Odisha Train Mishap: ଲୋମ ଟାଙ୍କୁରି ଉଠୁଛି ଲୋକୋ ପାଇଲଟଙ୍କ ବୟାନ ଶୁଣି ! କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବାହାନଗା ରେ ଘଟିଥିବା ଟ୍ରେନ ଦୁର୍ଘଟଣା ପଛରେ ରହିଛି କାହାର ହାତ ? କାହାର ଭୁଲ କାରଣରୁ ଚାଲିଗଲା ଶହ ସହ ଜୀବନ ? କାହାର ଦାୟିତ୍ଵ ହୀନତା କାରଣରୁ ଛାରଖାର ହୋଇଗଲା ଅନେକ ପରିବାର ? ଆଉ ଏମିତି କିଛି ପ୍ରଶ୍ନ ଘରେର ନିଜର ବୟାନ ଦେଇଛନ୍ତି କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟ ।

ସେମାନେ ହେଉଛନ୍ତି ଗୁଣନିଧି ମହାନ୍ତି ଓ ହରଜରି । ତଦନ୍ତକାରୀ ଟିମ ପକ୍ଷରୁ ପ୍ରଥମେ ଅବସ୍ଥା ସୁଧାରିବା ପରେ ମୁଖ୍ୟ ଲୋକୋ ପାଇଲଟ ଗୁଣନିଧିଙ୍କର ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । ଗୁଣନିଧି ଙ୍କ ବୟାନ ଅନୁଯାୟୀ କରମଣ୍ଡଳ ଟ୍ରେନରେ ନା ଥିଲା ଓଭର ସ୍ପିଡିଙ୍ଗ ବା ନା ଥିଲା ରେଡ ସିଗନାଲ ।

ଗ୍ରୀନ ସିଗନାଲ ଥିବାରୁ ନିର୍ଧାରିତ ଗତିରେ ଟ୍ରେନ ଯାଉଥିଲା । ଏହା ପଛରେ ଆମର କୌଣସି ଭୁଲ ନ ଥିଲା ବୋଲି କହିଛନ୍ତି ଗୁଣନିଧି । ରେଡ ସିଗନାଲ ଥିଲେ ହୁଏ ତ ଟ୍ରେନଟି ଅଟକି ଯାଇଥାନ୍ତା କିନ୍ତୁ ଏମିତି କିଛି ସିଗନାଲ ଦିଆଯାଇ ନ ଥିଲା । ସ୍ପିଡ ମଧ୍ୟ ଅଧିକା ନ ଥିଲା । କରମଣ୍ଡଳ ଟ୍ରେନର ଘଣ୍ଟା ପ୍ରତି ବେଗ ଥିଲା 130 କିମି ।

କିନ୍ତୁ ସେଦିନ କରମଣ୍ଡଳ 128 କିମି ବେଗରେ ଗତି କରୁଥିଲା । ଆଉ ବାହାନଗା ଷ୍ଟେସନ ରୁ ମାତ୍ର କିଛି ଦୂରରେ କରମଣ୍ଡଳ ଟ୍ରେନ ଗ୍ରୀନ ସିଗନାଲ ଥିବା ଲାଇନ ରୁ ଠିଆ ହୋଇଥିବା ମାଲବାହୀ ଟ୍ରେନ ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏମିତି କିଛି ବୟାନ ଗୁଣନିଧି ଦେଇଥିବା କଥା ରେଲୱେ ବୋର୍ଡ ସଦସ୍ୟ ଜୟଦେବ ସିହ୍ନା କହିଛନ୍ତି ।

ତେବେ ଏତେ ବଡ ଦୁର୍ଘଟଣା ରୁ କେମିତି ବର୍ତ୍ତୀ ଥିଲେ ଗୁଣନିଧି ଓ ତାଙ୍କ ସାଥି । ମାଲଗାଡି ସହ ଧକ୍କା ଖାଇ ଉପରେ ପଡିଥିଲା କରମଣ୍ଡଳ ର ଇଞ୍ଜିନ । ସେହି ଇଞ୍ଜିନ ଏ ବସି ଦୁଇ ଲୋକୋ ପାଇଲଟ ଲକ୍ଷ୍ୟ ସ୍ଥଳକୁ ଯାଉଥିଲେ । ଆଉ ଦୁର୍ଭାଗ୍ୟ ବଶତଃ ଆକସ୍ମିକ ଦୁର୍ଘଟଣା ଘଟିଲା ।

ଆଉ ମାଲଗାଡି ର ବଗି ଉପରେ ଚଢି ଯାଇଥିଲା ଇଞ୍ଜିନ । ଯେଉଁ ଇଞ୍ଜିନ ଭିତରେ ରହି ଯାଇଥିଲେ ଲୋକୋ ପାଇଲଟ ଗୁଣନିଧି ଓ ଆସିଷ୍ଟାନ୍ତ ଲୋକୋ ପାଇଲଟ ହରଜରି । ଗୁଣନିଧି ଙ୍କୁ ରକ୍ତ ରଞ୍ଜିତ ଅବସ୍ଥାରେ ଉଧାର କରା ଯାଇଥିଲା । ବର୍ତ୍ତମାନ ଦୁହେଁ ଭୁବନେଶ୍ଵର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି ।

ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି । କରମଣ୍ଡଳ ଏକ୍ସପ୍ରେସ ର ଲୋକୋ ପାଇଲଟ ନୁହନ୍ତି ବରଂ ମାଲବାହୀ ଟ୍ରେନ ର ଗାର୍ଡ ମଧ୍ୟ ସୁରକ୍ଷିତ ଥିବା ଜଣା ପଡିଛି । ତାଙ୍କର ମଧ୍ୟ ପ୍ରାଥମିକ ବୟାନ ରେକର୍ଡ କରା ଯାଇଥିବା ରେଲୱେ କହିଛି । ତେବେ ସିବିଆଇ ତଦନ୍ତ ଆରମ୍ଭ କରିଲେ ଏମାନଙ୍କୁ ପୁଣି ଥରେ ପଚରା ଉଚରା କରାଯିବ ଆଉ ସତ ବାହାର କରିବାକୁ ଉଦ୍ୟମ କରା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।