LPG ଗ୍ୟାସ ସିଲିଣ୍ଡର ଏବେ ମିଳୁଛି ମାତ୍ର 499 ଟଙ୍କାରେ, ଏହା ସହ ରହିଛି କିଛି ଏଭଳି ଅଫର, ଦେଖନ୍ତୁ Video

ପେଟ୍ରୋଲ ଡିଜେଲ ସହ ଦିନକୁ ଦିନ LPG ଗ୍ଯାସ ସିଲିଣ୍ଡରର ଦର ଦାମ ମଧ୍ୟ ବଢିବାକୁ ଲାଗିଛି । ଏନେଇ ସମସ୍ତେ ମୋଦିଙ୍କ ‘ଆଚ୍ଛେ ଦିନ’ ଡାକରାକୁ ପରିହାସ କରୁଛନ୍ତି । ୨୦୧୪ ମସିହାରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ବେଳେ ଲୋକଙ୍କୁ ‘ଆଚ୍ଛେ ଦିନ୍’ ର ପ୍ରତିଶୃତି ଦେଇଥିଲେ ଓ ଦ୍ଵିତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ହେବା ପରେ ମଧ୍ୟ ଏହି ଅଭିଯାନ ଜାରି ରଖିଛନ୍ତି । ତେବେ ଶାସନକାଳ ମଧ୍ୟରେ LPG ଗ୍ଯାସ ସିଲିଣ୍ଡରର ମୂଲ୍ୟ ୪୪୯/- ଟଙ୍କାରୁ ବୃଦ୍ଧି ପାଇ ଏବେ ୯୫୦/- ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଏହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ମାତ୍ର ୪୯୯/- ଟଙ୍କାରେ ଗ୍ଯାସ ସିଲିଣ୍ଡର ଲୋକଙ୍କୁ ବିତରଣ କରା ଯାଉଥିବାର ଦେଖିବାକୁ ମିଳିଛି । ତେବେ ଘଟଣାଟି ଉତ୍ତର ପ୍ରଦେଶର ବୋଲି ଜଣାପଡିଛି । ଏହାକୁ ଓ-ଟି-ଭି-ର ‘ନ୍ଯୁଜ-ଫ୍ୟୁଜ’ କାର୍ଯ୍ୟକ୍ରମରେ ପରିବେଷଣ କରିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ବିଭିନ୍ନ ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ମାତ୍ର ୪୯୯/- ଟଙ୍କାରେ ଏହି ଗ୍ଯାସ ସିଲିଣ୍ଡର ବିତରଣ କରାଯାଉ ଥିବାର ଭିଡିଓ ଭା-ଇ-ରା-ଲ ହେଉଛି ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କିଏ ଓ କଣ ପାଇଁ ଏତେ କମ ଦରରେ ଯୋଗାଇ ଦେଉଛି ଗ୍ଯାସ ସିଲିଣ୍ଡର ? ତେବେ ଆଗକୁ ବା ୨୦୨୨ ରେ ହେବାକୁ ଯାଉଛି ନିର୍ବାଚନ । ଆଉ ନିର୍ବାଚନ ପାଖେଇ ଆସିଲେ ସମସ୍ତ ରାଜନୈତିକ ଦଳ ବିଭିନ୍ନ ପ୍ରକାର କୂଟନୀତି ଯୋଜନା କରନ୍ତି ଓ ସେହି ସବୁ ଦ୍ଵାରା ଲୋକଙ୍କ ହୃଦୟ ଜିତି ଭୋଟ ହାସଲ କରିବାକୁ ପ୍ରୟାସ ଜାରି ରଖନ୍ତି । ତେବେ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ଭୋଟ ହାସଲ କରିବା ପାଇଁ ଏବେଠୁ ଆରମ୍ଭ କରି ଦେଇଛି ଅଭିନବ ଉପାୟ ।

ମୋଦି ସରକାରଙ୍କ ନେତୃତ୍ଵ ସମୟରେ ଲଗାତାର ଭାବେ LPG ଗ୍ଯାସ ସିଲିଣ୍ଡରର ଦରଦାମ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଜନତା । ଏହି ସୁଯୋଗର ଫାଇଦା ଉଠାଇ ସମାଜବାଦୀ ପାର୍ଟି ଲୋକଙ୍କୁ ୪୯୯/- ରେ ଗ୍ଯାସ ସିଲିଣ୍ଡର ଯୋଗାଇ ଦେଉଛି । ମା ମାଉସୀ ମାନେ ମଧ୍ୟ ଟଙ୍କା ଦେଇ ଖୁସି ଖୁସିରେ ନେଇ ଯାଉଛନ୍ତି ସିଲିଣ୍ଡର । ଶସ୍ତା ଜିନିଷ ବି କାହାକୁ ପସନ୍ଦ ନୁହେଁ ! ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।