300 ମିଟର ତଳ ବୋରୱେଲ ରେ ଫସିଲା 3 ବର୍ଷର କୁନି ଝିଅ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଆଜିକାଲି ବୋରୱେଲ ରେ ଫସିବାର ଅନେକ ପ୍ରକାରର ଘଟଣା ସାମ୍ନା କୁ ଆସୁଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି । ତେବେ ବୋରୱେଲ ପ୍ରାୟତଃ ଅନେକ ସ୍ଥାନରେ ଖୋଲା ଥିବାରୁ କୁନି କୁନି ପିଲା ମାନେ ସେଥିରେ ଫସି ଯାଉଛନ୍ତି । ଆଉ ତାଙ୍କୁ ଉଧାର କରିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ଚେଷ୍ଟା କରା ଯାଉଛି ।

କିଛି କ୍ଷେତ୍ରରେ ପିଲା ମାନଙ୍କୁ ଉଧାର କରା ଯାଉଥିବା ବେଳେ ଆଉ କିଛି କ୍ଷେତ୍ରରେ ପିଲା ମାନଙ୍କୁ ଉଧାର କରିବାରେ ବିଳମ୍ବ ହେଉଛି । ଯାହା କାରଣରୁ ଅନେକ ସମସ୍ଯା ସୃଷ୍ଟି ହେଉଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଆଉ ଏକ ଘଟଣା ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ତେବେ ଆସନ୍ତୁ ଆଉ ଡେରି ନ କରି ଆସିବା ପୁରା ଖବର ବିଷୟରେ । ସୂଚନା ଅନୁଯାୟୀ ମଧ୍ୟ ପ୍ରଦେଶ ଶିହୋର ଜିଲ୍ଲା ମୁଗାବଲି ଗାଁ ରେ ବୋରବେଳ ରେ ଖସି ପଡିଛି 3 ବର୍ଷର କୁନି ଝିଅ ଟି । 300 ମିଟର ଭିତରକୁ ବୋରବେଳ ରେ ଫସି ଯାଇଛି କୁନି ଝିଅ ଟି ।

ସ୍ଥାନୀୟ ପ୍ରଶାସନ, NDRF ଟିମ ଓ ଅଗ୍ନିସମ ବିଭାଗ ମିଳିତ ଭାବେ ଝିଅକୁ ଉଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ର ସୂଚନା ଅନୁଯାୟୀ ବୋରୱେଲ ପାଖରେ ସମାନ୍ତରଣ ଭାବେ ଖୋଲା ଚାଲିଛି । ଆଉ କିଛି ସମୟ ମଧ୍ୟରେ ଝିଅ ପାଖରେ ପହଞ୍ଚି ଯିବ ଉଧାରକାରୀ ଟିମ ।

ଅନ୍ୟ ପଟେ ଝିଅ ପାଖକୁ ଅକ୍ସିଜେନ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବାହାରେ ଖେଳୁ ଥିବା ବେଳେ ଝିଅ ଟି ବୋରୱେଲ ରେ ଖସି ପଡିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପ୍ରଶାନ କୁ ଖବର ଦେଇଥିଲେ । କିଛି ବର୍ଷ ପୂର୍ବ ରୁ ଜଣେ ଚାଷୀ ପାଣି ଲାଗି ବୋରୱେଲ ଖୋଳିଥିଲେ ।

ତେବେ 300 ମିଟର ଖୋଲିବା ପରେ ବି ପାଣି ନ ବାହାରିବାରୁ ସେ ଆଉ ବୋରୱେଲ ଖୋଳି ନ ଥିଲେ । ବୋରୱେଲ ଟି ଖୋଲା ଥିବାରୁ କୁନି ଝିଅ ଟି ସେଥିରେ ଫସି ପଡିଛି । ଉଧାର କାର୍ଯ୍ୟ ତ୍ବରାନିତ କରିବା ଲଗାଇ ମୁଖ୍ୟ ସଚିବ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।