ଝିଅଟି ଟି କହିଲା, ଫ୍ଲାଇଟ ରେ ରାତିରେ ସୋଇଥିବା ସମୟରେ, ଲାଇଟ ଅଫ ହେଲା ପରେ କେହି ମୋର ଜଙ୍ଘ…

ଆଜିର ସମୟ ରେ ଝିଅ ମାନେ କେଉଁଠି ମଧ୍ୟ ସୁରକ୍ଷିତ ନୁହନ୍ତି । ସେ ଅଫିସ ହେଉ ଅବା ରାସ୍ତା ହେଉ, ଏମିତି କି ଫ୍ଲାଇଟ ହେଉ ନା କାହିଁକି । ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ, ସେଥିରେ ଗୋଟେ ଝିଅ ବୈଂକାକ ରୁ ଥାଇ ଏୟାରୱେଜ ରେ ବସି ମୁମ୍ବାଇ ଯାଉଥିଲେ । ପୁରା ଘଟଣାଟିକୁ ଜାଣିବା ପାଇଁ ଦୟାକରି ଶେଷ ପର୍ଯ୍ୟନ୍ତ ପଢନ୍ତୁ । ସେହି ସମୟରେ ତାଙ୍କ ସହ ଏମିତି ଘଟଣା ହେଲା ଯାହା ପରେ ଗୋଟେ ଲୋକକୁ ଖରାପ ବ୍ୟବହାର କରିବା ଆରୋପରେ ପୁଲିସ ନିଜ ଗିରଫକୁ ନେଇଛି । କୁହାଯାଉଛି କି ଯେଉଁ ବ୍ୟକ୍ତିକୁ ମୁମ୍ବାଇ ପୁଲିସ ମଙ୍ଗଳବାର ଦିନ ଗିରଫ୍ତାର କରିଛି ସେ ଏକ ସିନିୟର ସେଲ୍ସ ଏଗ୍ଜିକ୍ୟୁଟିବ ଅଟେ ।

୨୯ ବର୍ଷୀୟ ଝିଅଙ୍କ ସହ ଫ୍ଲାଇଟ ରେ ହେଲା ଦୁଷ୍କର୍ମ

ସେହି ଝିଅଟି ପାଇଁ ଏହା ଏକ ଖରାପ ଅନୁଭବ ଥିଲା, କାହିଁକି ନା ସେ କେବେ ଭାବି ବି ନଥିଲା କେହି ଏଭଳି ଶୋଇବା ସମୟରେ ତାଙ୍କ ସହ ଏମିତି କରିବେ । ଏହି ଘଟଣା ସେବେକାର ଯେବେ ୨୯ ବର୍ଷୀୟ ସେହି ମହିଳା ବୈଂକାକ ରୁ ମୁମ୍ବାଇ ଯାଉଥିଲେ । ତାଙ୍କର କହିବା କଥା ଯେ ଜଣେ ବ୍ୟକ୍ତି ତାର ପାଖ ସିଟ ରେ ବସିଥିଲେ । ସେ ତା ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଆରୋପି ଜଣକ MBA ପ୍ରଫେସନର ଲୋକ, ଯାହାର ନାମ ଚନ୍ଦ୍ରହାସ ତ୍ରିପାଠୀ ବୋଲି ଜଣାପଡିଛି । ଏହି ଆରୋପ ପାଇଁ ସେହି ବ୍ୟକ୍ତିକୁ ଜେଲ ପଠାଇ ଦିଆ ଯାଇଛି ।

ଝିଅଟିକୁ ସୋଇଥିବାର ଭାବି କରିଲେ ଦୁଷ୍କର୍ମ

ପ୍ରଥମେ ଆରୋପି ବ୍ୟକ୍ତି ମହିଳାର ଆଙ୍ଗୁଠି କୁ ଛୁଇଁ ଦେଖି ଥିଲେ ଯେ ସେ ସୋଇଛନ୍ତି କି ନାହିଁ । ଏହା ପରେ ସେ ମହିଳାକୁ ଖରାପ ଉଦେଶ୍ୟରେ ଛୁଇଁବାକୁ ଲାଗିଲା । ଝିଅଟି କହିଲା କି “ ସେହି ବ୍ୟକ୍ତି ଭାବିଲା କି ମୁଁ ଶୋଇଛି ବୋଲି, ଏହା ଭାବି ସେ ମୋ ସହ ଏମିତି କରୁଥିଲା । ଏହା ପରେ ସେହି ଝିଅଟି କହିଲା କି ଯେମିତି ଜାହାଜ ଉଡିବା ଆରମ୍ଭ ହେଲା ଓ ଲାଇଟ ଅଫ ହୋଇଗଲା ସେତେବଳେ କେହି ମତେ ଛୁଇଁ ଥିଲା , କିନ୍ତୁ ମୁଁ ସେଥିରେ ଏତେ ଧ୍ୟାନ ଦେଇ ନଥିଲି । କାହିଁକି ନା ମତେ ଲାଗିଲା କି କାହାର ଭୁଲ ରେ ହାତ ବାଜି ଯାଇଥିବ । ଏହା ପରେ ଲାଇଟ ଅଫ ହେବା ପରେ କେହି ମୋ ଜଙ୍ଘକୁ ଦାବୁଥିଲା । ଏମିତି ମତେ ଲାଗିଲା”

ଏହା ପରେ ମୁଁ ଜାଣିଲି କି ସେହି ବ୍ୟକ୍ତି ଭାବୁଛି ଯେ ମୁ ଶୋଇପଡିଛି ସେଥିପାଇଁ ଏମିତି କରୁଥିଲା । ଯାହା ପରେ ସଙ୍ଗେ ସଙ୍ଗେ ସେହି ଝିଅ ଫ୍ଲାଇଟ କର୍ମଚାରୀ ମାନଙ୍କୁ ଏହି ଘଟଣା ବିଷୟରେ ସବୁ କହିଲେ ଓ IPC ଧାରା ୩୫୪ ର ଆଧାରରେ ବ୍ୟକ୍ତି ଉପରେ FIR ଲେଖା ଗଲା ।