କ୍ଷୀର ସେବନ କରିବା ସମୟରେ 99 % ଲୋକ ଏପରି ଭୁଲ କରିଥାନ୍ତି, କ୍ଷୀର ପିୟନ୍ତୁ କିନ୍ତୁ ଏଭଳି ନୁହେଁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ଷୀର ହେଉଛି ଏକ ଏପରି ଖାଦ୍ୟ ଉପଯୋଗୀ ପାନୀୟ ପଦାର୍ଥ । ଯେଉଁଥିରେ କି ସମସ୍ତ ପ୍ରକାର ଭିଟାମିନ, ମିନେରାଲ୍ସ ଭଳି ପୋଷକ ତତ୍ଵ ମହଜୁଦ ପରିମାଣରେ ରହିଥାଏ । ତେଣୁ କ୍ଷୀର ପିଇବା ଶରୀର ପକ୍ଷେ ହିତକର ହୋଇଥାଏ । ହେଲେ ଅନେକ ଲୋକ ଏପରି ମଧ୍ୟ ରହିଛନ୍ତି । ଯେଉଁ ମାନେ କି କ୍ଷୀର ପିଇସାରିଲା ପରେ ତାଙ୍କର କିଛି ସାଇଡଫେକ୍ଟ ସମସ୍ଯା ଦେଖା ଯାଇଥାଏ । ଯେପରିକି ହଜମ ନହେବା, ବାନ୍ତି ଦେଖାଇବା ଆଦି ଭଳି ସମସ୍ଯା ଦେଖା ଦେଇଥାଏ ।

 

କ୍ଷୀର ସେବନ କରିବା ସମୟରେ ଏହି ୫ ଭୁଲକୁ ନଜର କରିବାକୁ ପଡିବ । ଯେପରି ଆପଣଙ୍କୁ କ୍ଷୀର ସେବନ କରିବାର ସଠିକ ସ୍ଵାସ୍ଥଗତ ଫାଇଦା ଶରୀରକୁ ମିଳିପାରିବ । ଅନେକ ଲୋକ କ୍ଷୀରରେ ଥଣ୍ଡା ବରଫ ପକାଇ ବା କ୍ଷୀରକୁ ଥଣ୍ଡା କରି ସେବନ କରିଥାନ୍ତି । ତେବେ ଏହା ଜାଣି ରଖିବା ଉଚିତ କି । କ୍ଷୀରକୁ ସର୍ବଦା ଗରମ କରି ବା ସାଧାରଣ ତାପମାତ୍ରାରେ ହିଁ ରଖି ସେବନ କରିବା ସ୍ଵାସ୍ଥ ପକ୍ଷେ ହିତକର ହୋଇଥାଏ ।

ଦିତୀୟରେ କ୍ଷୀର ସେବନ କରିବା କରିବା ସମୟରେ ସେଥିରେ ଅନ୍ୟ କୌଣସି ଫଳ ମିଶାଇ ସେବନ କରିବା ଉଚିତ ହୋଇନଥାଏ । ଏପରି କରୁଥିବା ଲୋକ ମାନଙ୍କର ପ୍ରାୟତଃ ସମୟରେ ଗ୍ଯାସ, ବଦହଯମୀ ଭଳି ପେଟ ସମସ୍ଯା ଦେଖା ଦେଇଥାଏ । ତେବେ ଯଦି କ୍ଷୀରରେ ଫଳ ମିଶାଇବା ଚାହୁଁଥାନ୍ତି । ତେବେ ସେଥିରେ କଦଳୀ କିମ୍ବା ଆମ୍ବ ମିଶାଇ ପାରିବେ ।

ଖାଇବାର ସଙ୍ଗେ ସଙ୍ଗେ କ୍ଷୀର ପିଇବା ଅନୁଚିତ । ତେବେ ଖାଇବାର ୨ ଘଣ୍ଟା ପୂର୍ବରୁ କିମ୍ବା ୨ ଘଣ୍ଟା ପରେ କ୍ଷୀର ସେବନ କରିବା ଉଚିତ । କ୍ଷୀର ସେବନ କରିବା ସମୟରେ ସେଥିରେ ଚିନୀ ମିଶାଇ ସେବନ କରିବା ଅନୁଚିତ । ବହୁତ ଲୋକ ଏପରି କିଛି ଭୁଲ କରି ଦେଇଥାନ୍ତି । ଏପରି କରିବା ଦ୍ଵାରା କ୍ଷୀର ପିଇବା ପରେ ଶରୀରରେ କ୍ୟାଲୋରୀର ମାତ୍ର ଅଧିକ ବଢିଯାଇଥାଏ । ତେଣୁ କ୍ଷୀରରେ କିଛି ଆଡ୍ ନକରିକି ହିଁ ସେବନ କରିବା ଉଚିତ ।

କ୍ଷୀର ସେବନ କରିବା ସମୟରେ କୌଣସି ପ୍ରକାର ଲୁଣୀ ଖାଦ୍ୟ ଯେପରି କୌଣସି ବିସ୍କୁଟ ଆଦି ଖାଦ୍ୟ ଖାଇବା ଅନୁଚିତ । କାରଣ କ୍ଷୀରର ବିପରୀତ ଖାଦ୍ୟ ହେଉଛି ଲୁଣୀ ଜାତୀୟ ଖାଦ୍ୟ  । ଯଦି ଉଭୟକୁ ଏକାଠି କରି ଖିଆ ଯାଇଥାଏ । ଏହାର ପ୍ରଭାବ ଶରୀରରେ ଖରାପ ହିଁ ପଡିଥାଏ ।

ତେଣୁ କ୍ଷୀର ପିଇବା ସମୟରେ ଉପରୋକ୍ତ ନିୟମ ମାନି ହିଁ କ୍ଷୀର ସେବନ କରିବା ଉଚିତ । ଯାହା ଦ୍ଵାରା କ୍ଷୀରରେ ଥିବା ସମସ୍ତ ପୋଷାକ ତତ୍ଵ ଶରୀରରେ ଠିକ ଭାବେ ଉପଯୋଗୀ ହୋଇପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ