ପେଷାରେ ଚାହା ବିକାଳି କିନ୍ତୁ ପାଠ ପଢିଛନ୍ତି MA, ଏହି ଯୁବତୀଙ୍କ ସଂଘର୍ଷ କାହାଣୀ ଶୁଣିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video

ଶିକ୍ଷାଗତ ଯୋଗ୍ୟତା ଏମ.ଏ. ରେ ସ୍ନାତକୋତ୍ତର ହେଲେ ବୃତ୍ତିରେ ଜଣେ ଚାହା ବିକାଳି । ତେବେ ଆପଣଙ୍କ ମନରେ ବି ପ୍ରଶ୍ନ ଉଠିବା ସ୍ଵାଭାବିକ ଏମିତି କଣ ହେଲା ଯେ ଚାହା ବିକ୍ରି କରୁଛନ୍ତି ଯୁବତୀ । ଇଏ ହେଉଛନ୍ତି କୋଲକାତାର ଟୁକଟୁକି ଦାସ । ପିଲାବେଳୁ ବାପା ମା ଭାବିଥିଲେ ଝିଅ ତାଙ୍କର ପାଠ ପଢି ସରକାରୀ ଚାକିରି କରିବ । ପିତାମାତାଙ୍କ ସ୍ଵପ୍ନ ରାସ୍ତାରେ ଝିଅ ବି ଭଲ ପାଠ ପଢି ଇଂରାଜୀରେ ସ୍ନାତକୋତ୍ତର କଲା । ଏହାପରେ ଶିକ୍ଷକତା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଲେ ଟୁକଟୁକି କିନ୍ତୁ ବିଫଳ ହେଲେ ।

ସରକାରୀ ଚାକିରି ତ ଦୂର ବେସରକାରୀ ଚାକିରି ବି ମିଳିଲାନି । ଦିନ ମଜୁରିଆ ଭାବେ କାମ କରୁଥିବା ପିତାମାତାଙ୍କ ବୋଝକୁ ହାଲୁକା କରିବାକୁ ଅଣ୍ଟା ଭିଡିଲେ ଟୁକଟୁକି । ଥରେ ଏମବିଏ ଛାତ୍ରଙ୍କ ଟି ଷ୍ଟଲ ଷ୍ଟୋରି ପଢି ନିଜ ମନକୁ ବି ଦୃଢ କଲେ, ଆଉ ହାୱଡା ଷ୍ଟେସନରେ ଏକ ଚାହା ଷ୍ଟଲ ଖୋଲିଲେ । ଆଉ ତା’ ଆଗରେ ‘MA English Chaiwali’ ।

ପ୍ରଥମେ ଏଥିରେ ଘରଲୋକେ ରାଜି ନଥିଲେ ଆଉ ସାହି ପଡିଶା ମଧ୍ୟ ଟାହିଟାପରା କରୁଥିଲେ । ତଥାପି ସେସବୁକୁ ଖାତିର କରି ନଥିଲେ ଟୁକଟୁକି । ‘କର୍ମକୁ ନେଇ ଲାଜ ବା କଣ !’ କହି ପିତାମାତାଙ୍କୁ  ବୁଝାଉଥିଲେ । ଆଉ ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରିଥିଲେ । ଶେଷରେ ତାଙ୍କର ଧୈର୍ଯ୍ୟ ଆଉ ଆତ୍ମବିଶ୍ଵାସ ରଙ୍ଗ ଆଣିଲା । ଦୈବାତ ତାଙ୍କର ପ୍ରଥମ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ତାଙ୍କର ଲୋକପ୍ରିୟତା ବଢିବାକୁ ଲାଗିଲା ।

ଏହାପରେ ସେ ନିଜେ ଏକ ୟୁଟ୍ଯୁବ ଖୋଲିଲେ । ଏବେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଏହାପରେ ତାଙ୍କୁ ବାଃ ବାଃ କରୁଛନ୍ତି ଆଖପାଖ ଲୋକେ । ତେବେ ଖାଲି ଆଖପାଖ ଲୋକ ନୁହେଁ ବରଂ ଖୋଦ ମନ୍ତ୍ରୀ ମଧ୍ୟ ତାଙ୍କର ପ୍ରଶଂସା କରୁଛନ୍ତି । ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ଯୋତିପ୍ରିୟ ମଲିକ ତାଙ୍କ ସହ କଥା ହେବା ପରେ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଏହାପରେ ଟୁକଟୁକିଙ୍କ ବିବାହ ନେଇ ଆସିଥିଲା ଆଶଙ୍କା । ଚାହା ବିକୁଥିବାରୁ ତାଙ୍କୁ କିଏ ବିବାହ କରିବ ବୋଲି ଭାବୁଥିଲେ ବାପା ମା । ହେଲେ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କର ଲୋକପ୍ରିୟତା ବଢିବା ପରେ ତାଙ୍କ ପାଇଁ ଆସୁଛି ଏବେ ମାଳମାଳ ପ୍ରସ୍ତାବ ।

ଯୁବଗୋଷ୍ଠୀଙ୍କୁ ବାର୍ତ୍ତା ଦେବାକୁ ଯାଇ ଟୁକଟୁକି କୁହନ୍ତି, “ମଣିଷ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିବା ବଡ କଥା ନୁହେଁ, ତାକୁ ଦୃଢତାର ସହ ସାମନା କରିବା ହେଉଛି ସବୁଠୁ ବଡ କଥା । ଆତ୍ମବିଶ୍ଵାସ ଓ କଠିନ ପରିଶ୍ରମ କରି ଏହା ଉପରେ ବିଜୟ ଲାଭ କରିବା ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।