଦେଲେ । ପୁଲିସ ଯେତେବେଳେ କୃଷ୍ଣାଙ୍କର ଘରେ ପହଞ୍ଚିଲେ ତେବେ ସେ ନିଶାରେ ଥିଲା ଏବଂ ପିଲାକୁ ତାହା ଠାରୁ ମୁକ୍ତ କରିଲେ । ଏହାର ସୂଚନା ପୁଲିସ ନୈନାକୁ ଦେଲେ । ବର୍ତ୍ତମାନ ନୈନାକୁ ନିଜର ଝିଅ ମିଳିଯାଇଛି ଏବଂ ସରକାର ବି ଝିଅମାନଙ୍କ ପାଇଁ କିଛି ସାହାର୍ଯ୍ୟ କରିବେ ।