ନଭେମ୍ବର ୩୦ ଯାଏଁ ଲକଡାଉନର ନୂଆ ଗାଇଡଲାଇନ ହେଲା ଜାରି, ଜାଣନ୍ତୁ କଣ ସବୁ ଖୋଲା ରହିବା ଓ କଣ ସବୁ ବନ୍ଦ

କହିବାକୁ ଗଲେ କରୋନା ମହାମାରୀର ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ଅନଲାକ – ୬.୦ ର ଗାଇଡଲାଇନ ଜାରି କରାଯାଇଛି । ଗୃହ ମନ୍ତ୍ରାଳୟ ତରଫରୁ ୩୦ ସେପ୍ଟେମ୍ବରରେ ଜାରି କରାଯାଇଥିବା ସମସ୍ତ ଗାଇଡଲାଇନ ନିୟମ ଆସନ୍ତା ମାସ ଅର୍ଥାତ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ରାଜ୍ୟରେ କିମ୍ବା ରାଜ୍ୟ ବାହାରେ ସାମଗ୍ରୀ ହେଉ କିମ୍ବା ଲୋକମାନଙ୍କର ଚଳପ୍ରଚଳ କୌଣସି ବି ଜିନିଷରେ କୌଣସି ବି ପ୍ରକାରର ପ୍ରତିବନ୍ଧକ ନାହିଁ ।

ସମସ୍ତେ ସବୁ ସ୍ଥାନକୁ ଓ ସବୁ କାର୍ଯ୍ୟ କରି ପାରିବେ । କୌଣସି ବି ପ୍ରକାରର କାର୍ଯ୍ୟ ପାଇଁ ଆପଣଙ୍କୁ କାହାର ବି ଅନୁମତି ନେବାକୁ ପଡିବ ନାହିଁ । କିନ୍ତୁ ମନ୍ତ୍ରାଳୟ ଏହା ବି କହିଛନ୍ତି କି ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନର ସମସ୍ତ ନିୟମ କଡାକାଡି ଭାବରେ ଜାରି ରହିବ ।

କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟର ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି କି ସିନେମା ଘରକୁ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ନିର୍ଦେଶନାମା ଉପରେ ଓ ସୁଇମିଂ ପୁଲରେ ପ୍ରତିବନ୍ଧକ ଓ ଖେଳାଳିମାନଙ୍କର ତାଲିମ ପାଇଁ ଓ ସମାବେଶ ଉପରେ ବିଚାର ବିମର୍ଶ କରାଯିବ । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ୩୦ ସେପ୍ଟେମ୍ବରରେ ଜାରି କରିଥିବା ସବୁ ନିୟମ ଆସନ୍ତା ମାସ ୩୦ ନଭେମ୍ବର ପର୍ଯ୍ୟନ୍ତ ସମାନ ରହିବ ।

କହିବାକୁ ଗଲେ ୩୦ ସେପ୍ଟେମ୍ବର ଦିନ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ଅନଲାକ ୫.୦ ନିର୍ଦେଶନାମା ଘୋଷଣା କରାଯାଇଥିଲା । ସେହି ସମସ୍ତ ନିର୍ଦେଶନାମା ଗୁଡିକ ୧ ଅକ୍ଟୋବରରୁ କାର୍ଯ୍ୟକାରୀ ହୋଇଥିଲା, ଯାହାକି ବର୍ତ୍ତମାନ ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏହି ନିର୍ଦେଶରେ ଏକ ନୂଆ ନିର୍ଦେଶକୁ ସାମିଲ କରାଯାଇଛି ଓ ସେ ହେଉଛି କି ଏହି ଅନଲାକରେ ବିଦ୍ୟାଳୟ ଓ କୋଚିଂ ପ୍ରତିଷ୍ଠାନ ଗୁଡିକ ଖୋଲି ପାରିବେ ।

କହିବାକୁ ଗଲେ ନୂଆ ଗାଇଡଲାଇନ ଅନୁସାରେ ବିଦ୍ୟାଳୟ ଗୁଡିକ ଅନ୍ଲାଇନ କ୍ଳାସ ଜାରି ରଖିବେ ଓ କୌଣସି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରିପାରିବେ ନାହିଁ । କେନ୍ଦ୍ର ସରକାର ଦେଶରେ ଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେଇ ଦେଇଛନ୍ତି । କିନ୍ତୁ ଶେଷ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛଡା ଯାଇଛି ।

ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦେଶନୁସାରେ, ରାଜ୍ୟ ତଥା କେନ୍ଦ୍ରଶାସିତ ଆଞ୍ଚଲ ସରକାରଙ୍କ ସହମତିରେ ହିଁ ଅନଲାକ ୬.୦ର ନିର୍ଦେଶନାମା ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶାଯାଇଛି । ଏହି ନିର୍ଦେଶ ଅନୁସାରେ ଅକ୍ଟୋବର ୧୫ ତାରିଖରୁ କଣ୍ଟେନମେଣ୍ଟ ଜୋନ ବାହାରେ ୧୦୦ରୁ ଅଧିକ ଲୋକମାନଙ୍କର ସଭାକୁ ଅନୁମତି ଦିଆଯାଇଛି । ଏହା ସହିତ କୁହାଯାଇଛି କି ଯେ କୌଣସି ବ୍ୟକ୍ତି ଯେ କୌଣସି ସ୍ଥାନକୁ ଯାଇ ପାରିବେ ଏଥିପାଇଁ ସେମାନଙ୍କୁ କାହାର ବି ନିଷ୍ପତି ନେବାକାଉ ପଡିବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।