ମାତା ପିତା ନିଜର କେତେ ସନ୍ତାନକୁ ଏକା ସହିତ ରଖି ଲାଳନ ପାଳନ କରଥାନ୍ତି କିନ୍ତୁ ଏତେ ଗୁଡିଏ ପିଲା ମିଶିକି ବି ନିଜର ମାତା ପିତାଙ୍କୁ ରଖି ପାରନ୍ତି ନାହିଁ । ଏହିଭଳି ୫ ଜଣ କଳିଯୁଗ ପୁଅ ବୟସ୍କ ବାପା ମାଙ୍କୁ ଝୋପଡିରେ ରହିବାକୁ ବାଧ୍ୟ କରି ଦେଇଛନ୍ତି । ତାଙ୍କର ମାତା ପିତା ଗତ ୧୫ ବର୍ଷ ହେବ ଝୋପଡିରେ ନିଜର ଜୀବନ ଜାପନ କରୁଛନ୍ତି ।
ପିତାଙ୍କର ନାମ ହିରାଲାଲ ସାହୁ ଏବଂ ସେ କହିଛନ୍ତି କି କିଣି ଥିବା ଜମି ଉପରେ ତାଙ୍କର ୫ ପୁଅ ସୁମରନ ଲାଲ, ହୁକୂମ ସାହୂ, ପ୍ରମୋଦ ସାହୂ, ଉମାଂଶକର ଏବଂ କୀର୍ତନ ସାହୂ ମିଶି ଘର ତିଆରି କରିଛନ୍ତି, ଏବଂ ବିକାଲଙ୍ଗ ମା ବୟସ୍କ ବାପାଙ୍କୁ ଘରୁ ବାହର କରିଦେଲେ । କିନ୍ତୁ ଏହି କେସ ସାହାର୍ଯ୍ୟରେ ହିରାଲାଲ ସାହୁ ଏମିତି ଏକ ପଦକ୍ଷେପ ନେଇଛନ୍ତି ଯାହା ସବୁ ମାତା ପିତା ଏବଂ ପିଲାମାନଙ୍କ ପାଇଁ ଏକ ବହୁତ ବଡ ଶିକ୍ଷା ଅଟେ ।
ବିକଳାଙ୍ଗ ମା ଏବଂ ବୟସ୍କ ବାପାଙ୍କୁ ପୁଅମାନେ କରିଦେଲେ ଘରୁ ବେଦଖଲ
୮୬ ବର୍ଷର ହିରାଲାଲ ନିଜର ପତ୍ନୀଙ୍କ ସହିତ ଗତ ୧୫ ବର୍ଷ ହେବ ଝୋପଡିରେ ରହୁଛନ୍ତି । ସେ କେତେ ଥର ନିଜର ପୁଅମାନଙ୍କୁ ନିବେଦନ କରିଛନ୍ତି କି ତାଙ୍କୁ ସେହି ଘରେ ରଖିବା ପାଇଁ କିନ୍ତୁ ପୁଅମାନେ ମାନିଲେ ନାହିଁ । ମାନିବା ତ ଛାଡ କେହି ତାଙ୍କ ସହିତ କଥା ବାର୍ତ୍ତା ବି କରିଲେ ନାହିଁ । ଏହା ପରେ ହିରାଲାଲ ନିଜର ପୁଅ ମାନଙ୍କ ବିରୁଦ୍ଧରେ ଚିଖଲୀ ଥାନାରେ ମାମଲା ଦର୍ଜ କରିଲେ ।
ପୁଲିସ ବରିଷ୍ଠ ନାଗରିକ ସୁରକ୍ଷା ଅଧିନିୟମ ୨୦୦୭ର ଧାରା ୨୪ ଅନ୍ତର୍ଗତ ୫ ଜଣ ପୁଅଙ୍କ ବିରୁଦ୍ଧରେ କାର୍ଯ୍ୟଅନୁଷ୍ଠାନ ଆରମ୍ଭ କରି ଦେଇଛିନ୍ତି । ହିରାଲାଲ ପ୍ରଥମେ ଶାସକୀୟ ପ୍ରେସର କର୍ମଚାରୀ ଥିଲେ । କାର୍ଯ୍ୟଅନୁଷ୍ଠାନ ହେବା ପରେ ବର୍ତ୍ତମାନ ହିରାଲାଲ ନିଜ ଜମି ଉପରେ ତିଆରି ଘରରେ ଜୀବନ ବିତାଇ ପାରିବେ ।
ପୁଲିସ ବର୍ତମାନ ତାଙ୍କର ଚାରି ପୁଅଙ୍କୁ ଗିରଫ୍ତାର କରି ନେଇଛନ୍ତି । ହିରାଲାଲଙ୍କର ଗୋଟିଏ ପୁଅ ଭୋପାଳରେ ରହୁଛନ୍ତି ଯାହା ଦ୍ଵାରା ପୁଲିସ ତାଙ୍କ ପାଖକୁ ପହଞ୍ଚି ପାରି ନାହାନ୍ତି । ସବୁଠୁ ମୁଖ୍ୟ କଥା ଏହା କି ଚାରି ପୁଅଙ୍କର ଜମାନତ ମିଳି ଯାଇଛି । ଜମାନତ ପରେ ଚାରି ପୁଅ ନିଜର ମାତାଙ୍କୁ ଘରକୁ ନେଇ ଯିବା ପାଇଁ ମାନିଛନ୍ତି ।
ହିରାଲାଲ କରିଲେ ବନ୍ୟା ପୀଡିତଙ୍କୁ ଦାନ
ଝୋପଡିରେ ରହୁଥିବା ହିରାଲାଲ ନିଜ ଜୀବନରେ ବହୁତ ଭଲ କାମ ବି କରିଛନ୍ତି । ତାଙ୍କର ସବୁଠୁ ବଡ ପରଉପକାର କାମ ହେଉଛି ସେ କେରଲରେ ବନ୍ୟା ପୀଡିତଙ୍କୁ ୭୦ ହଜାର ଟଙ୍କା ଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ମାଧ୍ୟମରେ ସେ ନିଜ ଚାକିରି ସମୟରେ ଯେତିକି ଟଙ୍କା ରଖିଥିଲେ ତାହାକୁ ସବୁ ଦାନ ଦେଇଦେଲେ । ହିରାଲାଲଙ୍କ ଠାରୁ ଆଜିକାଲି ଯୁବକମାନଙ୍କୁ ଏବଂ ବୟସ୍କ ମାତା ପିତାଙ୍କୁ କିଛି ଶିଖିବା ଦରକାର ।
ଏହି ଘଟଣା ଟିକୁ ନେଇ ଆପଣଙ୍କ ମୂଲ୍ୟବାନ ମତାମତ ଦୟାକରି କମେଣ୍ଟ ରେ କୁହନ୍ତୁ । ଯେମିତି ଆଉ କୌଣସି ପୁଅ ନିଜ ବାପା ମାଆଙ୍କ ସହ ଏମିତି ନକରୁ ସେଥିପାଇଁ ସମାଜରେ ସେଚେତନତା ଆଣିବା ପାଇଁ ଏହି ପୋଷ୍ଟ ଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।