ଲାଇଫରେ ଯଦି କେବେ ବି ହାରିବାକୁ ଚାହାନ୍ତିନାହିଁ , ତେବେ ମା ଦୂର୍ଗାଙ୍କଠୁ ନିଶ୍ଚିତ ଶିଖନ୍ତୁ ଏହି ୫ ଟି କଥା

ନବରାତ୍ରି ସମୟରେ ମାତା ଦୂର୍ଗାଙ୍କର ସମସ୍ତ ରୂପର ପୂଜା ଅର୍ଚ୍ଚନା କରାଯାଇଥାଏ । ମାତା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା କରିଥାନ୍ତି । ନବରାତ୍ରିରେ ମାତା ଦୂର୍ଗାଙ୍କର ଭକ୍ତମାନେ ପୁରା ୯ ଦିନର ବ୍ରତ ରଖନ୍ତି, ଯାହା ଦ୍ଵାରା ସମସ୍ତଙ୍କର ମନୋକାମନା ପୁରା ହୋଇଥାଏ । ଏମିତିରେ ଯଦି ମହିଳାମାନେ ଚାହାନ୍ତି କି ସେମାନେ ନିଜ ଜୀବନର ସମସ୍ତ କଷ୍ଟ ସହିତ ସହଜରେ ଲଢି ପାରିବେ,

ତେବେ ତାଙ୍କୁ ମାତା ଦୂର୍ଗାଙ୍କ ବିଷୟରେ ତଳେ କୁହାଯାଇଥିବା କଥାରୁ କିଛି ଶିଖିବା ଦରକାର ।

ଶିଖିବା ପାଇଁ ଇଚ୍ଛା

ମାତା ଦୂର୍ଗାଙ୍କ ଭିତରେ ବ୍ରହ୍ମା, ବିଷ୍ଣୁ ଓ ମହେଶ ତିନି ଶକ୍ତି ଅଛି । ଏତିକି ନୁହେଁ ନିଜ ଶକ୍ତିର ସଠିକ ବ୍ୟବହାର କରିବା ପାଇଁ ମାତା ଦୂର୍ଗା ସର୍ବଦା ପ୍ରୟାସ କରନ୍ତି, ସେଥିପାଇଁ ମହିଳାଙ୍କୁ ବି ନିଜ ଜୀବନରେ ଆଗକୁ ବଢିବା ପାଇଁ ସବୁବେଳେ ପ୍ରୟାସ କରିବା ଆବଶ୍ୟକ ।

ନୀଡର ରହିବା

ନିଜ ଜୀବନରେ ମହିଳାଙ୍କୁ ମାତା ଦୂର୍ଗାଙ୍କ ଭଳି ନୀଡର ରହିବା ଦରକାର । ଯେଉଁଥି ପାଇଁ ତାଙ୍କୁ ମାତା ଦୂର୍ଗାଙ୍କ ଠାରୁ ବିଶ୍ଵାସ ଓ ନିଡରତା ଶିଖିବା ଦରକାର । ଯଦି ମହିଳାମାନେ ନୀଡର ହୋଇ ନିଜ ଜୀବନକୁ ବ୍ୟତିତ କରିବେ, ତେବେ ତାଙ୍କୁ ଜୀବନରେ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ ।

ମଲ୍ଟି ଟ୍ୟାଲେଂଟେଡ ହେବା

ଦୂର୍ଗାଙ୍କର ଆଠ ହାତ ଏହା ସଂକେତ ଦେଇଥାଏ କି ସମସ୍ତ ମହିଳାଙ୍କୁ ମଲ୍ଟିଟ୍ୟାଲେଂଟେଡ ହେବା ଦରକାର । ଯଦି ଆପଣ ନିଜ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ତେବେ ମଲ୍ଟିଟ୍ୟାଲେଂଟେଡ ହୁଅନ୍ତୁ ।

ଲକ୍ଷ ନିର୍ଦ୍ଧାରିତ କରନ୍ତୁ

ମାତା ଦୂର୍ଗା କେବେ ବି ବିନା ଲକ୍ଷରେ କୌଣସି କାମ କରନ୍ତି ନାହିଁ । ଏହିଭଳି ସମସ୍ତ ମହିଳାଙ୍କୁ କରିବା ଦରକାର । ନିଜ ଜୀବନର ଏକ ଲକ୍ଷ ନିର୍ଦ୍ଧାରିତ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଆତ୍ମବିଶ୍ଵାସ ବହୁତ ବଢିଯାଏ ।

ସବୁ ରୂପରେ ଲଢିବା

ମାତା ଦୂର୍ଗାଙ୍କର ଅନେକ ରୂପ ଅଛି । କିନ୍ତୁ ସେ ନିଜର ସବୁ ରୂପରେ ଢଳି ଯାଆନ୍ତି । ସେହିଭଳି ଗୋଟିଏ ସ୍ତ୍ରୀକୁ ସବୁ କ୍ଷେତ୍ରରେ ସମସ୍ତ ରୂପରେ ଢଳିବା ଉଚିତ । ଯେମିତି କି ଝିଅ, ବୋହୁ, ପତ୍ନୀ, ମା ଏବଂ ଜେଜେମା ଇତ୍ୟାଦି ରୂପରେ ନିଜକୁ ଢଳି ନିଜ ଶକ୍ତିକୁ ବଢାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।