ତ ଏହି କାରଣରୁ ଶନିବାର ଦିନ କ୍ରୟ କରାଯାଏ ନାହିଁ, ଜୋତା, ଚପଲ ଓ ଏହି ସବୁ ଜିନିଷ

ଶନି ଦେବଙ୍କର ଦ୍ରୁଷ୍ଟିରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । ଶନି ଦେବଙ୍କର ଦ୍ରୁଷ୍ଟି ମନୁଷ୍ୟ ଜୀବନରେ ପଡିବା ଦ୍ଵାରା ତାହାର ଖରାପ ସମୟ ଆରମ୍ଭ ହୋଇଯାଏ । ସେଥିପାଇଁ ଶନିଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ମନ୍ଦିର ଯାଇ ତାଙ୍କୁ ତେଲ ଏବଂ ତିଳ ନିଶ୍ଚିତ ଚଢାନ୍ତୁ ।

କାହାକୁ ଘରେ ଭିତରେ ଜୋତା ଚପଲ ପିନ୍ଧି ଆସିବାକୁ ଦିଅନ୍ତୁ ନାହିଁ

ମାନ୍ୟତା ଅନୁସାରେ ଯେତେବେଳେ ବି କୌଣସି ବ୍ୟକ୍ତି ଜୋତା – ଚପଲ ପିନ୍ଧି ଘର ଭିତରକୁ ଯାଉଛନ୍ତି ତେବେ ଘରେ ଭିତରେ ଶନି, ରାହୁ ଏବଂ କେତୁ ଗ୍ରହ ବି ଆସି ଯାଆନ୍ତି । ସେମାନେ ଘରର ସୁଖ ଶାନ୍ତିକୁ ଭଙ୍ଗ କରି ଦିଅନ୍ତି । ସମସ୍ତଙ୍କୁ କଷ୍ଟ ଦେବା ଆରମ୍ଭ କରି ଦିଅନ୍ତି । ସେଥିପାଇଁ ଘର ଭିତରକୁ କାହାକୁ ବି ଜୋତା ଚପଲ ପିନ୍ଧି ଆସିବାକୁ ଦିଅନ୍ତୁ ନାହିଁ ।

ମୁଖ୍ୟ କବାଟରେ ଜୋତା ଚପଲ ରଖନ୍ତୁ ନାହିଁ

କେତେକ ଲୋକମାନେ ନିଜ ଘରର ମୁଖ୍ୟ ଦ୍ଵାରରେ ହିଁ ଜୋତା ଚପଲ ଖୋଲି ରଖି ଦିଅନ୍ତି । ଯଦି ଆପଣମାନେ ବି ଏହିଭଳି କରୁଛନ୍ତି ତେବେ ଏହା କରିବା ବନ୍ଦ କରି ଦିଅନ୍ତୁ । କାରଣ ଘରର ମୁଖ୍ୟ ଦ୍ଵାରରେ ଜୋତା ଚପଲ ରଖିବା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ।

ଶନିବାର ଦିନ କ୍ରୟ କରନ୍ତୁ ନାହିଁ ଝାଡୁ

ଶନିବାର ଦିନ ଝାଡୁ କିଣିବା ଅଶୁଭ ବୋଲି କୁହଯାଏ । କାରଣ ଏହି ଦିନରେ ଯଦି ଆପଣ ଝାଡୁ କ୍ରୟ କରୁଛନ୍ତି ତେବେ ଶନିଙ୍କର ଖରାପ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ । ଏହା ସହିତ ହିଁ ଆପଣ ଧୀରେ ଧୀରେ ଗରିବ ବି ହୋଇଯାଆନ୍ତି ।

ଶନିବାର ଦିନ କ୍ରୟ କରନ୍ତୁ ନାହିଁ ଜୋତା

ଶନିବାର ଦିନ ଜୋତା କିମ୍ବା ଚପଲ କିଣିବା ବି ଅଶୁଭ ଅଟେ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଏହା ସହିତ ଆପଣଙ୍କ ଜୀବନରେ ସମସ୍ୟା ଆସିବା ଆରମ୍ଭ ହୋଇଯାଏ । କିନ୍ତୁ ଯଦି ଆପଣଙ୍କୁ ଏହି ଦିନରେ ଜୋତା କିମ୍ବା ଚପଲ କିଣିବାକୁ ପଡେ ତ ଆପଣ କଳା ରଙ୍ଗ ଛାଡି ଅନ୍ୟ ରଙ୍ଗର ଜୋତା କ୍ରୟ କରି ପାରିବେ ।

ଏହିଭଳି ଭାବରେ ବଞ୍ଚାନ୍ତୁ ଶନିଙ୍କର ଅଶୁଭ ଛାୟାରୁ

ଶନିର ଅଶୁଭ ଛାୟାରୁ ନିଜକୁ ବଞ୍ଚିଇବା ପାଇଁ ଆପଣ ଶନିବାର ଦିନ କିଛି କଳା ଜିନିଷ ଦାନ କରନ୍ତୁ । ଏବଂ ଶନି ଦେବତାଙ୍କର ପୂଜା କରନ୍ତୁ । ଏହା ସହିତ ଶନିବାର ଦିନ ଆପଣ ନିଜର ଚମଡାର ଜୋତା କିମ୍ବା ଚପଲକୁ ମନ୍ଦିର ବାହାରେ ଛାଡି ଚାଲି ଆସନ୍ତୁ ଏବଂ ପଛକୁ ବୁଲି ଦେଖନ୍ତୁ ନାହିଁ । ଏହି ଉପାୟ କରିବା ଦ୍ଵାରା ଶନିଙ୍କର ଖରାପ ଦ୍ରୁଷ୍ଟି ଆପଣଙ୍କ ଉପରୁ ହଟିଯିବ ।