ବଥୁଆ ଶାଗର ନାମ ଶୁଣି ଯଦି ମୁହଁ ବୁଲାଇ ଦେଉଛନ୍ତି ତେବେ ଆପଣ ବହୁତ ବଡ ଭୁଲ କରୁଛନ୍ତି, ବହୁତ ବଡ ବଡ ରୋଗର ମହୋଷଧି ଅଟେ ଏହି ବଥୁଆ ଶାଗ

ପ୍ରକୃତି ମଣିଷକୁ ତାହାର ସବୁ ସମସ୍ୟାର ଚିକିସ୍ଛା ପାଇଁ ଫଳ ଏବଂ ପନିପରିବାରେ ଦେଇଛନ୍ତି, କିନ୍ତୁ ଏହା ସତ୍ବେ ବି ଆମେ ଔଷଧ ଖାଇବା ପାଇଁ ଠିକ ଭାବି ଥାଉ । ପ୍ରକୃତି ଦ୍ଵାରା ଦିଆଯାଉଥିବା ପନିପରିବାକୁ ଆମେ ଯଦି ନିୟମିତ ରୂପରେ ସେବନ କରୁଛନ୍ତି ତେବେ ଆମକୁ କୌଣସି ପ୍ରକାରର ସମସ୍ୟା ହେବ ନାହିଁ । କିନ୍ତୁ କିଛି ଏମିତି ପନିପରିବା ଅଛି ଯାହାକୁ ଦେଖି ଆମେ ନିଜର ମୁହଁକୁ ବୁଲାଇ ଦେଉ, କିନ୍ତୁ ଆମେ ତାହାର ଫାଇଦା ବିଷୟରେ ଜାଣି ନଥାଉ ।

ଏହିଭଳି ଏକ ପନିପରିବା ହେଉଛି ବଥୁଆ ଶାଗ ଯାହା ଆମ ଶରୀରର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ ବଥୁଆ ଶାଗ ଦ୍ଵାରା ମିଳୁଥିବା ଫାଇଦା ବିଷୟରେ କହିବାକୁ ଯାଉଛୁ ।

ବଥୁଆ ସାଗରେ ଭିଟାମିନ A, କ୍ୟାଲସିୟମ ଏବଂ ପୋଟାସିୟମ ହୋଇଥାଏ । ଏହା ବିଭିନ୍ନ ପ୍ରକାର ସମସ୍ୟାକୁ ଠିକ କରିଥାଏ । ଏଥିରେ ଭରହପୁର ମାତ୍ରାରେ ଆଇରନ ମିଳିଥାଏ ।

କବ୍ଜ ଏବଂ ଗ୍ୟାସରେ ଲାଭଦାୟକ

ଯେତେବେଳେ ଖାଇବା ଭଲ ଭାବରେ ହଜମ ହୁଏ ନାହିଁ ସେତେବେଳେ ଆମକୁ କବ୍ଜ ଏବଂ ଗ୍ୟାସର ସମସ୍ୟା ହୋଇଥାଏ । ବଥୁଆ ଶାଗରେ ଫାଇବରର ଅଧିକ ମାତ୍ରାରେ ମିଳିଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କର କବ୍ଜ କିମ୍ବା ଗ୍ୟାସର ସମସ୍ୟା କମ ସମୟ ମଧ୍ୟରେ ଠିକ ହୋଇଯିବ । ସେଥିପାଇଁ ସପ୍ତାହକୁ ୩ – ୪ ଥର ବଥୁଆ ଶାଗ ଖାଆନ୍ତୁ ।

ଏନିମିୟା ଦୂର କରେ

ଯଦି ଶରୀରରରେ ରକ୍ତ କମ ଥାଏ ମାନେ ଏନିମିୟା ହୋଇଯାଏ ତେବେ ବଥୁଆ ଶାଗ ଖାଇବା ବହୁତ ଲାଭଦାୟକ ଅଟେ । ବଥୁଆ ସାଗରେ ଆଇରନ ଏବଂ ଫଲିକ ଏସିଡ ଥାଏ । ଏହା ଆମ ଶରୀରର ହୀମୋଗ୍ଲୋବିନକୁ ଠିକ କରିଥାଏ ଏବଂ ନୂଆ ରକ୍ତର ନିର୍ମାଣରେ ଆମକୁ ସାହାର୍ଯ୍ୟ କରିଥାଏ । ମାସିକ ଧର୍ମର ବ୍ୟଥା ହେଉଥିବା ମହିଳାଙ୍କ ପାଇଁ ଏହା ବହୁତ କାମର ଜିନିଷ ଅଟେ ।

ଦାନ୍ତ ରୋଗକୁ ଠିକ କରେ

ଆମେ ଖାଦ୍ଯ ପାନୀୟ ଗ୍ରହଣରେ ସବୁବେଳେ ମୁହଁର ବ୍ୟବହାର ହୋଇଥାଏ । ଏମିତିରେ ମୁହଁରେ ଏବଂ ଦାନ୍ତରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଆପଣ ବଥୁଆ ଶାଗ ଦ୍ଵାରା ଠିକ କରି ପାରିବେ । ଏହାକୁ ଯଦି ଆପଣ ଚୋବାଇ କରି ଖାଉଛନ୍ତି ତେବେ ଆପଣଙ୍କର ମୁହଁର ଦୁର୍ଗନ୍ଧ ଏବଂ ଦାନ୍ତ ଗୁଡିକ ସଫା ମଧ୍ୟ ହୋଇଯାଏ ।

ଷ୍ଟୋନ ଭଲ କରିଥାଏ

ଆପଣଙ୍କୁ ଯଦି ପେଟରେ ଷ୍ଟୋନର ସମସ୍ୟା ଅଛି ତେବେ ବଥୁଆ ଶାଗ ସେବନ କରିବା ଉଚିତ । କିଡନୀ କିମ୍ବା ଲିଭରରେ ଆପଣଙ୍କୁ କୌଣସି ସମସ୍ୟା ଅଛି ତେବେ ଏହା ସେଗୁଡିକ ସବୁ ଭଲ କରିଦିଏ । ଯଦି ବଥୁଆ ଖାଇ ପାରୁ ନାହାନ୍ତି ତେବେ ଏହାକୁ ଗରମ ପାଣିରେ ଗରମ କରି ଛାଣି ଏହାର ପାଣିରେ ଅଳ୍ପ ଗ୍ଲୋମାରିଚ ପାଉଡର ଏବଂ ଲେମ୍ବୁ ରସ ପକାଇ ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆରମ ମିଳିବ ।

ଆଶା କରୁଛୁ ଆମର ବଥୁଆ ଶାଗ ସମ୍ବଧୀୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଏହି ପୋଷ୍ଟ ଟିକୁ ଶେୟାର କରନ୍ତୁ ସମସ୍ତଙ୍କ ସହିତ । ଆଗକୁ ଏମିତି ଅନେକ ସ୍ୱାସ୍ଥ୍ୟ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।