ଲଭ ବହୁତ କଷ୍ଟ, ମା ମୋ ବିଷୟରେ ଜାଣିବା ପରେ ମୋତେ ଗୋଡରେ ଠିଆ କରି ବାଡେଇଥିଲେ ତଥାପି ମୁଁ ବାହା ହେଲି

ନମସ୍କାର ବନ୍ଧୁଗଣ । ଆଜିକାଲି ୟୂଟ୍ଯୂବ ରେ ଲୋକ ମାନେ ଅନେକ ପ୍ରକାରର ଋଲ୍ସ ଓ ଭିଡିଓ କରି ଚର୍ଚ୍ଚା ରେ ରହୁଛନ୍ତି । ଏମିତି ଅନେକ ଦମ୍ପତି ଅଛନ୍ତି ଯେଉଁ ମାନେ ନିଜର ସର୍ଟ ଭିଡିଓ ପାଇଁ ବେସ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଯୂଟ୍ଯୂବର ଙ୍କ ବିଷୟରେ କହିବାକୁ ଯାଉଛୁ ।

ଯିଏ ଆଜିକା ଡେଟରେ ବେଶ ଫ୍ୟାମାସ ହୋଇ ପାରିଛନ୍ତି । ସେହି ଯୂଟ୍ଯୂବର ଜଣକ ଏକ ସାକ୍ଷାତ୍କାର ରେ ଗଣମାଧ୍ୟମ ରେ ନିଜର ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ “ମୁଁ କଲେଜ ଗଲା ବେଳେ ମାମା ଗୋଟେ କି-ପ୍ୟାଡ ଫୋନ ଦେଇଥିଲା । ମୁଁ ସେଥିରେ ତାଙ୍କ ସହ କଣ୍ଟାକ୍ତ କରେ ।

ଘରକୁ ଆସିଲେ ଫୋନ ସ୍ଵିଚ ଅଫ କରି ଦିଏ । ସେ ମୋତେ କହିଥିଲେ ତୁ ବ୍ୟସ୍ତ ହଅନି କିଛି ଗୋଟେ କରିବା । ଯଦି ବାପା ରାଜା ହେଉ ନାହନ୍ତି ମୁଁ ତାଙ୍କ ଗୋଡ ତଳେ ପଡିବି ମୁଁ ତୁମକୁ ଖୁସିରେ ରଖିବାକୁ ଚେଷ୍ଟା କରିବି । ତା ପରେ ଆମେ କୋର୍ଟରେ ମ୍ୟାରେଜ କରିବାକୁ ସ୍ଥିର କରିଲୁ । ମୋତେ କିନ୍ତୁ ସାଟିସଫାଏ ଲାଗୁ ନ ଥିଲା କି ବାପା-ମା ଙ୍କୁ ଛାଡି ବାହା ହେବାକୁ ।

କାରଣ ମୋ ଖୁସି ଯାହା ସହ ଥିଲା ମୋ ବାପା-ମା ଜାଣି ପାରିଲେ ନାହିଁ । ମୁଁ ଯଦି ଘରକୁ ଯାଏ ତେବେ ବାପା-ମା ଆଉ ମୋତେ ଛାଡିବେ ନାହିଁ । ତା ପରେ ମୁଁ ସ୍ଥିର କରିଥିଲି ମୋ ସ୍ବାମୀଙ୍କ ସହ ରହିବାକୁ । ଲଭ କରିଲେ ବହୁତ କଷ୍ଟ ଉଁ ଶୁଣିଥିଲି କିନ୍ତୁ ମୁଁ ନିଜେ ଅନୁଭବ କରିଲି ଯେବେ ବାହା ହୋଇ ସାରିଲି ।

ଝାଡୁ ମୁଠା କଣ କଣ ସେଥିରେ ସବୁ ମୋର ହାତ ଫାଟି ଯାଇଥିଲା । ଗୋଟେ ଗୋଡ ରେ ଠିଆ ହୋଇ ମାଡ ଖାଇଛି । ମୋତେ ଜଣେ ଝିଅ କରି କନ୍ୟାଦାନ କରିଥିଲେ । ମୋ ବାହାଘର ରେ ମୋ ବାପା-ମା ଆସି ନ ଥିଲେ । ବର୍ତ୍ତମାନ କିନ୍ତୁ ସ୍ଥିତି ଭଲ ଅଛି । ଯାହା ହେଲେ ବି ବର୍ଷେ ଦୁଇ ବର୍ଷ ଲାଗିଗଲା ମୋ ବା-ମା ଙ୍କୁ ବୁଝିବା ପାଇଁ ।

ମୋ ଘର ଲୋକେ ଦେଖିଲେ ମୁଁ ଖୁସିରେ ଅଛି କିଛି ବି ଅସୁବିଧା ନାହିଁ । ଏହା ପରେ ସେମାନଙ୍କ ମନ ପରିବର୍ତ୍ତନ ହୋଇଗଲା । ଲଭ ଗୋଟେ ଗୋଟେ ଜାଗାରେ ସଫଳ ହୁଏ ଆଉ କେଉଁ ଥରେ ହୁଏ ନାହିଁ । ମୁଁ ସେହି ଦିନ କଥା ଭୁଲିବେ ନାହିଁ ଯେବେ ମାମା ସବୁ କଥା ଜାଣିପାରିଲା ।

ମୁଁ ବାଥରୁମ ରେ ତାଙ୍କ ସହ କଥା ହେଉଥିବା ସମୟରେ ମୋ ମାମା ଜାଣିପାରିଲା ଆଉ ମୋତେ ବହୁତ ବାଡେଇଲା । ମୋ ସ୍ଵାମୀ ମୋତେ କେଉଁ କଥାରେ ମନା କରନ୍ତି ନାହିଁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।