ସୈନିକ ପୁରା ପରିବାର ସହିତ କଲେ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ନିବେଦନ, କହିଲେ – ଏବେ ମୋର ଧର୍ଯ୍ୟ ଜବାବ ଦେଇ ସାରିଛି…

ଆମ ଦେଶର ସୈନିକମାନେ ଦେଶର ସୁରକ୍ଷା ଏବଂ ଆମର ସୁରକ୍ଷା ପାଇଁ ନିଜର ଜୀବନ ପର୍ଯ୍ୟନ୍ତ ମଧ୍ୟ ବଳିଦାନ ଦେଇ ଦିଅନ୍ତି । କିନ୍ତୁ ତାଙ୍କ ଉପରେ ବିପଦ ଆସିଲେ ତାଙ୍କର କେହି ସାହାର୍ଯ୍ୟ କରନ୍ତି ନାହିଁ । ଏମିତି ହିଁ ଏକ ସୈନିକ ଗତ ୧୩ ମାସରୁ ହିଁ ନିଜର ମାତା ପିତାଙ୍କର କଥିତ ଶବକୁ ନେଇ ସମସ୍ତ ଜାଗାରେ ସାହାର୍ଯ୍ୟ ମାଗି ବୁଲୁଛନ୍ତି । କିନ୍ତୁ ସରକାରଙ୍କର ସିସ୍ଟମରୁ ତାଙ୍କୁ କୌଣସି ସାହାର୍ଯ୍ୟ ମିଳୁ ନାହିଁ । ଏବଂ ସେ ସରକାରୀ ସିସ୍ଟମ ଉପରେ ଏତେ ଚିଡି ଯାଇଛନ୍ତି କି ସେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ବି ମାଗି ସାରିଛନ୍ତି ।

ମାତା ପିତାଙ୍କର ଶବ ହେଲା ନାହିଁ ବରାମଦ

ନାୟବ ସୂବେଦାର ବିଜୟ କୁମାରଙ୍କର କହିବା ଅନୁସାରେ ୧୩ ମାସ ପୂର୍ବେ ୮ ଜାନୁୟାରୀ ୨୦୧୮ରେ ରେଲୱେ ଷ୍ଟେସନ କ୍ଷେତ୍ର ନିବାସୀ ଏକ ଦମ୍ପତି ହଜାରୀଲାଲ ଓ କୈଲାଶୀ ବାଈଙ୍କୁ ତାଙ୍କର କୋଟା ସ୍ଥିତ ଘରୁ ଅପହରଣ କରାଯାଇ ତାଙ୍କର ହତ୍ୟା କରି ଦିଆ ଯାଇଛି । ଏହି ମାମଲାରେ ପୁଲିସର ଚାରି ଜଣ ଆରୋପିଙ୍କୁ ଗିରଫ୍ତାର କରିଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଦମ୍ପତିଙ୍କର ଶବ ମିଳି ନାହିଁ ।

କହିଦେଉଛୁ ଯେ ଅପହରଣ ହେବା ପରେ ତାଙ୍କର ପରିଜନ ମାନେ ଅପହରଣର ରିପୋର୍ଟ କୋଟାର ଉଦ୍ୟୋଗ ନଗର ଥାନାରେ ଦର୍ଜ କରିଥିଲେ । ପ୍ରଥମେ ପୁଲିସ ଏଥିପାଇଁ କୌଣସି ଖାସ କାର୍ଯ୍ୟ ଅନୁଷ୍ଠାନ କରିଲେ ନାହିଁ । ପୁଲିସ ଏହି ମାମଲାରେ ଆରୋପିଙ୍କର ମୋବାଇଲର ଲୋକେସନ ଲାଖେରୀ ଅଞ୍ଚଳର କହି ମାମଲାକୁ ସାଇଡ କରିଦେଲେ । ଏହା ପରେ ୨୬ ଜାନୁୟାରୀକୁ ଲାଖୋରୀ ଥାନାରେ ଦମ୍ପତିର ଅପହରଣର ମାମଲା ଦର୍ଜ ହେଲା ଏବଂ ଯାଞ୍ଚ ପରେ ଜଣା ପଡିଲା କି ଦମ୍ପତିଙ୍କର ହତ୍ୟା କରାଯାଇଛି ।

ଏହା ପରେ ପୁଲିସ ଯାଞ୍ଚ କରି ୬ ଫେବ୍ରୁୟାରୀ ଦିନ ଆରୋପି ମୁଖରାମ, ଘନଶ୍ୟାମ ମୀଣା, ତାଙ୍କର ପତ୍ନୀ ରାଜକୁମାରୀ ଏବଂ ଅଙ୍ଗଦଙ୍କୁ ଗିରଫ୍ତାର କରିଲେ । ଏହା ପରେ ଚାରି ଜଣ ଆରୋପିଙ୍କୁ ପୁଲିସ ଜେଲ ବି ପଠାଇ ଦେଲେ । ଆରୋପିମାନେ ଦମ୍ପତିଙ୍କର ହତ୍ୟା କରିଛନ୍ତି ବୋଲି କହିଲେ, କିନ୍ତୁ ଦମ୍ପତିଙ୍କର ଶବ ବର୍ତ୍ତମାନ ପର୍ଯ୍ୟନ୍ତ ବି ମିଳି ନାହିଁ ।

ରାଷ୍ଟ୍ରପତିଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ

ନାୟବ ସୂବେଦାର ବିଜୟ କୁମାର ରାଷ୍ଟ୍ରପତିଙ୍କୁ ଜ୍ଞାପନ କରି ନିଜର ବ୍ୟଥାକୁ ପ୍ରକଟ କରିଲେ । ଏବଂ ସେ ଲେଖିଲେ କି ସେନାରେ ସେବା କରୁ କରୁ ମୋତେ ୨୪ ବର୍ଷ ହୋଇଗଲା । ଥାନାରୁ ନେଇ ରାଜନେତାମାନଙ୍କ ପାଖକୁ ଯାଇ ଆବେଦନ କରିସାରିଛି । କିନ୍ତୁ କେଉଁଠି ବି କିଛି ସଫଳତା ମିଳି ନାହିଁ । ବର୍ତ୍ତମାନ ମୁଁ ଥକି ଯାଇଛି । ପୁଲିସ କେବଳ ହତ୍ୟାର କଥା କହୁଛନ୍ତି, କିନ୍ତୁ ଶବ ବିଷୟରେ କିଛି ବି କହୁ ନାହାନ୍ତି ।

ବର୍ତ୍ତମାନ ମନରେ କେବଳ ଅନ୍ତିମ ଦର୍ଶନ ଏବଂ ସଂସ୍କାର କରିବାର ଇଚ୍ଛା ରହି ଯାଇଅଛି, ସେଥିପାଇଁ ପୁରା ପରିବାର ସହିତ ଇଚ୍ଛା ମୃତ୍ୟୁ ମାଗୁଛି । କହିଦେଉଛୁ ଯେ ପୁଲିସ ଏହି ମାମଲାରେ ବିଭିନ୍ନ ପ୍ରକାରର ଯାଞ୍ଚ କରୁଛନ୍ତି ।