31 ମାର୍ଚ୍ଚ ପୂର୍ବରୁ LIC ର ଏହି ପଲିସିରେ ଲଗାନ୍ତୁ ପଇସା, ମିଳିବ ଦୁଇ ଗୁଣ ଲାଭ

ଲୋକଙ୍କ ମଧ୍ୟରେ ଇନକମ ଟ୍ୟାକ୍ସ ବଞ୍ଚାଇବା ପାଇଁ ନିବେଶ କରିବାର ଆତୁରତା ଦେଖିବାକୁ ମିଳିଥାଏ । ଆଜ୍ଞା ହଁ 31 ମାର୍ଚ୍ଚ ପୂର୍ବରୁ ହିଁ ଲୋକ ବହୁତ ନିବେଶ କରି ଇନକମ ଟ୍ୟାକ୍ସ ବଞ୍ଚାଇବାର ଚେଷ୍ଟା କରୁଛନ୍ତି ଓ ଏଥିପାଇଁ ସେ କେଉଁଠି ବି ନିବେଶ କରି ଦେଉଛନ୍ତି । ଏମିତିରେ ଯଦି ଆପଣ ବି ନିବେଶ କରିବାକୁ ଚାହୁଞ୍ଚନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ବହୁତ ଭଲ ଅଫର ଆଣି ଆସିଛୁ, ଯିଏ ଭାରତୀୟ ଜୀବନ ବୀମାର ଏକ ପଲିସି ଅଟେ । ଯେଉଁଥିରେ ଆପଣଙ୍କୁ ଭଲ ଲାଭ ବି ମିଳିବ । ତେବେ ଚାଲନ୍ତୁ ଜାଣିବା ଏହି ଲଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ଅଛି ।

ଜୀବନ ଉତ୍କର୍ଷ ବୀମା

ଭାରତୀୟ ଜୀବନ ବୀମା ନିଜ ଗ୍ରାହକ ମାନଙ୍କ ପାଇଁ ଜୀବନ ଉତ୍କର୍ଷ ପଲିସି ବାହାର କରିଛନ୍ତି, ଯିଏ କି ବହୁତ ସମୟରୁ ଚାଲିଛି । ଏହି ପଲିସିରେ ଗ୍ରାହକଙ୍କୁ ବହୁତ ଲାଭ ମିଳିବାର ଅଛି । ଜଣାଇ ଦେଉଛୁ କି ଏହି ପଲିସିର ସବୁଠୁ ବଡ ଲାଭ କି ଏହା 12 ବର୍ଷରେ ମ୍ୟାଚୁରିଟି ହୋଇ ଯାଇଥାଏ ଓ ଏହାକୁ 6 ବର୍ଷର ଆୟୁରୁ ଆରମ୍ଭ କରା ଯାଇପାରେ । ଆଜ୍ଞା ହଁ, ଯଦି ଆପଣଙ୍କ ପିଲା 6 ବର୍ଷର ଅଟେ, ତେବେ ଆପଣ ତା ନାମରେ ବି ଏହି ପଲିସି ନେଇ ପାରିବେ ଓ ତାର ହାୟର ପଢା ପାଇଁ ପଇସା ଏକତ୍ରିତ କରି ପାରିବେ । ଏହା ବ୍ୟତୀତ ଏହି ପଲିସିକୁ 47 ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ମଧ୍ୟ କରି ପାରନ୍ତି ।

ମିନିମମ ସମ ଅଶ୍ୟୋର୍ଡ଼ କେତେ ?

ଜଣାଇ ଦେଉଛୁ କି ଭାରତୀୟ ଜୀବନ ବିମାର ଏହି ପଲିସିରେ ନିବେଶ କରୁଥିବା ଲୋକଙ୍କୁ ମିନିମମ 75 ହାଜାର ଟଙ୍କାର ସମ ଅଶ୍ୟୋର୍ଡ଼ ମିଳିବ । ଏହା ପାଇଁ ମାକ୍ସିମମ ସମ ଅଶ୍ୟୋର୍ଡ଼ର ସୀମା ନିର୍ଦ୍ଧାରିତ କରାଯାଇ ନାହିଁ । ଏହା ବ୍ୟତୀତ ଯଦି ଆପଣ ଏକ ବର୍ଷ ଭିତରେ ସରେଣ୍ଡର କରନ୍ତି, ତେବେ ଆପଣଙ୍କୁ ପୁରା ମୂଲ୍ୟର 70% ମିଳିବ ଓ ଯଦି ଆପଣ ଅଧିକ ବର୍ଷ ପରେ କରନ୍ତି ତେବେ 90 % ମିଳିବ । ଏମିତିରେ ଏହି ପଲିସି ସେହି ଲୋକଙ୍କ ପାଇଁ ବେଷ୍ଟ ଅଟେ, ଯିଏ ନିବେଶ କରିବାକୁ ଚାହାଁନ୍ତି ।

ବୀମା ବଦଳରେ ଲୋନ ବି ନେଇ ପାରିବେ

ଯଦି ଆପଣ ଏହି ବୀମା ନେଇଛନ୍ତି ଓ ଆପଣଙ୍କୁ ତା ମଧ୍ୟରେ ଟଙ୍କାର ଆବଶ୍ୟକତା ପଡିଲା ତେବେ ଆପଣ ଭାରତୀୟ ଜୀବନ ବୀମାରୁ ଏହି ପଲିସି ବଦଳରେ ଲୋନ ନେଇ ପାରନ୍ତି । କିନ୍ତୁ ଏହି ଲୋନ ପଲିସି ଆରମ୍ଭର 3 ମାସରେ ମିଳିବ ନାହିଁ କିନ୍ତୁ ତାହା ପରେ ଆପଣ କେବେ ବି ନେଇ ପାରନ୍ତି । ଏହି ପଲିସି ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିଜ ଏଜେନ୍ଟ ଙ୍କ ସହିତ ସମ୍ପର୍କ କରି ପାରନ୍ତି ।

ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଓ ଆମ ପେଜକୁ ଉପରେ ଲାଇକ କରନ୍ତୁ ।