ବାପା-ମା ଙ୍କୁ ହରାଇ ଏବେ ଅନାଥ ହୋଇଗଲେ ଭାଇ ଭଉଣୀ 3 ଜଣ! ଏମାନନକ କଥା ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

କଣ କହି ଏ ପିଲାଙ୍କୁ ସାନ୍ତ୍ଵନା ଦେବା । ପାଟି କୁ ଭାତ ଯାଉନି । ଆଖିରେ ଲୁହ ସୁଖୁ ନାହିଁ । ବାହୁନି ବାହୁନି କାନ୍ଦୁଛନ୍ତି ଏ ଛୋଟ ଛୋଟ ପିଲା ମାନେ । ଏମାନଙ୍କର ମା ଆରପାରି କୁ ଚାଲି ଯାଇଛି । ବାପାଙ୍କ ଯିବାର ବର୍ଷକ ପରେ ମା ବି ଆରପାରି କୁ ଚାଲିଗଲା । ହଁ ଦର୍ଶକ ବନ୍ଧୁ ବାପା-ମା ଛେଉଣ୍ଡ ଏ ପିଲା ମାନେ ଏବେ କରିବେ କଣ ?

ଯେଉଁ ମା ସେମାନଙ୍କୁ ରୋଷେଇ କରି ଖାଇବାକୁ ଦିଏ ଆଜି ସେଝି ମା ର କଂସା ଭାତ ରାନ୍ଧୁ ଛନ୍ତି ଏହି ଦୁଇ ଭଉଣୀ । ମା କୁ ମୁଖାଗ୍ନି ଦେଇଛି କୁନି ଭାଇ । ଭାଇ ଭଉଣୀ ଙ୍କୁ ଖାଇବାକୁ ଦେଇ ବଡ ଭଉଣୀ ବି କାନ୍ଦୁଛି । ନା ପେଟକୁ ଦାନ ଯାଉଛି ନା ଆଖି ରୁ ଲୁହ ସୁଖୁଚୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନପାଟି ବ୍ଲକ ଓସ୍ତପାଳ ପଞ୍ଚାୟତ ଓସ୍ତପାଳ ଗାଁ ରେ ।

ଗାଁ ର ପ୍ରମୋଦ ନାଥ ଓ ସୁଜାତା ନାଥ ଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ କୁ ନେଇ ହସ ଖୁସି ରେ ଚାଲିଥିଲା ସୁଖର ସଂସାର । ବାପା ପେଷାରେ ଜଣେ ଡ୍ରାଇଭର ଥିଲେ । ସେ ଏକା ପରିବାରର ରୋଜଗାରିଆ ଥିଲେ । ଅଟା ବର୍ଷ ସଡକ ଦୁର୍ଘଟଣା ରେ ବାପା ଙ୍କର ଗତ ବର୍ଷ ମେ ମାସରେ ପରଲୋକ ହେଲା ।

ଶେଷରେ ସ୍ଵାମୀ ଙ୍କୁ ଝୁରି ଝୁରି ମା ସୁଜାତା ବି ଜୁନ 1 ରେ ଆଖି ବୁଜି ଦେଲେ । ଏବେ 3ଟି ପିଲା ଅସହାୟ ଆଉ ଅନାଥ । ଏବେ ବଡ ଭଉଣୀ ଇତିଶ୍ରୀ ସାନ ଭାଇ ଭଉଣୀ ପାଇଁ ବାପା-ମା ସବୁ କିଛି ସାଜିଛି । ସାହି ପଡିଶା ଙ୍କ ହାତ ଟେକାରେ ଏମାନଙ୍କର ପେଟ ପୁରୁଛି ।

ଆଗକୁ ସେମାନେ କେମିତି ପାଠ ପଢିବେ କେମିତି ରହିବେ ଏ କଥା ଚିନ୍ତା କରି ଭାଙ୍ଗି ପଡିଲେଣି ବଡ ଭଉଣୀ ଇତିଶ୍ରୀ ଓ ସାନ ଭଉଣୀ ସ୍ମୃତିରେଖା । କିଛି ଦିନ ପୂର୍ବରୁ ହାତ ଅପରେସନ ହୋଇ ସୁସ୍ଥ ହୋଇ ଫେରିଛନ୍ତି ସାନ ଭଉଣୀ । ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ରେ 74% ମାର୍କ ରଖି ପାସ କରିଥିଲେ ।

ବଡ ଭଉଣୀ ଆସନ୍ତା ବର୍ଷ ଯୁକ୍ତ 2 ପରୀକ୍ଷା ଦେବେ । ଆଉ ସାନ ଭାଇ ସତ୍ୟଜିତ ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଡୁଛି । ଏମାନଙ୍କର ପାଠ ପଢିବାକୁ ଇଚ୍ଛା ଥିଲେ ବି ଗରିବୀ ପାଚେରି ପରି ଛିଡା ହୋଇଛି । ଏ ଘଟଣା ସମ୍ପର୍କ ରେ ବିଡିଓ ଙ୍କୁ ଅବଗତ କରାଇବା ପରେ ପିଲା ମାନଙ୍କୁ ସୁବିଧା ଯୋଗାଇ ଦେବାକୁ ସେ ପ୍ରତିସ୍ରୁତି ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।