4 ଦିନ ପରେ ଚାଲିଲା Coromandel ଏକ୍ସପ୍ରେସ, ଯାହାକୁ ଦେଖି ଯାତ୍ରୀ ହେଉଛନ୍ତି….

ସେଦିନ ଶୁକ୍ରବାର କାଳ ସାଜି ଥିବା କରମଣ୍ଡଳ ପୁଣି ଥରେ ଟ୍ରାକ ରେ ଚାଲିବା ଆରମ୍ଭ କରିଛି । ଅଣ ଦର୍ଶକ ବନ୍ଧୁ ପୁଣି ଥରେ କରମଣ୍ଡଲ ଟ୍ରେନ ଟ୍ରାକ ରେ ଦୌଡିଛି । ବାହାନଗା ଟ୍ରେନ ଦୁର୍ଘଟଣା ର 4 ଦିନ ପରେ ଗତ କାଲି ଟ୍ରାକ ରେ ଗଡିଛି କରମଣ୍ଡଳ ସୁପର ଫାଷ୍ଟ ଏକ୍ସପ୍ରେସ । କିନ୍ତୁ କରମଣ୍ଡଳ ସୁପର ଫାଷ୍ଟ ଏକ୍ସପ୍ରେସ ରେ ଲୋକେ ଏବେ ଯିବାକୁ ଭୟ କରୁଛନ୍ତି ।

ଗତ କାଲି ମଧ୍ୟାହ୍ନ 12ଟା 5 ରେ ବାହାନଗା ଦେଇ କୋଲକାତା ସାଲିମାର ଅଭିମୁଖେ ଯାଇଥିଲା ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ କରମଣ୍ଡଲ ଏକ୍ସପ୍ରେସ । ଏହି କରମଣ୍ଡଳ ସୁପର ଫାଷ୍ଟ ଏକ୍ସପ୍ରେସ ଯେବେ ଟ୍ରାକ ରେ ଚାଲିଲା ଠିକ ସେତିକି ବେଳେ ସମସ୍ତେ ଭୟଭୀତ ହୋଇ ଉଠିଲେ ।

ଆଉ ଟ୍ରେନ ରେ ଚଢିବାକୁ କେହି ଏକ ଅଦୃଶ୍ୟ ଶକ୍ତି କେଉଁ ଏକ ଅଦୃଶ୍ୟ ଭୟ ମନକୁ ବିଚଳିତ କରୁଥିଲା । ଏଠାରେ କହିବାକୁ ଚାହିଁବୁ ଜୁନ 2 ଶୁକ୍ରବାର ସନ୍ଧ୍ୟା ରେ କୋଲକାତା ରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ଷ୍ଟେସନ ପାଖ ରେ ଅଫ ଲାଇନରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ ।

ଶହ ସହ ଲୋକଙ୍କର ମୃତ୍ୟୁ ହୋଇଥିଲା ଆଉ ହଜାର ହଜାର ଲୋକ ଆହତ ହୋଇଥିଲେ । ଆଉ ସେବେ ଠାରୁ ଏହି ରୁଟ ରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ସେପଟେ ଟାଉନ ଲାଇନରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳ କୁ ଆନ୍ଧ୍ର ପ୍ରଦେଶ ବିଜୟୱାଡା ରେ 3 ଦିନ ଅଟକାଇ ଦିଆ ଯାଇଥିଲା ।

ସ୍ଥିତି ସ୍ବାଭାବିକ ହେବା ପରେ ଗତ କାଲି ଏହି ଟ୍ରେନ କୋଲକାତା କୁ ଯାଇଛି । ବାହାନଗା ଷ୍ଟେସନ ଅତିକ୍ରମ କରିବା ବେଳେ ଯାତ୍ରୀ ମାନେ ଆଜି ଦୁର୍ଘଟଣା ଗ୍ରସ୍ତ ଟ୍ରେନ କୁ ଦେଖି ଭାବ ବିହ୍ଵଳ ହୋଇ ଉଠିଲେ । ଆଉ ସବୁଠାରୁ ବଡ କଥା ହେଉଛି କରମଣ୍ଡଳ ନାଁ ଶୁଣିଲେ ସମସ୍ତେ ଭୟ କରୁଛନ୍ତି ।

ତେବେ ଏହି ଟ୍ରେନ କୁ ଦେଖିବା ପରେ ଲୋକ ମାନେ ସେଦିନ ର କାଳ ରାତି କଥା ମନେ ପକାଇ ଭୟଭୀତ ହୋଇ ପଡ଼ୁଛନ୍ତି । ସେଦିନର କାଳ ରାତି କିଛି ଏମିତି ଥିଲା 3ଟି ଟ୍ରେନ ମୁହାଁ ମୁହିଁ ହେବା କାରଣରୁ ବଡ ଦୁର୍ଘଟଣା ଘଟିଥିଲା । ଯାହା ପାଇଁ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।