ଅମାବାସ୍ୟାରେ ଜନ୍ମ ହେବା ଅଶୁଭ ବୋଲି କୁହାଯାଇଥାଏ – ଜାଣନ୍ତୁ କାହିଁକି ଓ ଏହାର ଉପାୟ

ଅମାବାସ୍ୟାରେ ଜନ୍ମ ହେବା ଅଶୁଭ ବୋଲି କୁହାଯାଇଥାଏ

ହିନ୍ଦୁ ଧର୍ମରେ ସବୁ ଦିନ ବହୁତ ମହତ୍ବପୂର୍ଣ୍ଣ ଅଟେ । କିନ୍ତୁ ଅମାବାସ୍ୟାର ଦିନ ଏକ ଏମିତି ଦିନ ଯାହାକୁ ହିନ୍ଦୁ ଧର୍ମରେ ଅଭିଶାପ ରୂପେ ମାନନ୍ତି । ମାନ୍ୟତା ଅଚଚି ଯେ ଅମାବାସ୍ୟାରେ ଜନ୍ମ ନେଇଥିବା ବ୍ୟକ୍ତିକୁ ଜୀବନରେ କେବେ କୌଣସି ଖୁସି ମିଳେ ନାହିଁ । ଏବଂ ଘରେ ସଙ୍କଟ ଓ ଦୁଖର ପରିବେଶ ସର୍ବଦା ଲାଗିରୁହେ । ଅମାବାସ୍ୟା ସବୁ ମାସର କୃଷ୍ଣ ପକ୍ଷରେ ପଡିଥାଏ । ଏମିତି ମଧ୍ୟ କୁହାଯାଏ କି ଅମାବାସ୍ୟା ଦିନ ପ୍ରେତାତ୍ମା ମାନେ ଅଧିକ ସକ୍ରିୟ ହୋଇଥାନ୍ତି ।

ହିନ୍ଦୁ ଧର୍ମର କ୍ୟାଲେଣ୍ଡର ଅନୁସାରେ ସବୁ ମାସରେ ଅମାବାସ୍ୟା ନିଶ୍ଚିନ୍ତ ପଡିଥାଏ । ଏହି ଦିନ ଆମକୁ ଜହ୍ନ ବିଲକୁଲ ମଧ୍ୟ ଦେଖା ଯାଏ ନାହିଁ । ଏହି ଦିନ ନକରାତ୍ମକ ଊର୍ଜାର ଅଧିକ ପ୍ରଭାବ ରୁହେ, ସେଥିପାଇଁ ଅମାବାସ୍ୟା ଦିନ ଜନ୍ମ ନେଇଥିବା ଛୁଆଙ୍କର କୁଣ୍ଡଳୀରେ ଦୋଷ ରୁହେ । ଏହି ପିଲାଙ୍କର କୁଣ୍ଡଳୀରେ ସୂର୍ଯ୍ୟ ଓ ଚନ୍ଦ୍ର ଗୋଟେ ଘରେ ରୁହନ୍ତି ।

ଅମାବାସ୍ୟାରେ ଜନ୍ମ ହେଲେ ବାପା ମାଙ୍କ ସହ ମତଭେଦ ରୁହେ-

ଚନ୍ଦ୍ରମାଙ୍କୁ ମନର ସ୍ଵାମୀ କୁହାଯାଏ ଓ ସୂର୍ଯ୍ୟଙ୍କୁ ଆତ୍ମାର କାରକ କୁହାଯାଏ । ଏମିତିରେ ଅମାବାସ୍ୟାରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କର କୁଣ୍ଡଳୀରେ ଦୁଇଟି ଯାକ ଗ୍ରହଙ୍କର ଗୋଟେ ସ୍ଥାନରେ ପ୍ରବେଶ କରିବା ଅବହୁତ ଖରାପ ବୋଲି କୁହାଯାଏ । ଯଦି କୌଣସି କୁଣ୍ଡଳୀର ପ୍ରଥମ ଭାବରେ ସୂର୍ଯ୍ୟ ଓ ଚନ୍ଦ୍ର ଥାନ୍ତି ତେବେ ତାଙ୍କର ନିଜ ମାତା ପିତାଙ୍କ ଠାରୁ କେବେବି ସୁଖ ଶାନ୍ତି ମିଳେ ନାହିଁ ।

ଅପମାନିତ ଜୀବନ-

ଏହି ଦିନ ଜନ୍ମ ନିଥିବା ବ୍ଯକ୍ତିର କୁଣ୍ଡଳୀର ୧୦ମ ଭାବରେ ସୂର୍ଯ୍ୟ ଓ ଚନ୍ଦ୍ର ଥିଲେ ଏହାର ସଂକେତ ଦିଏ କି ଏହି ବ୍ୟକ୍ତି ବହୁତ ବଳବାନ ଓ ମଜବୁତ ହୋଇଥାନ୍ତି । ଏମିତି ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ବହୁତ ଅପମାନ ସହିବାକୁ ପଡିଥାଏ । ଏଭଳି ବ୍ୟକ୍ତି ସର୍ବଦା ନିଜ ସ୍ତ୍ରୀ ଓ ପିଲାଙ୍କ ଠାରୁ ଅପମାନିତ ହୋଇଥାନ୍ତି ।

କୁହାଯାଇଥାଏ କି ଯେ ଯଦି କେହି ବିବାହିତ ନାରୀ ଅମାବାସ୍ୟା ଦିନ ନିଜ ସ୍ବାମୀର ଆୟୁ ପାଇଁ ବ୍ରତ ରଖେ ତେବେ ସେହି ବ୍ରତ ସଫଳ ହୁଏ । ଏହା ବ୍ଯତୀତ ଏହି ଦିନ ଯଦି ମୌନ ବ୍ରତ ଧାରଣ କରିଲେ ସହସ୍ର ଗୋ ଦାନର ଫଳ ମିଳିଥାଏ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ