ଲକଡାଉନ ସମୟରେ ସ୍କୁଲରେ ରହିଥିବା ମହିଳା ସହିତ ଗ୍ୟାଙ୍ଗରେପ

ରାଜସ୍ଥାନର ସବାଈ ମାଧୋପୁର ଜିଲ୍ଲାରେ ଲକଡାଉନ ସମୟରେ ଏକ ୪୦ ବର୍ଷର ମହିଳା ସହିତ ତିନି ଜଣ ବ୍ୟକ୍ତି କଥିତ ରୂପରେ ଗ୍ୟାଙ୍ଗରେପ କରିଛନ୍ତି । ଏହା ସେହି ସମୟର ଘଟଣା ଅଟେ ଯେତେବେଳେ ମହିଳା ଜଣକ ରାଜସ୍ଥାନର ସବାଈ ମାଧୋପୁର ଜିଲ୍ଲାରେ ଲକଡାଉନ ସମୟରେ ଫସି ରହିଥିଲା । ସୂଚନା ଅନୁସାରେ ଏହି ଘଟଣା ଗୁରୁବାର ରାତିର ଅଟେ । ଏହା ସହିତ ଏହି ମାମଲାରେ ଜଡିତ ଥିବା ତିନି ଜଣ ଆରୋପିଙ୍କୁ ବି ପୋଲିସ ଦ୍ଵାରା ଗିରଫ୍ କରି ନିଆ ଯାଇଛି ଓ ତାଙ୍କୁ ଅଦାଲତରେ ମଧ୍ୟ ପେଶ କରାଯାଇଛି । ମହିଳା ନିଜର ବୟାନରେ କହିଲା କି ସେ ଲକଡାଉନ କାରଣରୁ ଗତ ଏକ ମାସ ହେବ ସବାଈ ମାଧୋପୁରରେ ଫସି ରହିଥିଲା । ଏହି ସମୟରେ ସେ ଜୟପୁରକୁ ଯିବା ପାଇଁ ନିଷ୍ପତି ନେଇଥିଲା ।

Image courtesy: Google

 

ଜଣେ ପୋଲିସ ଅଧିକାରୀ କହିଲେ କି, ଗୁରୁବାର ରାତିରେ ମହିଳା ଜଣକ ବାଟୋଦ ପୁଲିସ ଥାନା କ୍ଷେତ୍ରରେ ଏକ ସରକାରୀ ସ୍କୁଲ ପରିସରରେ ଆରାମ କରିବା ପାଇଁ ରହିଥିଲା । କିନ୍ତୁ ତିନି ଜଣ ବ୍ୟକ୍ତି ତାହା ସହିତ ଗ୍ୟାଙ୍ଗରେପ କରିଲେ । ଏହା ପରେ ମହିଳା ତରଫରୁ ଶୁକ୍ରବାର ଦିନ ପୋଲିସ ଷ୍ଟେସନରେ ଆରୋପିମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଗଲା ।

ଏହା ସହିତ ପୋଲିସ ସଙ୍ଗେ ସଙ୍ଗେ ଏହି ମାମଲାର ଯାଞ୍ଚ ବି ଆରାମ୍ଭ କରିଦେଲେ ଓ ଆରୋପିମାନଙ୍କୁ ଗିରଫ୍ ବି କରିଲେ । ଡୀଏସପୀ ପାର୍ଥ ଶର୍ମା ଏହି ମାମଲାରେ କହିଲେ କି ଆରୋପିମାନଙ୍କ ପରିଚୟ ଋଷିକେଶ ମୀଣା, ଲଖନ ରେଗର ଓ କମଲ ଖାରବାଲ ରୂପରେ କରା ଯାଇଛି । ଏହି ସମସ୍ତ ଆରୋପିଙ୍କୁ ଅଦାଲତରେ ପେଶ କରାଯିବ ।

Image courtesy: Google

ଏହା ପରେ ସେ କହିଲେ କି ସେହି ମହିଳାର ମେଡିକାଲ ଯାଞ୍ଚ କରାଯାଇଛି ଓ ତାହାର ବୟାନ ବି ଦର୍ଜ କରାଯାଇଛି । ଏହା ସହିତ ପୋଲିସ କହିଲେ କି ମହିଳାର ପୁଅ ଦୌସା ଜେଲରେ ବନ୍ଦ ଅଛି ଓ ମହିଳା ଜଣକ ଜୟପୁରରେ ଭଡା ଘରେ ରହୁଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦେଶରେ ଘଟୁଥିବା ସମସ୍ତ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।