ଶସ୍ତା ହେଲା LPG ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କଣ ରହିଛି ବର୍ତ୍ତମାନର ଦାମ

LPG ସିଲିଣ୍ଡର ଦାମ ସେପ୍ଟେମ୍ବର ୨୦୨୦, କୁହା ଯାଉଥିଲା କି ଏଥର ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହେବ କିନ୍ତୁ ସରକାର ଏହି ମାମଲାରେ ଲୋକଙ୍କୁ ଉପକୃତ କରିଛି । ଏଥର ଗ୍ୟାସ ସବସିଡି ଲୋକ ରୋସେଇ ଗ୍ୟାସ ସିଲିଣ୍ଡର ୧୪.୨ କିଗ୍ରା ଦରରେ ବୃଦ୍ଧି ହୋଇନାହିଁ ବରଂ କିଛି ସହରରେ ଏହାର ଦର କମିଯାଇଛି । ଶସ୍ତା ହେଲା ୧୯ କିଲୋ ର ସିଲିଣ୍ଡର, ଆଇଓସିଏଲ ର ୱେବସାଇଟ ଅନୁସାରେ ଚେନ୍ନାଇ ରେ ୧୯ କିଲୋ ସିଲିଣ୍ଡର ର ଦାମ ୧୨୫୦ ଟଙ୍କା ହୋଇଯାଇଛି ।

ଗତ ମାସ ଏହାର ଦାମ ୧୨୫୩ ଟଙ୍କା ଥିଲା । କିନ୍ତୁ ଏବେ ଏଥିରେ ୩ ଟଙ୍କା କମ କରାଯାଇଛି ।

ଜୁଲାଇ ମାସରେ ଏହି ସିଲିଣ୍ଡର ପାଇଁ ୧୨୫୫ ଟଙ୍କା ଦେଉଥିଲେ । ଦିଲ୍ଲୀ ରେ ଏବେ ଲୋକଙ୍କୁ ଏହି ସିଲିଣ୍ଡର ପାଇଁ ୧୧୩୩.୫୦ ଟଙ୍କା ଦେବାକୁ ହେବ । ଆଗରୁ ଦିଲ୍ଲୀ ରେ ଏହାର ଦାମ ୧୧୩୫.୫୦ ଟଙ୍କା ଥିଲା କିନ୍ତୁ ଏବେ ଦିଲ୍ଲୀ ବାସି ମାନଙ୍କୁ ୨ ଟଙ୍କା କମ ପଡିବ । କଲିକତାରେ ମଧ୍ୟ ଏହାର ଦରରେ ୨ ତାଙ୍କ କମ କରାଯାଇଛି । ମୁମ୍ବାଇରେ ମଧ୍ୟ ଏହାର ଦର ୨ ଟଙ୍କା କମ କରାଯାଇଛି । ଆଗରୁ ୧୦୯୨ ଥିଲା କିନ୍ତୁ ଏବେ ୧୦୮୯ ଅଛି ।

ବିନା ସବସିଡି ସିଲିଣ୍ଡର ଭୁବନେଶ୍ବର, ଚେନ୍ନାଇ ଏବଂ ମୁମ୍ବାଇ ରେ ଶସ୍ତା:- ବିନା ସବସିଡି ସିଲିଣ୍ଡର ୧୪.୨ କିଲୋ ର ଦର ଭୁବନେଶ୍ବର, ଚେନ୍ନାଇ ଏବଂ ମୁମ୍ବାଇ ରେ କମ ରହିଛି । ଭୁବନେଶ୍ବରରେ ଏହାର ଦାମ ୬୨୦.୫୦ ଟଙ୍କା ହୋଇଯାଇଛି ଯେବେ କି ଆଗରୁ ୬୨୧.୫୦ ଟଙ୍କା ଥିଲା, ୧ ଟଙ୍କା କମିଛି । କୋଲକାତାରେ ଏହାର ଦାମ ୬୨୦.୫୦ ଟଙ୍କା ହୋଇଯାଇଛି ଯେବେ କି ଆଗରୁ ୬୨୧ ଟଙ୍କା ଥିଲା । ୫୦ ପଇସା କମିଛି । ଚେନ୍ନାଇରେ ମଧ୍ୟ ସିଲିଣ୍ଡର ରେ ୫୦ ପଇସା କମ କରାଯାଇଛି ।

ଆଗରୁ ୬୧୦.୫୦ ଟଙ୍କା ଥିଲା ଆଊ ଏବେ ୬୧୦ ଟଙ୍କା ରହିଛି । ଦିଲ୍ଲୀ ଆଊ ମୁମ୍ବାଇରେ ଗ୍ୟାସ ସିଲିଣ୍ଡର ର ଦର ନକମିବାର ଖବର ମିଳିଛି । ଦିଲ୍ଲୀ ଏବଂ ମୁମ୍ବାଇରେ ଏହାର ଦର ୫୯୪ ଟଙ୍କା ରହିଛି ଏବଂ ଗତ ୨ ମାସରୁ ଦର କମିନାହିଁ କି ବଢ଼ି ମଧ୍ୟ ନାହିଁ ।

ଏହା ଥିଲା ଆଜିକା ତାରିଖରେ ଗ୍ୟାସ ସିଲିଣ୍ଡର ର ଦାମ । ଏହାକୁ ନେଇ ଆପଣଙ୍କ ମତାମତ କମ୍ମେନ୍ଟ ରେ ଜାଣନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।