ଏହି ୫ଟି ଜିନିଷରେ ଅଣ୍ଡା ଓ ମାଂସ ଠାରୁ ବି ଅଧିକ ଶକ୍ତି ଥାଏ, ନଂ୫ ତ ଆପଣଙ୍କୁ ସବୁଦିନ ଖାଇବା ଦରକାର

ଆଜିକା ସମୟରେ ମଣିଷ ନିଜ କାମରେ ବହୁତ ବ୍ୟସ୍ତ ରହୁଥିବାରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଠିକ ଭାବେ ଯତ୍ନ ନେଇ ପାରୁ ନାହିଁ । ଏହି କାରଣରୁ ମଧ୍ୟ ମଣିଷ ଅନେକ ପ୍ରକାର ରୋଗର ଶିକାର ମଧ୍ୟ ହେଉଛି । ସେ ନିଜର କାମରେ ଏତେ ବ୍ୟସ୍ତ ରହିଯାଉଛି ଯେ ଠିକ ଭାବେ ଖାଦ୍ୟ ମଧ୍ୟ ଖାଇ ପାରୁନି । ଯାହାଦ୍ୱାରା କି ସେ ବହୁତ ଦୁର୍ବଳ ହୋଇ ପଡୁଛି । ବୟସ ଥିଲେ ମଧ୍ୟ ସେ ଅଧିକ କାମ କରିପାରୁ ନାହିଁ । ଏଥିପାଇଁ ପରିଶ୍ରମ କରିବା ସହିତ ଯଦି ଆପଣ ମାନେ ଠିକ ଭାବେ ଖାଦ୍ୟ ଖାଇବେ ତାହେଲେ ଆପଣଙ୍କ ଶରୀର ସୁସ୍ଥ ରହିବା ସହିତ ଆପଣଙ୍କୁ ଶକ୍ତି ମଧ୍ୟ ମିଳିଥାଏ ।

ଏମିତି କିଛି ଖାଦ୍ୟ ଅଛି ଯେଉଁଥିରେ କି ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି ଯାହାକୁ ଖାଇବା ଆମର ନିହାତି ଆବଶ୍ୟକ । ଅଧିକ ତେଲ ମସଲା ଖାଇବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏବଂ ଏଥିରୁ ଆମକୁ ଜମା ବି ଶକ୍ତି ମିଳିନଥାଏ । ଆମକୁ ବିଭିନ୍ନ ପ୍ରକାର ପନିପରିବା ସହିତ ମାଛ ମାଂସ ବି ଖାଇବା ଦରକାର କାରଣ ଏଥିରୁ ଆମକୁ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ । ଅଣ୍ଡା ଏବଂ ଚିକେନ ଖାଇବା ଦ୍ଵାରା ଆମ ଶରୀରକୁ ଭରପୁର ପ୍ରୋଟିନ ମିଳିଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକି ଅଣ୍ଡା ଏବଂ ଚିକେନ ଠାରୁ ଆମକୁ ଅଧିକ ପରିମାଣରେ ଶକ୍ତି ଦେଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ୫ଟି ଶାକାହାରୀ ଜିନିଷ ବିଷୟରେ କହିବୁ ଯାହାକୁ ଖାଇବା ଦ୍ଵାରା ଆମ ଶରୀରକୁ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ ଏବଂ ଏହା ଦ୍ଵାରା ଆମେ ଅଧିକ ଶକ୍ତିଶାଳୀ ମଧ୍ୟ ହୋଇଥାଉ । ତାହେଲେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ବିଷୟରେ ।

୧- ଚିନା ବାଦାମ

ଚିନା ବାଦାମରେ ଅଧିକ ମାତ୍ରାରେ ପ୍ରୋଟିନ ମିଳିଥାଏ । ୧୦୦ଗ୍ରାମ ବାଦାମ ଖାଇବା ଦ୍ଵାରା ଶରୀରକୁ ୨୪ଗ୍ରାମ ପ୍ରୋଟିନ ମିଳୁଥିବା ସମୟରେ ୧୦୦ ଚିକେନ ଖାଇବା ଦ୍ଵାରା ଶରୀରକୁ ୧୫ଗ୍ରାମ ପ୍ରୋଟିନ ହିଁ ମିଳିଥାଏ ।

୨- ପନୀର

ଚିକେନ ଠାରୁ ଅଧିକ ପ୍ରୋଟିନ ପନୀର ରୁ ହିଁ ମିଳିଥାଏ । ୧୦୦ଗ୍ରାମ ପନୀର ରୁ ୩୫ ରୁ ୪୦ଗ୍ରାମ ପ୍ରୋଟିନ ମିଳିଥାଏ ।

୩-ବାଦାମ

ସକାଳୁ ବତୁରା ଯାଇଥିବା ବାଦାମ ଖାଇବା ଦ୍ଵାରା ଶରୀରକୁ ଭରପୁର ପ୍ରୋଟିନ ମିଳିବା ସହିତ ଅନ୍ୟ ପୋଷକ ତତ୍ଵ ମଧ୍ୟ ମିଳିଥାଏ ।

୪- ବତୁରା ଯାଇଥିବା ଚଣା

୧୦୦ଗ୍ରାମ ବତୁରା ଚଣାକୁ ଖାଇବା ଦ୍ଵାରା ଶରୀରକୁ ୫୦ଗ୍ରାମ ପ୍ରୋଟିନ ମିଳିଥାଏ । ଯାହା ଚିକେନ ତୁଳନାରେ ଦୁଇ ଗୁଣା ।

୫- ରାଜମା

ରାଜମାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ମିଳିଥାଏ । ଏଥିପାଇଁ ରାଜମା ସୁପ ବା ରାଜମା ତରକାରୀ ଖାଇବା ଆବଶ୍ୟକ ଅଟେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।