Breaking News- ଏବେ ପୁରା ପୁରି ଶସ୍ତା ହେଇଗଲା ଏଲପିଜି ଗ୍ଯାସ ସିଲିଣ୍ଡର, ଜାଣନ୍ତୁ କେତେ ଟଙ୍କା କମିଲା ଦର

ବନ୍ଧୁଗଣ ଏଲପିଜି ଗ୍ରାହକ ମାନଙ୍କ ପାଇଁ ଏକ ବଡ ଆଶ୍ବସ୍ତିକର ଖବର ଆସି ପହଞ୍ଚିଛି । ଆଇଓସୀ ପକ୍ଷରୁ ୧୯ କିଲୋ କମରସିଆଲ ସିଲିଣ୍ଡର ଦର ହ୍ରାସ କରା ଯାଇଛି ।

ଗତ ମେ ମାସରେ ଏହି ସିଲିଣ୍ଡରର ଦର କମ କରା ଯାଇଥିଲା । ଅନ୍ୟ ପଟେ ଦେଖିବାକୁ ଗଲେ ୧୪.୨ ବିଶିଷ୍ଟ ଘରୋଇ ଗ୍ଯାସରେ କୌଣସି ନୂଆ ପରିବର୍ତ୍ତନ କରାଯାଇ ନାହି । ଆଇଓସିର ୱେବ ସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ୧୯ କିଲୋ ସିଲିଣ୍ଡରର ଦର ଜୁନ ୧ ତାରିଖ ଠାରୁ ୧୪୭୩ ଟଙ୍କା ୫୦ ପଇସା ନିର୍ଧାରିତ କରା ଯାଇଛି । ଏହା ପୂର୍ବରୁ ସିଲିଣ୍ଡର ଦର ଦର ୧୫୦୦ ଟଙ୍କା ୫୦ ପଇସା ରହିଥିଲା । ସିଧାସଳଖ ଭାବେ ଦେଖିବାକୁ ଗଲେ ସିଲିଣ୍ଡରର ଦରରେ ୧୨୨ ଟଙ୍କା କମ କରା ଯାଇଛି ।

ସରକାରୀ ପେଟ୍ରୋଲିୟମ କମ୍ପାନୀ ଗୁଡିକ ଗତ ମେ ମାସରେ ୧୯ କିଲୋ କମରସିଆଲ ସିଲିଣ୍ଡରର ଦରରେ ୪୫ ଟଙ୍କା ୫୦ ପଇସା କମ କରିଥିଲେ । ସେହି ସମୟରେ ସିଲିଣ୍ଡରର ଦର ୧୬୪୧ ଟଙ୍କାରୁ କମ ହୋଇ ୧୫୯୫ ଟଙ୍କା ୫୦ ପଇସା ହୋଇଥିଲା । ଗ୍ଯାସ ସିଲିଣ୍ଡରର ଦର ଅନେକ ସହର ମାନଙ୍କରେ ହ୍ରାସ କରା ଯାଇଛି । ଦିଲ୍ଲୀରେ ଗତ ମେ ମାସରେ ସିଲିଣ୍ଡରର ଦର ୧୫୯୫ ଟଙ୍କା ୫୦ ପଇସା ଥିବା ବେଳେ ବର୍ତ୍ତମାନ ୧୪୭୩ ଟଙ୍କା ୫୦ ପଇସା କରା ଯାଇଛି । ସେହିପରି ମୁମ୍ବାଇରେ ଏହାର ଦର ପୂର୍ବରୁ ୧୫୪୫ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାର ଦର ହ୍ରାସ ପାଇ ୧୪୪୨ ଟଙ୍କା ୫୦ ପଇସା ହୋଇଛି ।

କୋଲକାତାରେ ଗ୍ଯାସର ଦର ୧୬୬୭ ଟଙ୍କା ୫୦ ପଇସା ଥିବା ବେଳେ ବର୍ତ୍ତମାନ ଏହାର ଦର କମ କରାଯାଇ ୧୫୪୪ ଟଙ୍କା ୫୦ ପଇସା ହୋଇଛି । ସେହିପରି ଚେନ୍ନାଇରେ ପୂର୍ବରୁ ଗ୍ଯାସର ଦର ୧୭୨୫ ଟଙ୍କା ୫୦ ପଇସା ଥିବା ବେଳେ ବର୍ତ୍ତମାନ ଏହାର ଦର ହ୍ରାସ ହୋଇ ୧୬୦୩ ଟଙ୍କା କରା ଯାଇଛି । ଅନ୍ୟ ପଟେ ଦେଖିବାକୁ ଗଲେ ଦିଲ୍ଲୀରେ ଘରୋଇ ଜ୍ଞାର ଦର ବର୍ତ୍ତମାନ ୮୦୯ ଟଙ୍କା ରହିଛି ।

 

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସୂଚନା ହେଉଛି ୨୦୨୧ରେ ଘରୋଇ ଗ୍ଯାସର ଦର ଅନ୍ୟ ଗ୍ଯାସ ଅପେକ୍ଷା ଅଧିକ ମହଙ୍ଗା ହୋଇଛି । ଦିଲ୍ଲୀରେ ଗତ ଜାନୁଆରୀ ମାସରେ ଏଲପିଜି ସିଲିଣ୍ଡରର ଦର ୬୯୪ ଟଙ୍କା ରହିଥିଲା । ଏହା ପରେ ଫେବୃଆରି ମାସରେ ଏହାର ଦର ବଢାଯାଇ ୭୧୯ ଟଙ୍କା କରା ଯାଇଥିଲା । ପୁଣି ଠାରେ ଫେବୃଆରି ମାସ ୧୯ ତାରିଖରେ ଏହାର ଦର ବଦ୍ଧଯାଇ ୭୬୯ ଟଙ୍କା ଲାଗୁ କରା ଯାଇଥିଲା । ଏହା ପରେ ମାର୍ଚ୍ଚ ମାସରେ ଗ୍ଯାସ ଦର ୮୧୯ ଟଙ୍କାକୁ ବୃଦ୍ଧି କରା ଯାଇଥିଲା । ଦିନକୁ ଦିନ ଘରୋଇ ଗ୍ଯାସର ଦର ଅଧିକ ଯୋଗୁ ସାଧାରଣ ଜନତା ମାନଙ୍କ ପାଇଁ ବହୁତ ସମସ୍ଯା ସୃଷ୍ଟି ହେଉଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।