ହନୁମାନଙ୍କର ଏହି ମନ୍ତ୍ରକୁ ଜପିବା ମାତ୍ରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବା ସହ ଧନସମ୍ପତ୍ତିରେ ଶୁଖି ସମ୍ପନ୍ନ ଜୀବନ କଟିବ । ଏହି ମନ୍ତ୍ର ଏତେ ଶକ୍ତିଶାଳୀ ହୋଇଥାଏ ଯେ ଏହି ମନ୍ତ୍ରର ପ୍ରଭାବରେ ଘରେ ବହୁତ ମଙ୍ଗଳ ହୋଇଥାଏ । ମଙ୍ଗଳବାର ଦିନଟି ହନୁମାନଙ୍କର ହୋଇଥାଏ । ହନୁମାନ ଭଗବାନ ଶିବଙ୍କର ଏକାଦଶ ଅବତାର ହୋଇଥାଆନ୍ତି । ହନୁମାନଙ୍କୁ କଳିଯୁଗରେ ସବୁଠାରୁ ସକ୍ରିୟ ଦେବତା ବୋଲି କୁହାଯାଇଥାଏ । ହନୁମାନ ଅନ୍ୟଦେଵତାଙ୍କ ଠାରୁ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି ।
କଳି ଯୁଗରେ ଯେଉଁଠାରେ ପ୍ରଭୁ ଶ୍ରୀ ରାମଙ୍କ ନାମ ନିଆଯାଏ ସେଠାରେ ପ୍ରଭୁ ହନୁମାନ ଶୀଘ୍ର ପହଞ୍ଚି ଯାଇଥାନ୍ତି । ମଙ୍ଗଳବାର ଦିନ ହନୁମାନ ଜନ୍ମ ହୋଇଥିଲେ, ତେଣୁ ମଙ୍ଗଳବାରକୁ ହନୁମାନଙ୍କ ବାର ବୋଲି କୁହାଯାଏ । ହନୁମାନଙ୍କ ସ୍ମରଣ ମାତ୍ରକେ ସଙ୍କଟ କଟିଯାଇଥାଏ । ସଂକଟକୁ ଦୁରେଇ ଦେବାପାଇଁ ଆପଣ ଏହି ମନ୍ତ୍ରକୁ ଜପ କରନ୍ତୁ । ସେହି ମନ୍ତ୍ରଟି ହେଲା:
” ସଂକଟ କଟେଇ ମିଟେଇ ସବ ପୀରା ।
ଜୋ ସୁମରେଇ ହନୁମତ ବଲବିରା ” । ।
ଏହି ମନ୍ତ୍ରକୁ ଜପିବା ଦ୍ୱାରା ଆପଣ ସବୁ ସଙ୍କଟରୁ ଉଦ୍ଧାର ପାଇବେ । ଏହି ମନ୍ତ୍ରକୁ ତିନି ଥର ଜପିବାଦ୍ୱାରା ଆପଣଙ୍କ ମନରେ ଏକ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ ।
ସୋଇଲାବେଳେ ଏହି ମନ୍ତ୍ରକୁ ଜପ କରି ସୋଇଲେ ରାତିରେ କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିବେନି ଓ ଆପଣ ମଧ୍ୟ ଶାନ୍ତିରେ ସୋଇବେ । ସେହି ଶୋଇବା ମନ୍ତ୍ରଟି ହେଲା:
” ଓଁ ନମଃ ହନୁମତେ, ରୁଦ୍ରଵତାରାୟ, ବିଷ୍ଣୁ ରୂପାୟ,
ଅମିତ ବିକ୍ରମାୟ, ପ୍ରକଟ ପରାକ୍ରମାୟ, ମହାବଳାୟ,
ସୂର୍ଯ୍ୟକୋଟି ସମପ୍ରଭାୟ, ରାମ ଦୂତାୟ ସ୍ୱାହା ” ।
ଏହି ମନ୍ତ୍ରକୁ ଶୋଇଲା ପୂର୍ବରୁ ସିଦ୍ଧଚିତ୍ତ ହୋଇ, ଭଲ ଭାବରେ ଗୋଡ଼ ହାତ ଧୋଇ, କାହାସହିତ କଳି ଝଗଡା ନକରି , ମନରେ କୌଣସି ଖରାପ ଭାବନା ନ ଆଣି ଏହି ମନ୍ତ୍ରକୁ ପ୍ରତ୍ୟକ ମଙ୍ଗଳବାର ରାତିରେ ତିନି ଥର ଜପ କରନ୍ତୁ । ଦେଖିବେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହ ଆପଣଙ୍କ ଜୀବନ ମଧ୍ୟ ସୁଖ ଶାନ୍ତିରେ କଟିବ ଓ ଆପଣଙ୍କ ଘର ଧନ ଧ୍ୟାନ୍ୟରେ ପୁରିଯିବ ।
ଆମର ଆଶା କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।