ବଦଳିଯିବ ରୋଷେଇ ଗ୍ୟାସ ବ୍ୟବହାର ନିୟମ, କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ ଦେଖନ୍ତୁ

ଗ୍ୟାସ ଗ୍ରାହକମାନଙ୍କ ପାଇଁ କିଛି ନୂଆ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଗ୍ୟାସ ଗ୍ରାହକମାନଙ୍କ ପାଇଁ ହୋଇଥିବା ଏହି ନୂଆ ନିୟମ ନଭେମ୍ବର ୧ରୁ ଜାରି ହେବ ଓ ଏହି ନିୟମର ସିଧା ପ୍ରଭାବ ସାଧାରଣ ଗ୍ରାହକମାନଙ୍କ ଉପରେ ପଡିବ । ଏମିତିରେ ଜାଣି ନିଅନ୍ତୁ କି କେଉଁ ସବୁ ନୂଆ ନିୟମ ଲାଗୁ କରାଯାଇଛି । ନଚେତ ଆପଣ ସମସ୍ୟାର ସାମ୍ନା କରି ପାରନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ନୂଆ ନିୟମ ଅନୁସାରେ ଏଲପିଜି ସିଲିଣ୍ଡର ଗ୍ୟାସର ମୂଲ୍ୟରେ ବହୁତ ପରିବର୍ତ୍ତନ କରାଯାଇଛି । ନଭେମ୍ବର ୧ ରୁ ଏଲପିଜି ଗ୍ୟାସର ହୋମ ଡେଲିଭେରୀ ନିୟମରେ ବି କିଛି ପରିବର୍ତ୍ତନ କରାଯିବ ।

ଓଟିପି ନ ଦେଲେ ମିଳିବ ନାହିଁ ଗ୍ୟାସ

ଅର୍ଥାତ ଗ୍ୟାସ ସିଲିଣ୍ଡର ବୁକ କରିବା ବେଳେ ଆପଣଙ୍କର ପଞ୍ଜୀକୃତ ମୋବାଇଲ ନମ୍ବର ଉପରେ ଏକ ଓଟିପି ଆସିବ ଓ ଏହି କୋର୍ଡକୁ ଆପଣ ଡେଲିଭେରୀ ଦେବାକୁ ଆସୁଥିବା ବ୍ୟକ୍ତିକୁ ଦେଲେ ହିଁ ସେ ଆପଣଙ୍କୁ ଗ୍ୟାସ ଦେବ । ନଚେତ ଆପଣଙ୍କୁ ଗ୍ୟାସ ମିଳିବ ନାହିଁ । ନୂଆ ସିଲିଣ୍ଡର ନିୟମ ଅନୁସାରେ ସବୁ ଗ୍ରାହକ ସେମାନଙ୍କର ନାଁ, ଠିକଣା ଓ ମୋବାଇଲ ନମ୍ବର ଅପଡେଟ କରିବାକୁ ବାଧ୍ୟ ଅଟନ୍ତି ।

ଯଦି କୌଣସି ଗ୍ରାହକର ଠିକଣା ଭୁଲ ଅଛି ତେବେ ତାହାର ଠିକଣାକୁ ଗ୍ୟାସ ଡେଲିଭେରୀ କରାଯିବ ନାହିଁ । ତେବେ କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହି ନିୟମ କେବଳ ଘରୋଇ ଗ୍ୟାସ ପାଇଁ ଲାଗୁ କରାଯାଇଛି । ବାଣିଜିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଗ୍ୟାସ ଗୁଡିକରେ ଏହି ନିୟମ ଲାଗୁ କରାଯିବ ନାହିଁ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଇଣ୍ଡିଆନ ଗ୍ୟାସ ବୁକିଙ୍ଗ ପାଇଁ ନୂଆ ନମ୍ବର ଜାରି କରାଯାଇଛି । ଏହି ନମ୍ବର ସାହାର୍ଯ୍ୟରେ ଆପଣ ଗ୍ୟାସ ବୁକିଙ୍ଗ କରି ପାରିବେ ।

ଏଲପିଜି ଗ୍ୟାସ ବୁକିଙ୍ଗ କରିବା ସମୟରେ ୭୭୧୮୯୫୫୫୫୫ ଏସଏମଏସ କରିବାକୁ ପଡିବ । ଯାହା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ ଓ ଏହି ଓଟିପି ଦେଲେ ହିଁ ଅପାନ ଗ୍ୟାସ ପାଇ ପାରିବେ । ଏହା ସହିତ କୁହାଯାଉଛି କି ନଭେମ୍ବର ୧ରୁ ଗ୍ୟାସର ମୂଲ୍ୟରେ ବି ପରିବର୍ତ୍ତନ ଆସିପାରେ ।

ଅକ୍ଟୋବର ମାସରେ ଗ୍ୟାସ ରେଟ ବଢିଥିଲା ଏମିତିରେ ନଭେମ୍ବର ମାସରେ ପୁଣି ଥରେ ଗ୍ୟାସ ରେଟ ବଢିବାର ସମ୍ଭାବନା ଅଛି । ଏମିତିରେ ଏହି କରୋନା କାଳ ମଧ୍ୟରେ ଯଦି ଗ୍ୟାସ ରେଟ ଏହିଭଳି ବଢିଚାଲେ ତେବେ ସାଧାରଣ ଲୋକମାନଙ୍କ ଉପରେ ଏହା ବହୁତ ଖରାପ ପ୍ରଭାବ ଦେଖିବାକୁ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।