ଦେଖନ୍ତୁ ଭିଡିଓ: ଲଣ୍ଡନରୁ ଭାଇରାଲ ହେଲା ଦୀପିକାଙ୍କ ପ୍ରେଗନେଂସୀ ଖବର, ବେବୀ ବଂପ ଲୁଚାଇବାର ନଜର ଆସିଲେ

ବଲୀଉଡର ମୋଷ୍ଟ ପପୁଲାର କପଲ ଦୀପିକା ଓ ରଣବୀର ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଥିବାର ନଜର ଆସିଲେ, ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଫଟୋ ଓ ଭିଡିଓକୁ ଦେଖି ପୁଣି ଥରେ ଦୀପିକାଙ୍କର ପ୍ରେଗନେଂସୀକୁ ନେଇ ଚର୍ଚା ଚାଲିଛି । ଫଟୋ ଦେଖି ଦୀପିକାଙ୍କର ଗର୍ଭବତୀ ହେବାର ଅନ୍ଦାଜା ଲଗାଯାଉଛି ଓ ଭିନ୍ନ ଭିନ୍ନ ପ୍ରକାରର କଥା ବି ଶୁଣିବାକୁ ମିଳୁଛି ।

କହିବାକୁ ଏଥର ଦୀପିକା ପାଦୁକୋନଙ୍କର ଡ୍ରେସ କାରଣରୁ ତାଙ୍କର ପ୍ରେଗନେଂସୀ ଖବର ଭାଇରାଲ ହେଉଛି ।

ବେବୀ ବଂପ ଲୁଚାଉଛନ୍ତି ଦୀପିକା ପାଦୁକୋନ

ଭାଇରାଲ ହୋଇଥିବା ଭିଡିଓରେ ଦୀପିକା ପାଦୁକୋନ ଓ ସ୍ଵାମୀ ରଣବୀର ସିଂହ ବହୁତ ଖୁସି ନଜର ଆସୁଛନ୍ତି । କିନ୍ତୁ ତାଙ୍କର ଡ୍ରେସକୁ ନେଇ ବିଭିନ୍ନ ଅନ୍ଦାଜା ଲଗାଯାଉଛି । କହିବାକୁ ଗଲେ ଦୀପିକା ପାଦୁକୋନ ଏହି ଭିଡିଓରେ ଶୁଆ କଲର ର ଏକ ଡ୍ରେସ ପିନ୍ଧିଛନ୍ତି, ଯାହାକି ବହୁତ ଢିଲା ଡ୍ରେସ ଅଟେ । ଯାହାକୁ ଦେଖି ଲୋକମାନଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି । କୁହାଯାଉଛି କି ଦୀପିକା ପାଦୁକୋନ ନିଜର ବେବି ବଂପକୁ ଲୁଚାଇବା ପାଇଁ ଏହିଭଳି ଡ୍ରେସ ପିନ୍ଧିଥିଲେ ।

ତେବେ କଣ ସତରେ ଗର୍ଭବତୀ ଅଛନ୍ତି ଦୀପିକା ପାଦୁକୋନ ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦେଖି ଫ୍ୟାନମାନେ ପ୍ରେଗନେଂସୀକୁ ନେଇ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଛନ୍ତି । କହିବାକୁ ଗଲେ ଦୀପିକା ରଣବୀରଙ୍କ ସହିତ ଲଣ୍ଡନରେ ବୁଲିବା ସହିତ ନିଜର ଫିଲ୍ମ ଶୁଟିଙ୍ଗ ପାଇଁ ବି ଯାଇଥିଲେ । ଫିଲ୍ମରେ ବହୁତ ଏମିତି କାମ ହୋଇଥାଏ, ଯାହାକି ଏକ ଗର୍ଭବତୀ ମହିଳା ପାଇଁ ହାନିକାରକ ହୋଇଥାଏ । ଏହି ସବୁକୁ ଧ୍ୟାନର ସହ ଦେଖିଲେ ଜଣା ପଡୁଛି ଏହା ସବୁ ଉଡା ଖବର ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।